/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704880752.jpg)
Aparajita Sarangi
ଭୁବନେଶ୍ୱରରୁ ହଟୁ ହୋର୍ଡିଂ । ସହର ସାରା ଲାଗିଥିବା ସବୁ ହୋର୍ଡିଂ ଉଠାଇବାକୁ ଦାବି କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ପ୍ରେସମିଟ୍ କରି ଅପରାଜିତା ଅଭିଯୋଗ କରିଛନ୍ତି, ନୂଆବର୍ଷ ଶୁଭେଚ୍ଛା ପାଇଁ ମନଇଚ୍ଛା ଚାରିଆଡ଼େ ହୋର୍ଡିଂ ଲଗାଯାଇଛି । ଏହା ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଛି, ସହର ଖରାପ ଦିଶୁଛି । ବିଏମସି କମିଶନର ସିପିଙ୍କ ସହାୟତାରେ ୨ ଦିନ ମଧ୍ୟରେ ହୋର୍ଡିଂ ହଟାନ୍ତୁ ବୋଲି ଦାବି କରିଛନ୍ତି ।
ଏନେଇ ବିଏମ୍ସି କମିଶନର ଓ ପୋଲିସ କମିଶନରଙ୍କୁ ଅପରାଜିତା ଚିଠି ଲେଖିଛନ୍ତି । ସହରରେ କେବଳ ଶାସକ ଦଳର ହୋଡିଂ ଲାଗିଥିବା ଅଭିଯୋଗ ଆଣି ଅପରାଜିତା ଚିଠି ଲେଖିଛନ୍ତି । ନୂଆବର୍ଷ ପରଦିନ ମୋର ସମସ୍ତ ହୋର୍ଡିଂ ବିଏମ୍ସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ହଟାଇଥିବାବେଳେ କାହିଁକି ଏପରି ପାତର ଅନ୍ତର ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ।
ପୂର୍ବରୁ ଭୁବନେଶ୍ୱରରେ ହୋର୍ଡିଂ ଲାଗିବାକୁ ନେଇ ବିଏମ୍ସି ପକ୍ଷରୁ କିଛି ନିୟମ କରାଯାଇଥିଲା । ସହରର ସୌନ୍ଦର୍ଯ୍ୟ ଯେପରି ନଷ୍ଟ ନ ହେବ ସେ ଉଦ୍ଦେଶ୍ୟରେ ନିୟମ ଆଣିଥିଲା ବିଏମସି । ହେଲେ ଏହି ନିୟମର ଖୋଲାଖୋଲି ଉଲଘଂନ ହେଉଛି, ଆଉ ସବୁ ଦେଖି ଚୁପ୍ ବସିଛି ବିଏମସି ପ୍ରଶାସନ ।
ଡମଣାରୁ ଜୟଦେବ ବିହାର ରାସ୍ତା ହେଉ ଅବା ହେଉ ଜୟଦେବ ବିହାରରୁ ୧୨୦ ବାଟାଲିୟନ୍ । ଯେଉଁଠି ଦେଖିବ ବଡ଼ ବଡ଼ ହୋଡିଂ । ଖାଲି ରାସ୍ତା କଡ଼ରେ ନୁହେଁ ବରଂ ସହରର ପ୍ରତି ଗଳିକନ୍ଦିରେ ଛାଇ ଯାଇଛି ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ଶୁଭେଚ୍ଛା ବାର୍ତ୍ତା ଥିବା ହୋର୍ଡିଂ । ବିଏମସିର ନୋ ହୋର୍ଡିଂ ଜୋନ୍ ନିୟମର ଖୋଲାଖୋଲି ଉଲଘଂନ ହେଉଥିଲେ ବି ହାତ ଉପରେ ହାତ ଦେଇ ବସିଛି ବିଏମସି । କଂଗ୍ରେସ ଓ ବିଜେପି ଏହାକୁ ପୂର୍ବରୁ ଦାଦାଗିରି ବୋଲି କହିଥିବା ବେଳେ ପୁଣି ଆଜି ପ୍ରେସ୍ମିଟ୍ କରି ଶାସକ ଦଳ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)