• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାହାଙ୍ଗାରୁ ବିଧାନସଭା ନିର୍ବାଚନ ଲଢିବେ କି ପୂର୍ବତନ ବାଚସ୍ପତି ସ୍ୱର୍ଗତ ଶରତ କରଙ୍କ ସାନପୁଅ ଶୋଭନ କର । ତାଙ୍କୁ ନେଇ ଏବେ ମାହାଙ୍ଗା ଅଞ୍ଚଳରେ ଜୋର ଚର୍ଚ୍ଚା । ୨୦୨୦ ମସିହାରେ ଭାରତୀୟ ରାଜସ୍ୱ ସେବା-IRS ଚାକିରିରୁ ଅବସର ନେବା ପରେ ଶୋଭନ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟ ଓ ସଭାସମିତି କରୁଛନ୍ତି।

ଗତକାଲି କଟକ ଜିଲ୍ଲା ମାହାଙ୍ଗା ଲଳିତଗିରିରେ ଶରତ ପ୍ରେମୀ ପରିବାରର ଏକ ବନ୍ଧୁ ମିଳନ ହୋଇଥିଲା । ଏଥିରେ ମାହାଙ୍ଗାର ବିଭିନ୍ନ ପଂଚାୟତର ବହୁ ବରିଷ୍ଠ ନେତା ଓ କର୍ମୀମାନଙ୍କୁ ଦେଖିବାକୁ ମିଳିଥିଲା। ଏହି ଅବସରରେ ଶୋଭନ କହିଥିଲେ, ମାହାଙ୍ଗାର ସାଧାରଣ ଲୋକ ସେ ନିର୍ବାଚନ ଲଢନ୍ତୁ ବୋଲି ଚାହୁଁଛନ୍ତି ।

ମାହାଙ୍ଗା ମାଟିର ଉନ୍ନତି ଲାଗି ସେ ସର୍ବଦା ଚେଷ୍ଟିତ । ଆଉ ସୁଯୋଗ ମିଳିଲେ ସେ ନିଶ୍ଚୟ ପ୍ରାର୍ଥୀ ଭାବେ ଲଢ଼ିବେ ଓ ଅଞ୍ଚଳବାସୀଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ତେବେ ସେ କେଉଁ ଦଳରୁ ଲଢିବାକୁ ଆଗ୍ରହୀ ତାହା ସେ ସ୍ପଷ୍ଟ କରି ନାହାନ୍ତି ।

ସେପଟେ ମାହାଙ୍ଗାର ବର୍ତ୍ତମାନ ବିଧାୟକ ପ୍ରତାପ ଜେନା ବିଭିନ୍ନ କାରଣକୁ ନେଇ ବିବାଦୀୟ ହୋଇପଡିଛନ୍ତି । ଆଉ ଏହି ସମୟରେ ଶୋଭନ, ମାହାଙ୍ଗାରେ ବିଭିନ୍ନ କାର୍ଯ୍ୟକ୍ରମ ଓ ସଭାସମିତିିି କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।