Advertisment

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ

ଦଳ ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଲେ ବଳଭଦ୍ର । ଦଳରେ ଅବହେଳା ଅଭିଯୋଗ କରି ଇସ୍ତଫା ଦେଲେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Balabhadra Majhi

Balabhadra Majhi

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବଳଭଦ୍ର ଇସ୍ତଫା ଦେଇଛନ୍ତି। ଦଳ ସଭାପତିଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ଦଳରେ ଅବହେଳା ଅଭିଯୋଗ କରି ବଳଭଦ୍ର ଇସ୍ତଫା ଦେଇଥିବା କହିଛନ୍ତି। ବଳଭଦ୍ର ମାଝୀ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Advertisment

ନର୍ଲାରୁ ୪ ଥର ଏବଂ ଲାଞ୍ଜିଗଡ଼ରୁ ଥରେ ବିଜୟୀ ହୋଇଥିଲେ ବଳଭଦ୍ର। ପ୍ରଥମେ ୧୯୯୦ ମସିହାରେ ଜନତା ଦଳରୁ ଲଢ଼ି ବିଜୟୀ ହୋଇଥିଲେ। ଦ୍ୱିତୀୟ ଥର ଲାଗି ମଧ୍ୟ ସେ ଜନତା ଦଳରୁ ଲଢ଼ି ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ବିଧାୟକ ରହିଥିଲେ। ୨୦୦୦ ମସିହାରେ ସେ ବିଜେଡିରୁ ଲଢ଼ି ବିଜୟୀ ହୋଇଥିଲେ। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ମଧ୍ୟ ସେ ନର୍ଲା ଆସନରୁ ଜିତି ବିଧାୟକ ରହିଥିଲେ।

୨୦୧୪ ମସିହାରେ ସେ ଲାଞ୍ଜିଗଡ଼ରୁ ବିଧାନସଭାରୁ ନିର୍ବାଚିତ ହୋଇଥିଲେ। ନବୀନଙ୍କ ପ୍ରଥମ ଏବଂ ଦ୍ୱିତୀୟ ପାଳିରେ ସେ ମନ୍ତ୍ରୀ ହୋଇଥିଲେ।

Advertisment
BJD BJP Congress Odisha Politics
Advertisment
Advertisment