Advertisment

‘୬୦ ଟିକେଟ ଫାଇନାଲ, କେବଳ ଜିତିବା ଲୋକଙ୍କୁ ହିଁ ଦିଆଯିବ; ଏଥର ସରକାର ଗଢ଼ିବୁ’

'ନିଜର ଏକତା ପ୍ରମାଣିତ କରିବାକୁ ବସ୍‌ରେ ଏକାଠି ହୋଇ ବୁଲିବୁ' । 'ସାଂସଦ ଓ ମୋ ଭିତରେ ପଡୁନଥିଲା, ଏବେ ସବୁ ଛାଡ଼ି ସରକାର ଗଢ଼ିବୁ’।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Taraprasad Bahinipati

Taraprasad Bahinipati

ଆସନ୍ତା ନିର୍ବାଚନ ଲାଗି କଂଗ୍ରେସ ପ୍ରାୟ ୬୦ ଟିକେଟ ଫାଇନାଲ କରିସାରିଛି। ଏଭଳି କହିଛନ୍ତି ବିଧାୟକ ତାରା ପ୍ରସାଦ ବାହିନାପତି। ଆମର କିଏ ଟିକେଟ ପାଇବ ନ ପାଇବ ମେଣ୍ଟାଲି ପ୍ରସ୍ତୁତ ଅଛନ୍ତି । ଜିତିବା ଲୋକଙ୍କୁ ହିଁ ଦଳ ଟିକେଟ ଦେବ ବୋଲି ତାରା କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ‘ବର୍ତ୍ତମାନ ସୁଦ୍ଧା ୬୦ ଜଣଙ୍କୁ ଚୟନ କରାଯାଇଛି। ଆମେ ନିଜର ଏକତା ପ୍ରମାଣିତ କରିବା ପାଇଁ ଏକାଠି ହୋଇ ବୁଲିବୁ। ବିଜେଡି ବିଜେପିରେ ଗୋଷ୍ଠୀ କନ୍ଦଳ ସ୍ପଷ୍ଟ ଜଣାପଡୁଛି । ‘ଆମେ ନିଜର ସବୁକିଛି ଜଳାଞ୍ଜଳି ଦେଇ ଓଡ଼ିଶାରେ ସରକାର ଗଢିବୁ ବୋଲି କହିଛନ୍ତି ତାରା ।

ନିର୍ବାଚନ ଅଛି ବୋଲି ଏବେ ସରକାର କେବଳ ଡ୍ରାମା କରୁଛନ୍ତି। ଓଡ଼ିଆ ଭାଷା ପାଇଁ ଏ ସରକାର କଣ କରିଛନ୍ତି ସମସ୍ତେ ଆଖିରେ ଦେଖୁଛନ୍ତି ବୋଲି କହିବା ସହ କଂଗ୍ରେସ ଓଡ଼ିଆ ଭାଷା ରକ୍ଷା କରିବ ବୋଲି ଶପଥ ନେଇଛି କହିଛନ୍ତି ତାରା । ଏହାର ସୁରକ୍ଷା ପାଇଁ ଆମେ ଲଢେଇ କରିବୁ ବୋଲି ତାରା କହିଛନ୍ତି। ତେବେ ତାରାଙ୍କ ଅଭିଯୋଗ ନେଇ ବିଜେପି କି ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

BJD Congress Taraprasad Bahinipati BJP Odisha Politics
Advertisment
Advertisment