Advertisment

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରେ କଂଗ୍ରେସ କଲା ଅଣ୍ଡାମାଡ଼, ବିଜେପି କଲା ସଂଘାତିକ ଅଭିଯୋଗ

ହାଇଟେକ୍ କର୍ତ୍ତୃପକ୍ଷଙ୍କୁ କାଠଗଡ଼ାକୁ ଟାଣିଲା ବିଜେପି । 'ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍ ନାହିଁ, କେମିତି ଚାଲିଥିଲା ଚିକିତ୍ସା' ।

author-image
Satyendu Shekher Mishra
HI Tech Medical

HI Tech Medical

ବଢ଼ିଲା ହାଇଟେକ୍ ଅଡ଼ୁଆ । ମୃତ-ଜୀବନ୍ତ, ଜୀବନ୍ତ-ମୃତର ଗୋଲକଧନ୍ଦାରେ ଧନ୍ଦି ହୋଇ ଦୁଇ ଦୁଇଟି ପରିବାର ଛାରଖାର ହେବା, ତିନି ତିନିଟି ଜୀବନ ଯିବା ପରେ ହାଇଟେକ୍ ହସ୍ପିଟାଲ ଓ ରାଜ୍ୟ ସରକାରଙ୍କ ବିରୋଧରେ ତେଜିଲା ଅସନ୍ତୋଷ...ତେଜିଲା ରାଜନୀତି।

Advertisment

ଗୋଟିଏପଟେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଉପରେ କଂଗ୍ରେସର ଅଣ୍ଡାମାଡ଼.. ତ ଅନ୍ୟପଟେ ସାଂଘାତିକ ଅଭିଯୋଗ ଆଣି ବର୍ଷିଲା ବିଜେପି । ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବାସଭବନ ସମ୍ମୁଖରେ ହୋହଲ୍ଲା।

ହାଇଟେକ୍ ହସ୍ପିଟାଲର ଭୁଲ୍ ତଥ୍ୟ ଏବଂ ଚିକିତ୍ସା ପାଇଁ ୩ ଜଣଙ୍କ ସହ ଜଣେ ଗର୍ଭବତୀଙ୍କ ଜୀବନ ଯିବା ସତ୍ତ୍ୱେ ସରକାର କାହିଁକି ଚୁପ୍ ? କାହିଁକି ହାଇଟେକ୍ ମାଲିକ ତଥା ବିଜେଡି ନେତା ତିରୁପତି ପାଣିଗ୍ରାହୀଙ୍କୁ ଗିରଫ କରାଯାଉ ନାହିଁ ବୋଲି ପ୍ରଶ୍ନ କରି ଶହ ଶହ ସଂଖ୍ୟାରେ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଉପରେ ହମଲା କରିଥିଲେ। ରାଲିରେ ଆସି ଅଣ୍ଡାମାଡ଼ କରି ବାସଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ୍ ସହ ଧସ୍ତାଧସ୍ତି ସ୍ଥିତି ସୃଷ୍ଟି ହୋଇଥିଲା।

Advertisment

ଏପଟେ ହାଇଟେକ୍ ଟ୍ରାଜେଡିକୁ ନେଇ ଆଜି ସାଂଘାତିକ ଅଭିଯୋଗ ଆଣିଛି ବିଜେପି। ଦଳ ଅଭିଯୋଗ କରିଛି ହାଇଟେକ୍ ହସ୍ପିଟାଲରେ ୨୦ ପ୍ରତିଶତ ପୋଡ଼ିଥିବା ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା ନାହିଁ। ହେଲେ ସେଠି ୯୦ ପ୍ରତିଶତ ପୋଡ଼ିଥିବା ରୋଗୀଙ୍କ ଚିକିତ୍ସା ହେଉଥିଲା କେମିତି ବୋଲି ପ୍ରଶ୍ନ ଉଠାଇଛି ଦଳ। ଏଥିରେ କେବଳ ଅବହେଳା ନୁହେଁ ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ସନ୍ଦେହ କରି ଦଳ ବିଚାର ବିଭାଗୀୟ ତଦନ୍ତ ସହ ମୃତକଙ୍କ ପରିବାରକୁ କୋଟିଏ ଲେଖାଏଁ ଟଙ୍କା ସହାୟତା ଦେବାକୁ ଦାବି କରିଛି। କେବଳ ସେତିକି ନୁହେଁ ଘଟଣାରେ ସ୍ୱାସ୍ଥ୍ୟ ବିଭାଗ ଓ ଶ୍ରମ କମିଶନର କାହିଁକି ଚୁପ୍ ଅଛନ୍ତି, ତିରୁପତି ପାଣିଗ୍ରାହୀ ବିଜେଡି ସଦସ୍ୟ ବୋଲି ଆଇନରୁ ଊର୍ଦ୍ଧ୍ୱରେ କି ବୋଲି ପ୍ରଶ୍ନ କରିଛି ଦଳ।

ବିଜେପି ଅଭିଯୋଗ କଥା ଛାଡ଼ନ୍ତୁ...ଡିସେମ୍ବର ୨୯ ବିସ୍ଫୋରଣରେ ନିଆଁରେ ୯୦ ପ୍ରତିଶତ ଜଳି ପୋଡ଼ି ଛଟପଟ ହୋଇ ୪ ଜଣ ବ୍ୟକ୍ତିଙ୍କ ଶରୀର କେତେ ପୋଡ଼ିଯାଇଥିବ ଥରେ ଅନୁମାନ କରନ୍ତୁ । ଏପରିକି ଗତ ୫ ତାରିଖ ପ୍ରେସମିଟରେ ହାଇଟେକ ପକ୍ଷରୁ ମୃତ ଦିଲୀପ ସାମନ୍ତରାୟଙ୍କ ଶରୀରରେ ୩୫ ପ୍ରତିଶତ ବର୍ଣ୍ଣ ଇଞ୍ଜୁରୀ ଥିବା କଥା କୁହାଯାଇଥିଲା।

ତେଣୁ ଏଠି ପ୍ରଶ୍ନ, ହାଇଟେକରେ ଗୁରୁତର ପୋଡ଼ା ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନଥିଲେ ବି ଶେଷ ପର୍ଯ୍ୟନ୍ତ ସେମାନଙ୍କ କେମିତି ଏବଂ କି ଚିକିତ୍ସା ଚାଲୁଥିଲା ? 

ବିଜେପି ଓ କଂଗ୍ରେସର ଅଭିଯୋଗକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିନଥିଲା ବେଳେ ଘଟଣାର ୧୧ ଦିନ ପରେ ଆଜି ମୁହଁ ଖୋଲିଛନ୍ତି ହାଇଟେକ୍ ଗ୍ରୁପ୍ ଅଧ୍ୟକ୍ଷ ତଥା ବିଜେଡି ନେତା ତିରୁପତି ପାଣିଗ୍ରାହୀ। ନିଜ ସଂସ୍ଥା ଉପରେ ଲାଗିଥିବା ଅଭିଯୋଗର ସବୁ ଧୂଳି ଝାଡ଼ିବାକୁ ଚେଷ୍ଟା କରିଛନ୍ତି। ସଫାସଫା କହିଛନ୍ତି ଘଟଣା ପାଇଁ ହାଇଟେକ୍ କର୍ତ୍ତୃପକ୍ଷ କୌଣସି ମତେ ଦାୟୀ ନୁହଁନ୍ତି।

ହାଇଟେକ ହସ୍ପିଟାଲରେ ଡିସେମ୍ବର ୨୯ ବିସ୍ଫୋରଣ ଘଟଣାରେ ଆହତ ୪ ଜଣଙ୍କ ମଧ୍ୟରୁ ୟା ଭିତରେ ୩ ଜଣଙ୍କ ଜୀବନ ଯାଇଥିଲା ବେଳେ, ଜଣଙ୍କର ଏବେ ବି ଚିକିତ୍ସା ଚାଲିଛି। ହେଲେ ମଲା-ଜିଇଁଲାର ଗୋଲକଧନ୍ଦାର ରହସ୍ୟ କେବେ ଫିଟୁଛି, କାହା ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେଉଛି ତାକୁ ହିଁ ଅପେକ୍ଷା ।

Advertisment
Advertisment