ରାଜ୍ୟ ସରକାରଙ୍କ ପ୍ରତି ଆଭିମୁଖ୍ୟ ଆଉ ନରମ ରହିବନି । ବରଂ ଯୁଦ୍ଧ ହେବ । ଦିଲ୍ଲୀରୁ ବୈଠକ ସାରି ଭୁବନେଶ୍ବର ଫେରିବା ପରେ ଏଭଳି ମନ୍ତବ୍ୟ ରଖିଛନ୍ତି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ।
ଜୟପୁର ସହର ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ୧୦ଟି ନିର୍ବାଚନ ମଣ୍ଡଳୀ ପାଇଁ କାର୍ଯ୍ୟକ୍ରମ ହୋଇଥିଲା । ସେଠାରେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ସରିବା ପରେ ଦଳୀୟ କର୍ମୀଙ୍କୁ ବଣ୍ଟାଯାଇଥିଲା ଟଙ୍କା ।
ଦିଲ୍ଲୀରେ ଅନୁଷ୍ଠିତ ୨ ଦିନିଆ ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଓଡ଼ିଶା ସମେତ ସବୁ ରାଜ୍ୟ ମୁଖିଆଙ୍କ କାନରେ ବିଜୟ ମନ୍ତ୍ର ଫୁଙ୍କିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ।
ସାମ୍ବାଦିକ ସମ୍ମିଳନୀ କରି ସିଧା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛି କଂଗ୍ରେସ। ଦଳ କହିଛି ମୁଖ୍ୟମନ୍ତ୍ରୀ ଏଥି ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ। ବିବାଦୀୟ ମହିଳାଙ୍କୁ ମହାପ୍ରସାଦ ସେବନ ପାଇଁ କାହିଁକି ଡକାଗଲା ? ଏଥିପାଇଁ ପାଣ୍ଡିଆନଙ୍କୁ କାରଣ ଦର୍ଶାଅ ନୋଟିସ ସହ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନବୀନ। ଯାହାର ଜବାବ୍ ରଖିଛି ବିଜେଡି।
ଦୀର୍ଘ ଦିନ ଧରି ଗୋଟିଏ ପଦବିରେ ଥିବା ଅଫିସରଙ୍କ ପୋଷ୍ଟିଂକୁ ନେଇ ତେଜିଛି ରାଜନୀତି। ବିରୋଧୀ ବିଜେପି ଓ କଂଗ୍ରେସର ଅଭିଯୋଗ, ସରକାରୀ ଦଳ ଅଫିସରଙ୍କୁ ହାତବାରିସି କରି ଭୋଟ୍ ପାଇବାକୁ ଏଭଳି ପ୍ରୟାସ କରିଛି। ଶାସକ ଦଳର ଯୁକ୍ତି ଏହା ଗତାନୁଗତିକ ପ୍ରକ୍ରିୟା ।
ତେଜିବାରେ ଲାଗିଛି ପାଣ୍ଡିଆନ- କାମିୟା ଜାନି ବିବାଦ । ଗୋଟେ ପଟେ ରାଜନୈତିକ ବୟାନ ବାଜି, ଅନ୍ୟ ପଟେ ବିକ୍ଷୋଭ, ପ୍ରତିବାଦ । ଘଟଣାକୁ ନେଇ ଆଜି ସିଧାସଳଖ ପାଣ୍ଡିଆନ ଆଉ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ।
ପୂର୍ବରୁ ଚେଲ୍ଲା କୁମାର ଥିଲେ ଓଡ଼ିଶା ପିସିସି ପ୍ରଭାରୀ । ତାଙ୍କ ସ୍ଥାନରେ ଡକ୍ଟର ଅଜୟ କୁମାରଙ୍କୁ ନିଯୁକ୍ତ କରିଛି କଂଗ୍ରେସ । ଅଜୟଙ୍କୁ ଓଡ଼ିଶା ସହ ତାମିଲନାଡୁ ଓ ପୁଡୁଚେରୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ଖାଲିପାଦରେ ରହି ମାନସିକ ପୂରଣ ପାଇଁ ପ୍ରାର୍ଥନା କରୁଥିଲେ । ଏବେ ନିର୍ବାଚନରେ ମଧ୍ୟପ୍ରଦେଶରେ ବିଜେପି ପୁଣି କ୍ଷମତାକୁ ଆସିଛି ।
କାମିୟାଙ୍କୁ ଜଗନ୍ନାଥ ମନ୍ଦିର ପ୍ରବେଶ ଏବଂ ଅବଢା ଖୁଆଇବାକୁ ନେଇ ବିଜେପି ଲଗାତାର ଭାବେ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରି ଆସୁଛି ।
ରାୟଗଡ଼ା ବ୍ଲକ୍ ହାଲୁଆରେ ଚାଷୀଙ୍କୁ ଭେଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ରାଜ୍ୟପାଳ । ଚାଷୀଙ୍କୁ ରାସାୟନିକ ସାର ବଦଳରେ ପ୍ରାକୃତିକ ପଦ୍ଧତିରେ ଚାଷ କରିବାକୁ ପରାମର୍ଶ ଦେଇଥିଲେ ।
ତେବେ ଏଠି ପ୍ରଶ୍ନ ବିନା ଗାଇଡ୍ ଲାଇନ କିମ୍ବା କମିଟି ବିନା ଜିଲ୍ଲା ଗଠନ ସମ୍ଭବ ନୁହେଁ ବୋଲି ଅବଗତ ନ ଥିଲେ କି ସରକାର ? ନା ସବୁ ଜାଣି କେବଳ ଭୋଟ୍ ଭେଳିକି ପାଇଁ ତରବରିଆ ଘୋଷଣା ହୋଇଥିଲା।
ଗତକାଲି ମାଲକାନଗିରି ଜିଲ୍ଲାର ମାଥିଲି ମେଡିକାଲରେ ରୋଗୀଙ୍କୁ ଭେଟି ସମସ୍ୟା ବୁଝିଥିଲେ ରାଜ୍ୟପାଳ । ପାଙ୍ଗାମ ଗାଁରେ ଅଙ୍ଗନବାଡି ନଥିବା ଜାଣିବା ପରେ କ୍ଷୋଭ ପ୍ରକାଶ କରିଥିଲେ ।
ଜିଲ୍ଲା ବୁଲୁଛି ରାଜ୍ୟପାଳଙ୍କ ଦରବାର। ଲୋକଙ୍କଠୁ ଅଭିଯୋଗ ବି ସଂଗ୍ରହ ହେଉଛି ଓ ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ବି ଲେଖାଯାଉଛି। ଯାହାକୁ ନେଇ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନାର ସଫଳ ରୂପାୟନ ନେଇ ଡିଣ୍ଡିମ ପିଟା ଉପରେ ଉଠିଛି ପ୍ରଶ୍ନ।
ବିଜେପି ଅଭିଯୋଗ କରିଛି, କାମିୟା ଜାନି ଖୁଲ୍ଲମଖୁଲ୍ଲା ଗୋମାଂସ ଖାଇଥିବା ନିଜ ସୋସିଆଲ ମିଡିଆ ସାଇଡରେ ରହିଛି । ତେଣୁ ଶ୍ରୀମନ୍ଦିର ନିୟମ ଅନୁସାରେ ଗୋମାଂସ ଭକ୍ଷଣ କରିଥିବା ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଇ ଅପରାଧ କରିଛନ୍ତି ପାଣ୍ଡିଆନ ।
ତେଜୁଛି ହିନ୍ଦୀ ବ୍ଲଗର କାମିୟା ଜାନି ଜଗନ୍ନାଥ ଦର୍ଶନ ବିବାଦ। କାମିୟାଙ୍କୁ ଜଗନ୍ନାଥ ମନ୍ଦିର ପ୍ରବେଶ ଏବଂ ଅବଢା ଖୁଆଇବାକୁ ନେଇ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରିଛି ବିଜେପି। ଦଳ ଅଭିଯୋଗ କରିଛି, କାମିୟା ପୂର୍ବରୁ ଗୋଂମାସ ଖାଇଥିବାରୁ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଇବା ସହ ମହାପ୍ରସାଦ ଖୁଆଇ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେଇଛନ୍ତି ପାଣ୍ଡିଆନ ।
ଆଜି ରାଜ୍ୟସଭାରେ ଆଗତ ହେବ ୩ ସଂଶୋଧିତ ନୂଆ ଆଇନ ବିଲ୍ । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା, ଭାରତୀୟ ସାକ୍ଷ୍ୟ ଆଇନ ।
ନିର୍ବାଚନ ଆସିଲେ ଯେକୌଣସି ସତ୍ତାଧାରୀ ଦଳ ଭୋଟର୍ଙ୍କୁ ଆକୃଷ୍ଟ କରିବା ପାଇଁ ସରକାରୀ କଳର ସହାୟତା ନିଅନ୍ତି। ଯୁବକମାନଙ୍କୁ ହାତ ମୁଠାରେ ରଖିବା ନେଇ ବିଭିନ୍ନ ଯୋଜନାରେ ଲାଗି ପଡନ୍ତି। ‘ବିଜୁ ଯୁବ ବାହିନୀ’ ଏହାର ଉଦାହରଣ। ତେବେ ଯୁବକମାନଙ୍କର ବାସ୍ତବିକ ସ୍ଥିତି କ’ଣ ?
ମାଟ୍ରିକ ଡ୍ରପ୍ ଆଉଟ୍ରେ ଓଡିଶା ନମ୍ୱର ୱାନ୍ । ୨୦୨୧-୨୨ରେ ପାଠ ଛାଡିଛନ୍ତି ୪୯.୯ ପ୍ରତିଶତ ଦଶମ ଛାତ୍ରଛାତ୍ରୀ । ଲୋକସଭାର ଏକ ତାରକା ପ୍ରଶ୍ନ ଉତ୍ତରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ତଥ୍ୟ ରଖିଛନ୍ତି ତାହା ସମସ୍ତଙ୍କୁ ଚମକାଇଲା ଭଳି ।
ରାଜ୍ୟରେ ବିଧାନସଭା ନିର୍ବାଚନରେ ଚମତ୍କାର ବିଜୟ ପରେ ବିଜେପି ଶିବରାଜ ସିଂ ଚୌହାନଙ୍କୁ ଏହି ପଦରୁ ହଟାଇ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିଛି ।
ହାତୀ ଘଉଡ଼ାଇବା ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉନି । ସମସ୍ୟା ନେଇ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଲୋକେ ।
ଟିଏମସି ସାଂସଦଙ୍କ ଏଭଳି ଆଚରଣକୁ ଚାରିଆଡୁ ନିନ୍ଦା... ଘଟଣାକୁ ଲଜ୍ଜାଜନକ କହିଲେ ଉପରାଷ୍ଟ୍ରପତି ଜଗଦୀପ ଧନକର... ମିମିକ୍ରି ବେଳେ ନିନ୍ଦା ପରିବର୍ତ୍ତେ ଭିଡିଓ କରୁଥିଲେ ରାହୁଲ ଗାନ୍ଧି ...
ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ୍ ଦଳର ଦୁଇ ପ୍ରମୁଖ ନେତା ମନୀଶ ସିସୋଦିଆ ଏବଂ ସଞ୍ଜୟ ସିଂ ଗିରଫ ହୋଇସାରିଛନ୍ତି।
୨୪ ନିର୍ବାଚନ ପୂର୍ବରୁ ପାଣ୍ଠି ସଂଗ୍ରହ ପାଇଁ ଆରମ୍ଭ କଲା କ୍ରାଉଡ୍ ଫଣ୍ଡିଂ । ସାଂସଦ ଧୀରଜ ସାହୁଙ୍କଠୁ ହୋଇଥିଲା ୩୫୦ କୋଟିରୁ ଅଧିକ ଟଙ୍କା ସିଜ୍ ।
ବିଭିନ୍ନ ସ୍ଥାନରେ 5T ସ୍କୁଲ ରୂପାନ୍ତରଣକୁ ନେଇ ଅସନ୍ତୋଷ । ନିମ୍ନମାନର ନିର୍ମାଣ କାମକୁ ନେଇ ଆସିଲା ଅଭିଯୋଗ ।
ନିଶ୍ଚିତ ଭାବେ ଏହା ଏକ ଅଭାବନୀୟ ଘଟଣା। ଏହା ପରେ ନିଲମ୍ବିତ ସାଂସଦମାନେ ପାର୍ଲାମେଣ୍ଟର ପ୍ରବେଶ ଦ୍ୱାରରେ ଧାରଣା ଦେଇଥିଲେ।