• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦଳୀୟ କାର୍ଯ୍ୟକ୍ରମ ବୋଲି କହିଲା ବିଜେପି । ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କଡା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଜଗନ୍ନାଥ କେଉଁ ଦଳର ନୁହଁନ୍ତି । ସାଲବେଗକୁ ଭେଟିବାକୁ ଜଗନ୍ନାଥ ୯ ଦିନ ବାହାରକୁ ବାହାରିଥିଲେ ।

ଆମେ ସାମିଲ ହେବା ଉଚିତ ନା ନାହିଁ ଏହା ଆପଣ ବିଚାର କରନ୍ତୁ । ଭୁବନେଶ୍ୱର ରାମ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏହି ପ୍ରତିକ୍ରିୟା ରଖିଛନ୍ତି । ସେପଟେ କାର୍ଯ୍ୟକ୍ରମରେ ସାମିଲ ହେବା ପ୍ରସଙ୍ଗରେ ସେ କହିଛନ୍ତି ଲୋକେ ବିଚାର କରନ୍ତୁ ।

ବିଜେପି ସଭାପତିଙ୍କ ପ୍ରତିକ୍ରିୟା ଉପରେ ଜବାବ ରଖିଛି ବିଜେଡି । ବିଧାୟକ ଅମର ଶତପଥୀ କହିଛନ୍ତି ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ ଏହା ଏକ ଧାର୍ମିକ କାର୍ଯ୍ୟକ୍ରମ । ସରକାର ଏବଂ ମନ୍ଦିର ପ୍ରଶାସନ ସମସ୍ତ କାର୍ଯ୍ୟକ୍ରମ କରୁଛି । ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି ସମସ୍ତେ ଆସନ୍ତୁ ।

ଆଗରୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଅର୍ପଣ ରଥରେ ଜଗନ୍ନାଥଙ୍କୁ ବସାଇ ଯେପରି ବୁଲାଯାଉଛି ତା ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ମହାପ୍ରଭୁ ୯ ଦିନ ପାଇଁ ମନ୍ଦିରରୁ ବାହାରନ୍ତି, ଏଠି କେମିତି ଗାଁ ଗାଁ ବୁଲୁଛନ୍ତି । ପ୍ରଭୁଙ୍କୁ ଏକ ଅଟୋରେ ଖରା, ଶୀତ, କାକରରେ ବାହାରେ ରଖାଯାଉଛି ।

ଗାଡ଼ିକୁ ଅଳିଆ ଗଦା ପାଖରେ ପାର୍କିଂ କରି ରଖାଯାଉଛି ବୋଲି ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କୁ ଯିଏ ବି ପରାମର୍ଶ ଦେଉଛନ୍ତି, ତାହା ଭୁଲ୍ ପରାମର୍ଶ । ସେହିପରି ଗୁଆ ଦେଇ ନିମନ୍ତ୍ରଣ କରାଯାଏ, କିନ୍ତୁ ଏଠି ଗୁଆ ନେଇ ନିମନ୍ତ୍ରଣ ହେଉଛି। ଏହା କି ପ୍ରକାର ନିମନ୍ତ୍ରଣ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଥିଲେ ।