/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705686202.jpg)
Himanta Biswa Sarma
ରାମ ମନ୍ଦିର କେବଳ କଂଗ୍ରେସ ପାଇଁ ହିଁ ରାଜନୈତିକ ପ୍ରସଙ୍ଗ ବନିଛି । ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଜାତୀୟ ସ୍ତରର ପ୍ରମୁଖ ଚେହେରା ହିମନ୍ତ ବିଶ୍ୱଶର୍ମା । ସେ କହିଛନ୍ତି, କଂଗ୍ରେସ ରାମଲାଲା ପ୍ରାଣପ୍ରତିଷ୍ଠା ସମାରୋହକୁ ବର୍ଜନ କରି ଏହାକୁ ରାଜନୀତିରେ ପରିଣତ କରିଛି । ଏଥିସହ କହିଛନ୍ତି ଯେ, ମୋ ମତରେ ମଥୁରା ଓ ଜ୍ଞାନବାପୀ ହିନ୍ଦୁଙ୍କର । ମକ୍କା ଓ ମଦିନା ଭଳି ରାମ ଓ କୃଷ୍ଣ ଜନ୍ମଭୂମି ସ୍ଥାନାନ୍ତର ହୋଇପାରିବନି । ବିବାଦରୁ ଦେଶ ଆଗକୁ ବଢ଼ିବନି ।
ସେ ଆହୁରି କହିଛନ୍ତି ଯେ, ଭାରତର ମୁସଲିମ ସମାଜକୁ ନିବେଦନ କରୁଛି ଯେ, ଏହା ହିନ୍ଦୁଙ୍କ ସଂସ୍କୃତି । ଏହା ସେମାନେ ଗ୍ରହଣ କରିନେଲେ, ଦେଶ ବିକାଶର ଏକ ନୂଆ ମୂଳଦୁଆ ପଡ଼ିବ । ଓଡ଼ିଶା ରାଜନୀତି ଏବଂ ବିଜେଡି-ବିଜେପି ସଂପର୍କ ପ୍ରସଙ୍ଗରେ ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ଦିଲ୍ଲୀରେ ବିଜେଡି ଓ ବିଜେପି ଏକ୍ ବୋଲି ଭ୍ରମ ସୃଷ୍ଟି କରାଯାଉଛି । ଏହା ବିଜେଡିର ହିଁ ପ୍ରୋପାଗାଣ୍ଡା ।
ଏଥିସହ ଅଫିସର୍ ରାଜ୍ ଗଣତନ୍ତ୍ର ପାଇଁ ଘୋର ବିପଦ ବୋଲି କହିବା ସହିତ, ବ୍ୟୁରୋକ୍ରାସିରୁ ପଲିଟିକ୍ସକୁ ଜମ୍ପିଂଙ୍କୁ ନେଇ କହିଛନ୍ତି ଯେ, ରାଜନୀତିରେ କାମ ଦିଏନି ପାରା ଟ୍ରୁପିଂ । ପ୍ରତିଶ୍ରୁତିବଦ୍ଧତା ପାଇଁ ଅଭିଜ୍ଞତା ନିହାତି ଜରୁରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)