• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଯେମିତି ସାରା ରାଜ୍ୟରେ ଅର୍ପଣ ରଥ ବୁଲାଯାଉଛି, ତାକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ସେ ଅଭିଯୋଗ କରିଛନ୍ତି, ଜଗନ୍ନାଥଙ୍କୁ ଭିକାରି ସଜେଇ ଦେଇଛନ୍ତି ରାଜ୍ୟ ସରକାର । ଯିଏ ସାରା ସଂସାରକୁ ଖାଦ୍ୟ ଯୋଗାଉଛି, ତାଙ୍କର ଏକ ସୋଲ ମୂର୍ତ୍ତି ଟ୍ରକରେ ବସାଇ ଚାଉଳ ମାଗୁଛନ୍ତି ।

ସେଇ ଚାଉଳକୁ ବିଜେଡି କର୍ମୀ ଭୋଜି କରି ଖାଉଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ବିଜୟ ପଟ୍ଟନାୟକ । ଆଗରୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଅର୍ପଣ ରଥରେ ଜଗନ୍ନାଥଙ୍କୁ ବସାଇ ଯେପରି ବୁଲାଯାଉଛି ତା ଉପରେ ପ୍ରଶ୍ନ ଉଠାଇଥିଲେ । ବିଜୟ ପଟ୍ଟନାୟକ ଆହୁରି ଅଭିଯୋଗ କହିଛନ୍ତି-ବୋଧହୁଏ ଶ୍ରୀମନ୍ଦିର ଓ ମହାପ୍ରସାଦର ମାହ୍ୟତ୍ମ ଜାଣିନାହାନ୍ତି ରାଜ୍ୟ ସରକାର ।

ପୁରୀକୁ ପର୍ଯ୍ୟଟନସ୍ଥଳୀ ଭାବୁଛନ୍ତି । ମହାପ୍ରସାଦ ରେଷ୍ଟୁରାଷ୍ଟର ଖାଦ୍ୟ ନୁହେଁ ଯେ, ଗୋମାଂସ ଖାଉଥିବା କାମିଆ ଜାନିଙ୍କ ଜରିଆରେ ପ୍ରଚାର କରୁଛନ୍ତି ସରକାର । ଏହା ଧର୍ମୀୟ ଭାବନା ପ୍ରତି କୁଠାରଘାତ । ବିଜୟ ଆହୁରି କହିଛନ୍ତି-ପରିକ୍ରମା ପ୍ରକଳ୍ପ ନାଁରେ ସରକାର କେବଳ ୪ଟି ଶୌଚାଳୟ କରିଛନ୍ତି ।

ତା’ର ଉଦଘାଟନ ପାଇଁ ଗୁଆ ଚାଉଳ ଦେଇ ନିମନ୍ତ୍ରଣ କରିଛନ୍ତି । ତା’ ବଦଳରେ ମନ୍ଦିରର ଫାଟ କିପରି ମରାମତି କରାଯିବ, ରାଜ୍ୟ ସରକାର ସେ କଥା ଚିନ୍ତା କରନ୍ତୁ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ । ତାଙ୍କର ଏହି ସବୁ ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି ।