/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710394997.jpg)
Amit Shah on CAA
ସାରା ଦେଶରେ ନାଗରିକତା ସଂଶୋଧନ ଆଇନ୍- CAA ଲାଗୁ ହେବା ପରେ ଚାରିଆଡ଼େ ଶରଣାର୍ଥୀଙ୍କୁ ଆଶ୍ୱସ୍ତି। ଆଇନ୍ ଲାଗୁ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୟାନ। କହିଲେ CAA ପ୍ରତ୍ୟାହାର ହେବନି। ଏହାଛଡ଼ା କୌଣସି ବି ରାଜ୍ୟ CAA କୁ ଅବରୋଧ କରିପାରିବେ ନାହିଁ।
ଖବର ସରବରାହ ସଂସ୍ଥା ANIକୁ ସାକ୍ଷାତକାର ବେଳେ ଅମିତ ଶାହ ଏହି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହା ଆମର ସାର୍ବଭୌମ ଅଧିକାର, ଏଥିରେ ସାଲିସ୍ କରିବୁନି। ଶରଣାର୍ଥୀଙ୍କୁ ସମ୍ମାନର ସହ ବଞ୍ଚିବା ଅଧିକାର ଅଛି। CAA ବଳରେ ନାଗରିକତା ପାଇଥିବା ବ୍ୟକ୍ତିଙ୍କୁ ସବୁ ଅଧିକାର ମିଳିବ। ସେମାନେ ବି ନିର୍ବାଚନ ଲଢ଼ି ସାଂସଦ, ବିଧାୟକ, ମୁଖ୍ୟମନ୍ତ୍ରୀ ହୋଇପାରିବେ। ବିରୋଧୀ ତୁଷ୍ଟୀକରଣର ରାଜନୀତି କରୁଛି। CAA ପାଇଁ କୌଣସି ସଂଖ୍ୟାଲଘୁ ଭୟଭୀତ ହେବା ଉଚିତ୍ ନୁହେଁ।
ଅଧିକ ପଢ଼ନ୍ତୁ: CAA ଲାଗୁ ଭାରତ ପାଇଁ ଏକ କଳା ଦିନ…ମୋର ସମସ୍ତ ଶକ୍ତି ସହିତ ଏହା ବିରୁଦ୍ଧରେ ଲଢିବି: କମଲ ହାସନ୍
‘#ମିଛ_ରାଜନୀତି_କରୁଛନ୍ତି_ବିରୋଧୀ’
ବିରୋଧୀ ଦଳ ମିଛ ରାଜନୀତି କରୁଛନ୍ତି । ଭାରତୀୟ ଜନତା ପାର୍ଟି ୨୦୧୯ରେ ଘୋଷଣାପତ୍ରରେ କହିଥିଲା ଆମେ CAA ନେଇ ଆସିବୁ । ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଗଲାଦେଶର ଶରଣାର୍ଥୀମାନଙ୍କୁ ନାଗରିକତା ଦେବୁ#AmitShah#BJP#2024Election#India#Politics#OTVpic.twitter.com/BkbaOv5f8c— ଓଟିଭି (@otvkhabar) March 14, 2024
CAA ଅବରୋଧକୁ ନେଇ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଲେ ଅମିତ ଶାହ। ଗଣମାଧ୍ୟମ ଆଗରେ କହିଲେ, "ମୁଁ ଆପଣଙ୍କୁ ଅନୁରୋଧ କରୁଛି ରାହୁଲ ଗାନ୍ଧି ଏହି ପ୍ରସଙ୍ଗରେ ବିସ୍ତୃତ ଭାବରେ ସାକ୍ଷାତକାର ଦିଅନ୍ତୁ ଏବଂ ସାଧାରଣ ଜନତାଙ୍କୁ CAA କୁ ବିରୋଧ କରିବାର କାରଣ ବର୍ଣ୍ଣନା କରନ୍ତୁ। ରାଜନୀତିରେ ଆପଣଙ୍କ ନିଷ୍ପତ୍ତିର ଯଥାର୍ଥତା ପ୍ରମାଣ କରିବା ଆପଣଙ୍କର ଦାୟିତ୍ୱ ଅଟେ। ଯଦି CAA ମୋ ସରକାରଙ୍କ ନିଷ୍ପତ୍ତି, ତେବେ ମୋତେ ମୋ ଦଳର ଆଭିମୁଖ୍ୟ, ସରକାରଙ୍କ ନିଷ୍ପତ୍ତି ଏବଂ ଏହା କାହିଁକି ଦେଶ ସପକ୍ଷରେ ଅଛି ତାହା ସ୍ପଷ୍ଟ କରିବାକୁ ପଡିବ। ସେହିପରି ରାହୁଲ ଗାନ୍ଧି ଏହି ଆଇନକୁ କାହିଁକି ବିରୋଧ କରୁଛନ୍ତି, ତାହା ସମସ୍ତଙ୍କ ଆଗରେ ଆସି ବୁଝାଇବାକୁ ପଡ଼ିବ। "
#WATCH | On Congress leader Rahul Gandhi's statement on CAA, Union Home Minister Amit Shah says, "Rahul Gandhi should explain to the public why is CAA against the country just as we are explaining why it is in favour of the country..." pic.twitter.com/CkNA1RJFbF
— ANI (@ANI) March 14, 2024
୨୪ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ। ସାରା ଦେଶରେ ଲାଗୁ ହୋଇଛି ନାଗରିକତା ସଂଶୋଧନ ଆଇନ। ସଂସଦରେ ପାରିତ ହେବାର ୪ ବର୍ଷ ପରେ ସିଟିଜେନସିପ୍ ଆମେଣ୍ଡମେଣ୍ଟ ଆକ୍ଟ ବା CAA ନୋଟିଫିକେସନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ଏହି ଆଇନ ଅନୁସାରେ, ୨୦୧୪ ସୁଦ୍ଧା ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ଅଣ-ମୁସଲିମ୍ ଶରଣାର୍ଥୀଙ୍କୁ ମିଳିବ ଭାରତୀୟ ନାଗରିକତା।
ଏହି ୩ ପଡ଼ୋଶୀ ଦେଶରେ ସଂଖ୍ୟାଲଘୁ ଥିବା ସଂପ୍ରଦାୟ ଯଥା- ହିନ୍ଦୁ, ଜୈନ, ଖ୍ରୀଷ୍ଟିଆନ, ଶିଖ୍, ବୌଦ୍ଧ ଓ ପାର୍ସି ମାନଙ୍କୁ ଭାରତୀୟ ନାଗରିକତା ମିଳିବ। ଏଥିପାଇଁ ସେମାନେ ୨୦୧୪ ଡିସେମ୍ବର ୩୧ ତାରିଖ ଦିନ କିମ୍ବା ତା ପୂର୍ବରୁ ଭାରତରେ ଶରଣ ନେଇଥିବା ଦରକାର। ସେମାନେ ଗତ ବର୍ଷେ ଧରି ଏବଂ ବିଗତ ୧୪ ବର୍ଷରେ ଅତିକମରେ ୫ ବର୍ଷ ପାଇଁ ଭାରତରେ ରହିଥିବା ଆବଶ୍ୟକ। ଏଥିପାଇଁ ଶରଣାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଏହି ଆଇନରେ ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ସାମିଲ ହେବ ନାହିଁ। ସମ୍ବିଧାନର ଷଷ୍ଠ ଅନୁଚ୍ଛେଦ ଅନୁସାରେ, ଆସାମର କାର୍ବି ଆଙ୍ଗଲୋଙ୍ଗ, ମେଘାଳୟର ଗାରୋ ହିଲ୍ସ, ମିଜୋରାମର ଚକମା ଜିଲ୍ଲା ଏବଂ ତ୍ରିପୁରାର ଟ୍ରାଇବାଲ୍ ଏରିଆକୁ ବାଦ୍ ଦିଆଯାଇଛି । ୨୦୧୯ ଡିସେମ୍ବରରେ ସଂସଦରେ ସିଏଏ ପାରିତ ହୋଇଥିଲା ଏବଂ ପରେ ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଲାଗୁ ହେବ ବୋଲି ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)