/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710505044.jpg)
Arindam Roy quits BJD
ବିଜେଡି ଛାଡ଼ିଲେ ଅରିନ୍ଦମ । ବିଜେଡିରୁ ଇସ୍ତଫା ଦେଲେ ଅଭିନେତା ଅରିନ୍ଦମ ରାୟ । ସାଧାରଣ ସଂପାଦକ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର । ଇସ୍ତଫା ପତ୍ରରେ ନବୀନଙ୍କୁ ନିଜ କ୍ଷୋଭ ଜଣାଇଲେ ଅରିନ୍ଦମ ।
Actor Arindam Roy quits BJD; resigns from the post of party general secretary & primary membership; sends resignation letter to party president Naveen Patnaik#Odishapic.twitter.com/9IDCTlh1q3
— OTV (@otvnews) March 15, 2024
ଇସ୍ତଫା ପତ୍ରରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଲେଖିଛନ୍ତି ଯେ, “ ମୋ କାର୍ଯ୍ୟକୁ ଦଳରେ ମର୍ଯ୍ୟାଦା ମିଳୁନଥିବା ଲେଖିଛନ୍ତି । ଅନେକ ଥର ଆପଣଙ୍କୁ ଭେଟିବାକୁ ଚାହିଁଥିଲେ ବି ସୁଯୋଗ ମିଳୁନି । ଆପଣଙ୍କୁ ଭେଟିବାର ମାପଦଣ୍ଡ ପୂରଣ କରୁନଥିବା ଅନୁଭବ କରୁଛି । ଆପଣଙ୍କ ଦଳରେ ମୋର ସ୍ଥାନ କିଛି ନୁହେଁ ବୋଲି ଭାବୁଛି । ଆଶା ମୋ ପରିସ୍ଥିତି ବୁଝିବେ, ମୋ ଉପରେ କିଛି ଆକ୍ରୋଶ ରଖିବେନି । ”
ତେବେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି କୁଆଡେ ଯିବେ ଅରିନ୍ଦମ ? ଧରିବେ କି ପଦ୍ମ ? ନା ଫିଲ୍ମ ଜଗତକୁ ପୁଣି ଫେରିବେ ? ବିଜେଡି ଛାଡିବା ପରେ ଏନେଇ ବଢିଲା ଚର୍ଚ୍ଚା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)