Advertisment

‘କଂଗ୍ରେସ ଜିତିଲେ ୫୦୦ ଟଙ୍କାରେ ଗ୍ୟାସ, ଧାନ କ୍ୱିଣ୍ଟାଲ ୩୦୦୦’

ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ କରିବାକୁ ମଧ୍ୟ ଘୋଷଣା କରିଛି ଦଳ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Congress

ଓଡ଼ିଶାରେ ତେଲେଙ୍ଗାନା ଫର୍ମୁଲା ଆପଣାଇଲା କଂଗ୍ରେସ। ରାଜ୍ୟ କଂଗ୍ରେସ ଆଜି ଘୋଷଣା କରିଛି ନିଜ ନିର୍ବାଚନ ଇସ୍ତାହାର। ବିଜେପି ‘ମୋଦି ଗ୍ୟାରେଣ୍ଟି’ ଦେଇଥିବା ବେଳେ କଂଗ୍ରେସ ବି ଏହାକୁ ଚେକ୍ ଦେବାକୁ ଚେଷ୍ଟା କରି ‘କଂଗ୍ରେସ ଗ୍ୟାରେଣ୍ଟି’ କହି ୧୦ଟି ଗ୍ୟାରେଣ୍ଟି ଲଞ୍ଚ୍ କରିଛି। ଫୋକସରେ ରହିଛି ମହିଳା, କୃଷକ, ଯୁବକ ଯୁବତୀ, SHG।

Advertisment

ଗୃହଲକ୍ଷ୍ମୀ ଯୋଜନାରେ ପ୍ରତି ଘର ମୁଖ୍ୟ ମହିଳାଙ୍କୁ ୨ ହାଜର ଟଙ୍କା ଭତ୍ତା, ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗଙ୍କୁ ୨ ହଜାର ଟଙ୍କା ମାସିକ ଭତ୍ତା, ବେକାରୀଙ୍କୁ ୩ ହଜାର ଏବଂ କୃଷକଙ୍କ ପାଇଁ ମାସିକ ପେନସନ୍ ୨ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ। ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଯାଏଁ ମାଗଣା ଚିକିତ୍ସା ବ୍ୟବସ୍ଥା କରାଇବାକୁ ନିଜ ଗ୍ୟାରେଣ୍ଟି ପତ୍ରରେ ଉଲ୍ଲେଖ କରିଛି ଦଳ। ଖାଲି ସେତିକି ନୁହେଁ, ଚିଟଫଣ୍ଡ କ୍ଷତିଗସ୍ତଙ୍କୁ ୬ ମାସରେ ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ।

BJD General Election 2024 BJP Congress Odisha Politics
Advertisment
Advertisment