Advertisment

ଭୋଟ୍ ପୂର୍ବରୁ ଫ୍ରି ସ୍କିମ୍ ପରେ ଦରମା ବଢ଼ା ପର୍ବ

୫୦ ହଜାରକୁ ବଢ଼ିଲା ମେୟରଙ୍କ ଦରମା । କନିଷ୍ଠ ଶିକ୍ଷକଙ୍କ ଦରମା ୨୦ ହଜାରକୁ ବୃଦ୍ଧି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Odisha Politics

ପ୍ରଥମେ ଫ୍ରି' ସ୍କିମ୍ ବର୍ଷା । ଆଉ ଏବେ ଦରମା, ଭତ୍ତା ବଢ଼ା ପର୍ବ । କାଲି ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ଖୁସ୍ କରିଥିଲେ ଆଉ ଆଜି ଥିଲା ମହାନଗର, ପୌର ଓ NAC ପ୍ରତିନିଧିଙ୍କ ପାଳି । ସରପଞ୍ଚଙ୍କ ପାରିତୋଷିକକୁ ୨ ହଜାର ୩୫୦ରୁ ଏକାବେଳକେ ୪ ଗୁଣ ବଢ଼ାଇ ୧୦ ହଜାର କରିବା ପରେ ଆଜି ମେୟରଙ୍କ ଦରମାକୁ ବି ୫୦ ହଜାର ଛୁଆଁଇ ଦେଇଛନ୍ତି ସରକାର।

Advertisment

ଏଥିସହ ଏହା ଭିତରେ ଅଙ୍ଗନୱା଼ଡ଼ି, ଆଶା, ସ୍ୱଚ୍ଛ ସାଥୀ, କୃଷକ ସାଥୀଠୁ ନେଇ ଲ' ଅଫିସର, ନିର୍ମାଣ ଶ୍ରମିକ,ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ୍, ଏମିତିକି ଠିକା ଓ ଆଉଟ୍ ସୋର୍ସିଂ କର୍ମଚାରୀ ଯାଏଁ ପ୍ରାୟ ସମସ୍ତଙ୍କର- କାହାକୁ ଦରମା ତ କାହାର ପେନ୍‌ସନ୍ ଅବା ପ୍ରୋତ୍ସାହନ ରାଶି,କିଛି ନା କିଛି ବଢ଼ି ସାରିଲାଣି।

ସେହିପରି ପଦ୍ମ ସମ୍ମାନରେ ସମ୍ମାନିତଙ୍କ ପାଇଁ ମାସିକ ୨୫ ହଜାର ଟଙ୍କା ପେନସନ୍ ରାଶି ସାଙ୍ଗକୁ ରାଜ୍ୟର ଭାଗବତ ଟୁଙ୍ଗି ଗୁଡ଼ିକ ପାଇଁ ବି ୫୦ ହଜାର ଟଙ୍କା ଘୋଷଣା ହୋଇଛି। ଅର୍ଥାତ୍ ଭୋଟ୍ ପୂର୍ବରୁ ସବୁ ବର୍ଗକୁ ଫଳେ ପୁଷ୍ପେ ସନ୍ତୁଷ୍ଟ କରିବାରେ ଲାଗି ପଡ଼ିଛନ୍ତି ରାଜ୍ୟ ସରକାର। ତେଣୁ ଏହାକୁ ଦାବି ହାସଲର ଋତୁ ଭାବି ଭୁବନେଶ୍ୱର ଲୋୟର ପିଏମଜିରେ ନିଇତି ନୂଆ ନୂଆ ସଂଗଠନ ନୂଆ ନୂଆ ଦାବି ଧରି ଧାରଣା,ବିକ୍ଷୋଭକୁ ଓହ୍ଲାଉଛନ୍ତି। ଏଇ ଯେମିତି ଯୋଗ ଶିକ୍ଷକ ଓ ଗ୍ରାମ୍ୟ ସାଧନ କର୍ମୀ ଓ ଜଳସାଥୀ। ଏମାନଙ୍କର ବି ଦାବି- ସ୍ଥାୟୀ ନିଯୁକ୍ତି ମିଳୁ। ଦରମା ବଢୁ।

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ଭୋଟ୍ ଅମଳ ପାଇଁ ଭଣ୍ଡାର ଖୋଲି ଦେଇଛନ୍ତି ସରକାର। ୨୪ ବର୍ଷର ଲମ୍ବା ଶାସନ ପରେ ବି କାଳେ କିଛି ଗଡ଼ ବଡ଼ ହେଇଯିବ, ତେଣୁ କାହାରିକୁ ଅସନ୍ତୁଷ୍ଟ ରଖିବାକୁ ଚାହୁଁନାହାନ୍ତି। ତେଣେ ବଜେଟରେ ବ୍ୟବସ୍ଥା ଥାଉ କି ନଥାଉ, ରାଜ୍ୟର ଆର୍ଥିକ ସ୍ଥିତି ଏକକାଳୀନ ଏତେସବୁ ମାଗଣା ସ୍କିମ୍, ଦରମା-ପେନ୍ସନ୍-ପାରିତୋଷିକ ବୃଦ୍ଧି ଭାରକୁ ସମ୍ଭାଳିବାରେ ସକ୍ଷମ ହେଉ କି ନହେଉ- ସେଥିପ୍ରତି ବିଲକୁଲ୍ ନିଘା ନାହିଁ ଯେମିତି। ତେଣୁ ଅର୍ଥନୀତି ବିଶାରଦଙ୍କ ମତରେ କେବଳ ଭୋଟ୍ ପାଇଁ ଏଭଳି ଘୋଷଣା ଦୀର୍ଘକାଳୀନ ଭିତ୍ତିରେ ରାଜ୍ୟ ଆର୍ଥନୈତିକ ସ୍ୱାସ୍ଥ୍ୟ ପ୍ରତି ବିପଦ।

BJD BJP Congress Odisha Politics General Election 2024
Advertisment
Advertisment