• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସନ୍ତା ନିର୍ବାଚନରେ ବିଜେଡି ଟିକେଟ ପାଇଁ ୧୦ ହଜାର ଲୋକ ଆବେଦନ କରିଛନ୍ତି । ବିଜେଡି ସଂଗଠନ ସମ୍ପାଦକଙ୍କ ଏଭଳି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ଚିଲିକା ବିଧାୟକ ତଥା ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ । ସେମାନେ ୧୦ ହଜାର ଆଶାୟୀ ନୁହେଁ, ବରଂ ସେମାନେ ହେଲେ ୧୦ ହଜାର ବୋମା । କୋଉ ମୂହୁର୍ତ୍ତରେ ବିସ୍ଫୋରଣ ହେଇପାରେ ।

ମେଣ୍ଟ ଚର୍ଚ୍ଚା ବିଜେଡିରୁ ଆରମ୍ଭ ହୋଇଛି । ଯେହେତୁ ଜଣକ ପରେ ଜଣେ ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ସେଥିଲାଗି ମେଣ୍ଟ ଚର୍ଚ୍ଚା କରି ବିଜେଡି ଦ୍ଵନ୍ଦ ସୃଷ୍ଟି କରୁଛି ବୋଲି ପ୍ରଶାନ୍ତ ଜଗଦେବ କହିଛନ୍ତି । ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୨୧ ସଂସଦୀୟ କ୍ଷେତ୍ରରେ ଲଢେଇ ପାଇଁ ଆମର ପ୍ରସ୍ତୁତି ଚାଲିଛି । ବିଜେପି ଆଡୁ ମେଣ୍ଟ ଚର୍ଚ୍ଚା କେବେ ହେଇନି ବୋଲି ପ୍ରଶାନ୍ତ କହିଛନ୍ତି ।

ସେପଟେ ବିଜେଡି କହିଛି ନବୀନ ନିବାସ ବୈଠକରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି କି ଏ ସଂପର୍କରେ କେହି ଅବଗତ ନାହାଁନ୍ତି । କିଭଳି ଭାବେ ଅଧିକ ମାତ୍ରାରେ ଦଳ ବିଜୟୀ ହେବ, ନିର୍ବାଚନ ମଣ୍ଡଳୀରେ ସ୍ଥିତି କଣ ସେନେଇ ପର୍ଯ୍ୟବେକ୍ଷକଙ୍କ ବୈଠକ ହୋଇଥିଲା । ନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ବିଜେଡି ବିଧାୟକ ସୁଧୀର ସାମଲ ।