/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710318777.jpg)
Modi is going to be PM again
ଆସୁଛି ସାଧାରଣ ନିର୍ବାଚନ । ଯାହାକୁ ନେଇ ପୁରା ସରଗରମ ରାଜନୀତି । ଏଭଳି ସ୍ଥିତିରେ ଆମେରିକାର ଜଣେ ସାଂସଦଙ୍କର ବୟାନ ଚର୍ଚ୍ଚାର ବିଷୟ ପାଲିଟିଛି । ପୁଣି ଥରେ ଭାରତର ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ବହୁତ ଲୋକପ୍ରିୟ । ଯଦି କୌଣସି ନେତା ୭୦% ଲୋକପ୍ରିୟ, ତେବେ ସେ ହେଉଛନ୍ତି ମୋଦି । ଏମିତି କହିଛନ୍ତି ଆମେରିକାର ସାଂସଦ ରିଚ୍ ମ୍ୟାକକର୍ମିକ୍ ।
ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ‘‘ପ୍ରଧାନମନ୍ତ୍ରୀ ମୋଦି ବହୁତ ଲୋକପ୍ରିୟ । ମୁଁ ଭାରତରେ ଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟାନ୍ୟ ସାଂସଦଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲି ଏବଂ ଦଳରେ ଥିବା ତାଙ୍କର ଲୋକପ୍ରିୟତା ଦେଖିଥିଲି ।’’
ଅଧିକ ପଢ଼ନ୍ତୁ: ‘ସମସ୍ତଙ୍କୁ ମାଗଣା ବିଜୁଳି ଦେବା ମୋଦିଙ୍କ ଗ୍ୟାରେଣ୍ଟି’
ରିଚ୍ ମ୍ୟାକକର୍ମିକ୍ ଆହୁରି କହିଛନ୍ତି ଯେ, ‘‘ଅର୍ଥନୀତି, ବିକାଶ, ସମସ୍ତ ଲୋକଙ୍କ ପ୍ରତି ଭଲପାଇବା ଓ ସମସ୍ତ ପ୍ରତି ତାଙ୍କର ଦୃଷ୍ଟିକୋଣ ଅତ୍ୟନ୍ତ ପ୍ରଶଂସନୀୟ ରହିଛି । ସମଗ୍ର ବିଶ୍ୱରେ ଓ ବିଦେଶରେ ମଧ୍ୟ ତାଙ୍କୁ ବହୁତ ଲୋକ ପସନ୍ଦ କରନ୍ତି । ଭାରତର ରଣନୀତି ସମ୍ପର୍କ ଏବଂ ବିଶ୍ୱ ଅର୍ଥନୀତିରେ ତାଙ୍କର ସକରାତ୍ମକ ପ୍ରଭାବ ରହିଛି ।
ମ୍ୟାକକର୍ମିକ୍ କହିଛନ୍ତି, ‘‘ ଭାରତ ଆତ୍ମବିଶ୍ୱାସ ସହିତ ଆଗକୁ ବଢୁଛି । ମୋଦିଙ୍କ ନେତୃତ୍ୱରେ ପ୍ରତିବର୍ଷ ଭାରତର ଅର୍ଥନୀତି ୬ରୁ ୮ % ବୃଦ୍ଧି ପାଉଛି । ଅନ୍ୟ ଦେଶ ସହିତ କାମ କରିବାକୁ ତାଙ୍କର ଇଚ୍ଛାକୁ ପ୍ରଶଂସା କରାଯିବା ଉଚିତ୍ । ତାଙ୍କ ନେତୃତ୍ୱରେ ଭାରତ ଆହୁରି ଆଗକୁ ବଢିବ ବୋଲି ତାଙ୍କର ଆଶା ରହିଛି ।’’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)