ଖୁବ ଶୀଘ୍ର ଫିଟିବ ବିଜେପି-ବିଜେଡି ମେଣ୍ଟ ଗଣ୍ଠି ! ଅମିତ ଶାହଙ୍କ ଘରେ ବିଜେପି ରାଜ୍ୟ ନେତୃତ୍ୱଙ୍କ ବୈଠକ। ଆସନ୍ତାକାଲି ନବୀନ ନିବାସରେ ବିଜେଡିର ବଡ଼ ବୈଠକ। ଆଜି ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ଦିଲ୍ଲୀରେ ଡେରା ପକାଇଥିବା ରାଜ୍ୟ ବିଜେପି ନେତୃତ୍ୱ । ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସଂପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ଆଲୋଚନା କରିଛନ୍ତି ଶାହ।
Published By: Satyendu Shekher Mishra
Last updated: 13 March 2024, 09:57 PM IST
ସେମାନଙ୍କ ଦେଶର ବଜେଟଠୁ କିଟ୍ ବଜେଟ ଅଧିକ କହିବା ନିନ୍ଦନୀୟ। ଓଡିଶା ସରକାର ଦେଖାଇଦେବା ଦରକାର ଯେ, ଦେଶ ଉପରେ କଥା ଆସିଲେ କାହାକୁ ଛଡା ଯିବା ଉଚିତ ନୁହେଁ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କିଟ୍ ବିରୋଧରେ ନେବା ଦରକାର। ନଚେତ ବିଦେଶୀ ଛାତ୍ରଛାତ୍ରୀ ଓଡ଼ିଶା ଆସି ପଢିବା ପାଇଁ ଭୟ କରିବେ ବୋଲି ପୂର୍ବତନ ମୁଖ୍ୟ ଶାସନସଚିବ ଚେତାଇ ଦେଇଛନ୍ତି।