ଆଶା କରାଯାଉଥିଲା କି ବିଜେପି ତାଙ୍କୁ ବରୀ ଆସନରୁ ପ୍ରାର୍ଥୀ କରିବ। ହେଲେ ୨୦୨୪ ନିର୍ବାଚନରେ ମଧ୍ୟ ଦେବାଶିଷଙ୍କୁ ନିରାଶ ହେବାକୁ ପଡିଛି।
ଆଜି ରାୟଗଡା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାଜ୍ୟ କଂଗ୍ରେସ ଶିବିରରେ ଉତ୍ସାହ । ଦିନ ୧୨ଟାରେ ହେଲିକେପ୍ଟର ଯୋଗେ ରାୟଗଡାରେ ପହଞ୍ଚିବେ । ଏହାପରେ ଜିଆଇଏସିଆର୍ କଲେଜ ସମ୍ମୁଖ ପଡିଆରେ ସମାବେଶକୁ ସମ୍ବୋଧନ କରିବେ ।
ବିଜେପିର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦେଲେ ECI। ବଦଳି ନିର୍ଦ୍ଦେଶ ହୋଇଥିବା ଖବର ସରବରାହ ସଂସ୍ଥା ANI ସୂତ୍ରରୁ ସୂଚନା ମିଳିଛି।
ଚୁଲିକି ଗଲା ବିଜେଡିରେ ପରିବାରବାଦ ବିରୋଧୀ ନାରା । ଗୋଟିଏ ପରିବାରରୁ ଗୋଟିଏ ଟିକେଟ୍ ଘୋଷାଣା ସହ ଏକଦା ଦଳୀୟ ନେତା ଯାହାକୁ ଏହାର ଟ୍ରେଣ୍ଡ୍ ସେଟର୍ କରିଥିଲେ, ତାଙ୍କରି ପରିବାରରୁ ହିଁ ଦୁଇ ଦୁଇ ଜଣଙ୍କୁ ପ୍ରାର୍ଥୀ କରିଛି ବିଜେଡି ।
ସମୟ ପ୍ରାୟ ୧୨ଟା ୩୦। ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ହାଇପ୍ରୋଫାଇଲ ନେତାଙ୍କ ହାଇଭୋଲଟେଜ୍ ନାମାଙ୍କନ ବେଳେ ଅପ୍ରୀତିକର ସ୍ଥିତି।
SVEEP କାର୍ଯ୍ୟକ୍ରମ ଦ୍ୱାରା ସୁଜାତା ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଛି। ଏପରିକି SHG ମହିଳାମାନଙ୍କୁ ଧମକା ଯାଉଥିବା ଅଭିଯୋଗ କରିଛି ବିଜେପି।
ମହାଲଢ଼େଇ ପୂର୍ବରୁ ମୈଦାନକୁ ଓହ୍ଲାଇଲେ ମହାଯୋଦ୍ଧା । ଗୋଟିଏ ଦିନରେ ଦେଖିବାକୁ ମିଳିଲା ରାଜ୍ୟର ପୁଳା ପୁଳା ହେଭିୱେଟଙ୍କ ପାୱାର ଶୋ' । ମୁଖ୍ୟମନ୍ତ୍ରୀ ନବୀନଙ୍କଠୁ ଆରମ୍ଭ କରି ବିଜେପିର ଅନେକ ବରିଷ୍ଠ ନେତା ଆଜି ଭରିଛନ୍ତି ନାମାଙ୍କନ । ଏଇଠୁ ବାଜିଛି ଯୁଦ୍ଧାରମ୍ଭର ବିଗୁଲ୍ ।
୯ଟି ପର୍ଯ୍ୟାୟରେ ୧୪୭ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ଶେଷରେ ବିବାଦୀୟ ଖଣ୍ଡପଡା, କୋରେଇ ଓ ନୀଳଗିରି ଆସନରୁ ଯୋଦ୍ଧା ଘୋଷଣା କଲେ ମୁଖିଆ।
୧୯୯୪ ମସିହାରେ ରାଜସ୍ଥାନର ହନୁମାନଗଡ଼ରେ ଜନ୍ମ ଗ୍ରହଣ କରିଥିଲେ ଶ୍ୟାମ ରଙ୍ଗିଲା ।
ତେବେ ଆଗକୁ ସନ୍ତୋଷ କେଉଁ ଦଳରେ ଯୋଗ ଦେବେ ସେନେଇ ସ୍ପଷ୍ଟ କରିନାହାନ୍ତି।
ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି।
ରାଏବରେଲୀ ଓ ଆମେଥିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ ? ରାହୁଲ ଓ ପ୍ରିୟଙ୍କା ଲଢ଼ିବେ କି ? ସସପେନ୍ସ ଉପରୁ ଆଜି ହଟିପାରେ ପରଦା ।
ଟିକେଟ ନଦେଇ ଦଳ ପୁଣି ଥରେ ଅନ୍ୟାୟ କରିଛି ବୋଲି କହିଛନ୍ତି ଅନୁଭବ ପଟ୍ଟନାୟକ ।
ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ ଟୁକୁନି ସାହୁ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପୂର୍ବରୁ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ।
ଲିଙ୍ଗରାଜ ମନ୍ଦିରରୁ ଦୌଡ଼ି ଦୌଡ଼ି ଜଟଣୀ ପର୍ଯ୍ୟନ୍ତ ଯାଇଥିଲେ । ତା’ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ଗହଣରେ ନାମାଙ୍କନ ଭରିଲେ ମନ୍ମଥ ।
ନିର୍ବାଚନ ଋତୁରେ ଜାରି ରହିଛି ରାଜନୈତିକ ଉଷ୍ମତା । ଏହା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ରାଜକୁମାର ରାହୁଲ ଗାନ୍ଧିଙ୍କ ମଧ୍ୟରେ କଥା କଟାକଟି ଚରମ ସୀମାରେ ପହଞ୍ଚିଛି । ଏ ସବୁ ମଧ୍ୟରେ ନିଆଁରେ ଘିଅ ଢାଳିବା ସଦୃଶ କାର୍ଯ୍ୟ କରିଛନ୍ତି ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ୍ ହୁସେନ୍ ।
ପ୍ରାର୍ଥୀ ଘୋଷଣା କଲା ବିଜେଡି । କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ ।
କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ଏହା ଦ୍ବିତୀୟ ନିର୍ବାଚନ କ୍ଷେତ୍ର । କଣ୍ଟାବାଞ୍ଜିରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ହିଞ୍ଜିଳିରୁ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ
ସୋସିଆଲ ମିଡିଆରେ ନୟାଗଡ଼ ରାଣୀ ତଥା ବିଜେପି ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀଙ୍କୁ ସୋସିଆଲ ମିଡିଆରେ ଅଶ୍ଳୀଳ କଟାକ୍ଷ । ନୟାଗଡ଼ରେ ଶତାଧିକ ମହିଳାଙ୍କ ଶୋଭାଯାତ୍ରା । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।
ସରକାରୀ ଦଳର ସାଂଘାତିକ ଷଡ଼ଯନ୍ତ୍ର। ନୂଆ ଓ' ମେଧାବୃତ୍ତି ନେଲ, ଆଉ ଏବେ ଭୋଟ୍ ଦିଅ। କଟକ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ମେଧାବୃତ୍ତି ପାଇଥିବା ଛାତ୍ରଙ୍କୁ ଫୋନ୍ କଲ୍ ଜରିଆରେ କୁହାଯାଉଛି।
ଭୋଟ୍ ଲଢ଼େଇରେ ପ୍ରାର୍ଥୀଙ୍କୁ ବଳ ପରିବାର। କେଉଁଠି ସ୍ୱାମୀ ପାଇଁ ସ୍ତ୍ରୀ, କେଉଁଠି ସ୍ତ୍ରୀ ପାଇଁ ସ୍ୱାମୀ ତ ପୁଣି କେଉଁଠି ବାପା-ମାଙ୍କ ପାଇଁ ମୈଦାନରେ ଅଣ୍ଟା ଭିଡ଼ିଛନ୍ତି ପୁଅ।
ଜଟଣୀ ସିଟ୍ ହାତେଇବାକୁ ବିଜେଡି ଓ କଂଗ୍ରେସର ଝାଳବୁହା ପରିଶ୍ରମ । ଜଟଣୀ ଗଡ଼ରେ ପଦ୍ମ ଫୁଟାଇବାକୁ ବିଜେପିର ଜୋରଦାର ପ୍ରୟାସ ।
ରାଜ୍ୟ ସରକାରଙ୍କ ଇ-ଫାଇଲ କିଏ ଦେଖୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ଅପରାଜିତା ?
ସଭା ଆରମ୍ଭରୁ ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁ ଅଜୟ ନାୟକ ବିଜେଡି ସରକାର ଏବଂ ପାଣ୍ଡିଆନଙ୍କ ଉପରେ ବର୍ଷିଥିଲେ। ତେବେ ଏନେଇ ବିଧାୟକ ବ୍ୟୋମକେଶଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏହି ମିଶ୍ରଣ ପର୍ବ ପରେ ବିଜେଡି ମହଲରେ ମୃଦୁ କମ୍ପନ ସୃଷ୍ଟି ହୋଇଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।
ସାନ ବାବୁ ଓ ବଡ ବାବୁ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଓ ବିଜେଡି ଉପରେ ପ୍ରବଳ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ।