• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବ୍ରହ୍ମପୁରରେ ଯୁକ୍ତ ୨ ଛାତ୍ରୀଙ୍କୁ ନିଶା ଦେଇ ଗଣଦୁଷ୍କର୍ମ ଅଭିଯୋଗ ମାମଲା । ପୋଲିସ ଜାଣିଶୁଣି ବିଜେଡି ଛାତ୍ରନେତାଙ୍କୁ ଛାଡ଼ି ଦେଇଥିବା ଅଭିଯୋଗ ଆଣିଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ବବିତା ପାତ୍ର ଅଭିଯୋଗ କରିଛନ୍ତି ଯେ, ଏହି ମାମଲାରେ ୮ ଜଣଙ୍କ ନାଁରେ ମାମଲା ରୁଜୁ କରି ସେମାନଙ୍କୁ ଅଟକ ରଖିବା ସହିତ ଡାକ୍ତରୀ ମାଇନା କରିଥିଲା ପୋଲିସ ।

କିନ୍ତୁ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଗଲା ଏବଂ ପରେ ପୁଣି ଜଣଙ୍କୁ ଗିରଫ କରାଗଲା । ତେବେ ଏଥିରେ ମୁଖ୍ୟ ଅଭିଯୁକ୍ତକୁ କାହିଁକି ଛଡ଼ାଗଲା ବୋଲି ପ୍ରଶ୍ନ କରିବା ସହିତ, ସେ ବିଜେଡି ଛାତ୍ରନେତା ହୋଇଥିବାରୁ ଭୋଟ ବେଳେ ଖରାପ ପ୍ରଭାବ ପଡ଼ିବ ବୋଲି ତାଙ୍କୁ ଛଡ଼ାଗଲା ବୋଲି ଅଭିଯୋଗ କରିଛି ବିଜେପି ।

ଏଥିସହ ଆଉ ଜଣେ ଅଭିଯୁକ୍ତର ନାଁ ବଦଳାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ତେଣୁ ମାମଲାର ନିରପେକ୍ଷ ତଦନ୍ତ ଓ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦେଇଛି ବିଜେପି ମହିଳା ମୋର୍ଚ୍ଚା । ଅନ୍ୟପକ୍ଷରେ ବିଜେଡି ଏଭଳି ଅଭିଯୋଗକୁ ନିରାଧାର ବୋଲି ଜବାବ ରଖିଛି । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ହଷ୍ଟେଲ ମେସକୁ ଡାକି ନେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଜଣକ ନିଜ ଘର ବୋଲି କହି ଛାତ୍ରୀଙ୍କୁ ଡାକି ନେଇଥିଲା । ପରେ ଛାତ୍ରୀଙ୍କୁ କୋଲ୍ଡ ଡ୍ରିଙ୍କସରେ ନିଶାଦ୍ରବ୍ୟ ମିଶାଇ ପିଆଇଥିଲେ । ଛାତ୍ରୀ ଅଚେତ ହୋଇପଡିବା ପରେ ୫ ଜଣ ସାଙ୍ଗ ମିଶି ଗଣ ଦୁଷ୍କର୍ମ କରିଥିଲେ ।

ଏପରିକି ଏକଥା କାହାକୁ କହିଲେ ହତ୍ୟା କରିବୁ ବୋଲି ଧମକ ଦେଇଥିଲେ ଅଭିଯୁକ୍ତ । ଏହି ଅଭିଯୋଗ ପରେ ପୋଲିସ ପାଞ୍ଚଜଣଙ୍କୁ ଗିରଫ କରିଛି । ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଜଣେ ଯୁବକ ଡାକିଥିଲେ । ପରେ ନିଶା ଦେଇ ଗଣଦୁଷ୍କର୍ମ କରିଥିଲେ । ଗିରଫ ହୋଇଥିବା ସମସ୍ତ ଯୁବକ ସାବାଳକ । କେହି ମଧ୍ୟ ଛାତ୍ରୀଙ୍କ ସହପାଠୀ ବା ବନ୍ଧୁ ନଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now