• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଫୁଲବାଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୋରଦାର ଭାଷଣ । ମହାପ୍ରଭୁ ଜଗନ୍ନାଥ ଓ ରତ୍ନଭଣ୍ଡାର କଥା କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ । ପ୍ରତ୍ୟେକ ବାକ୍ୟରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ । ମୋଦିଙ୍କୁ ଏଥର ଅଧିକ ଆଗ୍ରେସିଭ୍‌ ମୁଡ୍‌ରେ ଦେଖିବାକୁ ମିଳିଛି ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ମୂଲ୍ୟାଙ୍କନ ୪୫ ବର୍ଷ ତଳେ ହୋଇଥିଲା । ଭଗବାନ ଜଗନ୍ନାଥଙ୍କ ବିନା ଆମର ଜୀବନ ହିଁ ନାହିଁ  । ଜଗନ୍ନାଥ ଅଛନ୍ତି ତ ଜୀବନ ଅଛି । ଗତ ୪୦ ବର୍ଷରୁ ଅଧିକ ହେଲାଣି ରତ୍ନଭଣ୍ଡାର ଖୋଲାଯାଇନାହିଁ । ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ଗଲା ୬ ବର୍ଷ ହେଲାଣି ମିଳୁନି । ଏଭଳି ଅମୂଲ୍ୟ ଭଣ୍ଡାରର ଚାବି ବି ସମ୍ଭାଳି ପାରୁନାହାନ୍ତି ନବୀନ ସରକାର । ଚାବି କୁଆଡ଼େ ଗଲା, ଲୋକଙ୍କର ଜାଣିବା ଅଧିକାର ଅଛି । ଚାବି ଗଲା, କୁଆଡ଼େ ଗଲା, କାହା ପାଖକୁ ଗଲା ବୋଲି ମୋଦି ପଚାରିଛନ୍ତି ।

ରାଜ୍ୟ ସରକାର କହୁଛନ୍ତି ଡୁପ୍ଲିକେଟ ଚାବି ମିଳିଛି । ଡୁପ୍ଲିକେଟ ଚାବି କାହିଁକି ତିଆରି ହେଲା ? ଡୁପ୍ଲିକେଟ ଚାବିରେ କେହି ଖୋଲୁନଥିଲା ତ ରତ୍ନ ଭଣ୍ଡାର । ରତ୍ନ ନେଉନଥିଲା ତ ଡୁପ୍ଲିକେଟ୍‌ ଚାବିରେ । ଚାବି ହଜିବାଠାରୁ ଡୁପ୍ଲିକେଟ ଚାବି, ଅଧିକ ଗମ୍ଭୀର ବିଷୟ । ଏଥିପାଇଁ କମିଶନ ବସିଲା କିନ୍ତୁ କମିଶନ ରିପୋର୍ଟ ସାର୍ବଜନୀନ ହେଲାନି। ନବୀନ ବାବୁଙ୍କ ସରକାର ଏ ବିଷୟକୁ ନେଇ କାହିଁକି ଭୀତତ୍ରସ୍ତ । ରାଜ୍ୟ ସରକାର କାହା ପାପକୁ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି । ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ କହିଲେ ମୋଦି ।

ତେବେ ଫୁଲବାଣୀ ସଭାରେ ନବୀନଙ୍କୁ ନିଶାନା କରିଛନ୍ତି ମୋଦି । ନବୀନ ବାବୁଙ୍କୁ ମୁଁ ଆଜି ଏକ ଚାଲେଂଜ ଦେଉଛି । ନବୀନ ବାବୁଙ୍କୁ କାଗଜ ଖଣ୍ଡେ ଦେଇ  ଓଡ଼ିଶାର ସବୁ ଜିଲ୍ଲା ନାଁ ଲେଖିବାକୁ କୁହାଯାଉ । ଜିଲ୍ଲା ନାଁ ଓ ଜିଲ୍ଲା ମୁଖ୍ୟାଳୟ ନାଁ ଲେଖିବାକୁ କୁହାଯାଉ । ‘ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲା ନାଁ ଜାଣି ନାହାନ୍ତି’ ସେଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କ ଦୁଃଖ ବୁଝିପାରିବେ କି ? ୫ ବର୍ଷ ସୁଯୋଗ ଦିଅନ୍ତୁ, ଓଡ଼ିଶାକୁ ନମ୍ବର ୱାନ୍‌ କରିଦେବୁ ।

ମୋଦି ଆହୁରି କହିଛନ୍ତି, କନ୍ଧମାଳରେ ମୋତେ ଆଜି ମିଳିଥିବା ଆଶୀର୍ବାଦ ଭୁଲିବିନି । ସାରା ଦେଶରେ କିଭଳି ପରିବର୍ତ୍ତନ ଆସୁଛି, ଏହା ତାର ଉଦାହରଣ । ଜଣେ ମା’ ଆସି ମୋର ସ୍ୱାଗତ ସଂବର୍ଦ୍ଧନା କଲେ । ମୁଁ ତାଙ୍କ ବିଷୟରେ ଜାଣିବା ପରେ ଭାବବିହ୍ୱଳ ହୋଇଗଲି । ମା’ ତୁଳା ବେହେରା ଭିକ୍ଷା ମାଗନ୍ତି । ସେହି ଭିକ୍ଷା ଟଙ୍କାରୁ ୧ ଲକ୍ଷ ଟଙ୍କା ଜଗନ୍ନାଥଙ୍କ ପାଇଁ ଦାନ କରିଛନ୍ତି । ଏହା ଦେଖିଲା ପରେ ଲାଗୁଛି ପୂରା ଓଡ଼ିଶାର ଆଶୀର୍ବାଦ ମୋ ପ୍ରତି ଅଛି । ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନି ମଧ୍ୟ ମୋତେ ଆଶୀର୍ବାଦ କଲେ । ୨ ମା’ ଆଜି ଆଶୀର୍ବାଦ କଲେ, କୋଟି କୋଟି ମା’ଙ୍କ ଆଶୀର୍ବାଦ ମିଳୁଛି । 

ଭୁବନେଶ୍ୱରରେ କାଲି ଯେଉଁ ଦୃଶ୍ୟ ଥିଲା, ଅବର୍ଣ୍ଣନୀୟ-ହଜାର ହଜାର ଲୋକ ମୋତେ ଆଶୀର୍ବାଦ ଜଣାଇଲେ । ଏସବୁ ପାଇଁ ଆପଣମାନଙ୍କୁ ଯେତେ କୃତଜ୍ଞତା ଜଣାଇଲେ ବି କମ୍‌ । ମୁଁ ଓଡ଼ିଶା ଲୋକଙ୍କ ପାଖରେ ଋଣୀ । ଆପଣଙ୍କ ଏ ଋଣ ମୁଁ ଦେଶସେବା କରି ପରିଶୋଧ କରିବି । ଓଡ଼ିଶାକୁ ବିକଶିତ ରାଜ୍ୟ କରି ଏ ଋଣ ପରିଶୋଧ କରିବି ।

କଂଗ୍ରେସ ବାରମ୍ବାର ନିଜ ଦେଶକୁ ଡରାଇବାକୁ ଚେଷ୍ଟା କରୁଛି । ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି କହି ଡରାଉଛି । ଆଜି ପାକିସ୍ତାନର ଅବସ୍ଥା ଏମିତି ଯେ ଏବେ ସେ ବୋମା ବିକିବାକୁ ଚାହୁଁଛନ୍ତି । ଭୋଟବ୍ୟାଙ୍କ ପାଇଁ ଆତଙ୍କୀ ବିରୋଧରେ ପଦକ୍ଷେପ ବି ନେଉନଥିଲେ । କଂଗ୍ରେସ ରାଜକୁମାର ଏବେ ବହୁତ ବୟାନବାଜି କରୁଛନ୍ତି । ୨୦୧୪-୧୯ ନିର୍ବାଚନର ପୁରୁଣା ସ୍କ୍ରିପ୍ଟ ପଢୁଛନ୍ତି ରାଜକୁମାର । ବିରୋଧୀ ମନେରଖନ୍ତୁ, ଏଥିର ଏନ୍‌ଡିଏ ୪ଶହ ପାର୍‌ କରିବ । ଏଥର ପୂର୍ବର ସବୁ ରେକର୍ଡ ଭାଙ୍ଗିବ ଏନ୍‌ଡିଏ । କଂଗ୍ରେସ ବିରୋଧୀ ଦଳ ବି ହୋଇପାରିବନି । କଂଗ୍ରେସ ୫୦ ତଳକୁ ଆସିଯିବା ନିଶ୍ଚିତ ।

ଆପଣଙ୍କ ଭୋଟ୍‌ ଏଠାରେ ବିଜେପି ଡବଲ ଇଂଜିନ ସରକାର କରିବ । ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର । ସେଥିପାଇଁ ଓଡ଼ିଶାର ୨୧ ସାଂସଦଙ୍କୁ ଦିଲ୍ଲୀ ପଠାଇବାକୁ ପଡ଼ିବ । ବିଜେପି ପାଇଁ ଦେଶର ୫ ଶହ ବର୍ଷର ଅପେକ୍ଷା ପୂରା ହେଲା । ରାଜ୍ୟ ବିଜେପି ଓଡ଼ିଆ ଭାଷା, ସଂସ୍କୃତି ପ୍ରତି ସମର୍ପିତ । ଓଡ଼ିଶାରେ ଜନ୍ମିତ କୌଣସି ପୁଅ ବା ଝିଅ, ବିଜେପିର ମୁଖ୍ୟମନ୍ତ୍ରୀ ହେବ । ଆପଣଙ୍କ ନିଜର ମୁଖ୍ୟମନ୍ତ୍ରୀ ହେବ, ନିଜ ମାଟିର ହେବ ।

ଖାଲି ସେତିକି ନୁହେଁ, ମୋଦି ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସୁବିଧା ଦେବାକୁ ଚାହୁଁଛି । ଓଡ଼ିଶା ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି । ୫ ବର୍ଷ ହେଲାଣି ଏ ଯୋଜନା ନେବାକୁ ରାଜ୍ୟ ସରକାରକୁ କହୁଛି । ବିଜେପି ସରକାର ଆସିବା କ୍ଷଣି ଏଠାରେ ଆୟୁଷ୍ମାନ ଭାରତ ଲାଗୁ ହେବ । ଏଭଳି ଅସମ୍ବେଦନଶୀଳ ସରକାର ଏଠାରେ ରହିବା ଅନୁଚିତ । 

ଓଡ଼ିଶା ସରକାରଙ୍କ ଉଦାସୀନତା କାରଣରୁ ଏଠାରେ ପର୍ଯ୍ୟଟନ ଆଣ୍ଠେଇଛି । ବିଜେପି ସରକାର ଆସିଲେ ଏଠାରେ ପର୍ଯ୍ୟଟନର ବିକାଶ ହେବ । ବିଜେପି ଆସିଲେ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ । ବିଜେଡି ସରକାର ହଳଦୀ ଚାଷୀଙ୍କ ଅବସ୍ଥା ବେହାଲ କରିଛି। ବିଜେପି ଆସିଲେ କନ୍ଧମାଳରେ ମସଲା ପାର୍କ କରାଯିବ । 

ଯାହାକୁ କେହି ପଚାରନ୍ତିନି, ତାକୁ ମୋଦି ପଚାରେ । ବିଜେଡି କନ୍ଧମାଳକୁ ପଛୁଆ ରାଜ୍ୟ ଘୋଷଣା କରି ଦାୟିତ୍ୱ ସାରିଦେଇଛି । ବିଜେପି ସରକାର କନ୍ଧମାଳକୁ ଆକାଂକ୍ଷୀ ଜିଲ୍ଲା ଘୋଷଣା କରିଛି । ବିଜେଡି ନେତାମାନେ ଆଦିବାସୀଙ୍କ ଜମି ହଡ଼ପ କରିଚାଲିଛନ୍ତି । ବିଜେପି ସରକାର ଆସିଲେ ଜମି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ବିଜେଡିର କୁଶାସନ ହଟାବାକୁ ପଦ୍ମରେ ଭୋଟ ଦିଅନ୍ତୁ ବୋଲି କହିଛନ୍ତି ମୋଦି ।

OTV is now on Whatsapp

Join and get latest news update delivered to you via whatsapp

Join Now