• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମେ' ୧୩ରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ପଡ଼ିବ ଭୋଟ୍ । ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ୍ ୭ହଜାର ୩୦୩ ମତଦାନ କେନ୍ଦ୍ର କରାଯାଇଛି । ଏଥିରୁ ୧୨ଶହ ୬୪ କ୍ରିଟିକାଲ୍ ପୋଲିଂ ଷ୍ଟେସନ୍ ।

୭୧୫ ବୁଥ୍ ସମ୍ପୂର୍ଣ୍ଣ ଭାବରେ ମହିଳାଙ୍କ ପାଇଁ ପରିଚାଳିତ । ୧୨ଶହ ୭୬ ଆଦର୍ଶ ବୁଥ୍ କରାଯାଇଛି । ୬୦ ମତଦାନ କେନ୍ଦ୍ରରୁ ଲାଇଭ୍ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଇଭିଏମ୍, ଭିଭିପାଟ୍ ଓ ଆନୁସଙ୍ଗିକ ସରଞ୍ଜାମ ଧରି ବୁଥରେ ପହଞ୍ଚୁଛନ୍ତି ପୋଲିଂ ପାର୍ଟି । ମାଓପ୍ରବଣ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି ।

ଓଡ଼ିଶାରେ ଏହା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ବେଳେ ଦେଶରେ ୪ର୍ଥ ପର୍ଯ୍ୟାୟରେ ହେବ ମତଦାନ । ଓଡ଼ିଶା ସମେତ ୧୦ ରାଜ୍ୟ ଓ କେନ୍ଦ୍ରଶାସନ ଅଞ୍ଚଳରେ ୯୬ ଆସନରେ ଭୋଟିଂ ହେବ । ଏହି ପର୍ଯ୍ୟାୟରେ ବହୁ ଭିଆଇପି ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା । ଚତୁର୍ଥ ପର୍ଯ୍ୟାୟରେ ୧୭୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।

ଆନ୍ଧ୍ରପ୍ରଦେଶର ୨୫ଟି ଆସନ, ବିହାରର ୫, ଜାମ୍ମୁ କାଶ୍ମୀରର ଗୋଟିଏ, ଝାରଖଣ୍ଡର ୪, ମଧ୍ୟପ୍ରଦେଶର ୮, ମହାରାଷ୍ଟ୍ରରେ ୧୧, ଓଡ଼ିଶାରେ ୪, ତେଲେଙ୍ଗାନାରେ ୧୭, ଉତ୍ତରପ୍ରଦେଶର ୧୩, ପଶ୍ଚିମବଙ୍ଗର ୮ଟି ଆସନରେ ହେବ ମତଦାନ । ସେପଟେ ସାଧାରଣ ନିର୍ବାଚନ ଲାଗି ବିଭିନ୍ନ ବୁଥ ଅଭିମୁଖେ ପୋଲିଂ ଟିମ୍ । କେଉଁ ବୁଥରେ ଟିମ୍ ପହଞ୍ଚି ସାରିଛନ୍ତି ତ ଆଉ କେଉଁଠି ବୁଥ ମୁହାଁ ।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ନିମନ୍ତେ ଲମତାପୁଟରେ ପହଞ୍ଚିଛନ୍ତି ପୋଲିଂ ଟିମ । ନିଜ ନିଜ ବୁଥରେ ପହଞ୍ଚି ପହଞ୍ଚି ସାରିଛନ୍ତି ପୋଲିଂ ଟିମ । ଲମତାପୁଟ ବ୍ଲକ ୫୩ ବୁଥରେ ହେବାକୁ ଥିବା ଭୋଟ କେନ୍ଦ୍ରରେ ପୋଲିଂ ଟିମ ପହଞ୍ଚିସାରିଛନ୍ତି । ସେହିପରି ନିର୍ବାଚନ ପୂର୍ବରୁ ନୟାଗଡ ଦଶପଲ୍ଲା ଏବଂ ଗଣିଆ ସହରରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ ।

ଶାନ୍ତି ଶୃଙ୍ଖଳା ସହ ଅବାଧ ନିର୍ବାଚନ ପାଇଁ ପାଇଁ ଲକ୍ଷ୍ୟ । ଆସନ୍ତା ମେ ୨୦ ତାରିଖରେ ନିର୍ବାଚନ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳମାନେ ଭୋଟର ମାନଙ୍କୁ ଆକୃଷ୍ଟ ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି । ବିଭିନ୍ନ ସମୟରେ ହିଂସା, ଗୋଷ୍ଠୀ ସଂଘର୍ଷ, ବୁଥ ରାଗିଂ ଭଳି ଅନେକ ଘଟଣା ଦେଖିବାକୁ ମିଳିଥାଏ । ଏ ସବୁକୁ ଦୃଷ୍ଟିରେ ରଖି ଯବାନ ଓ ପୋଲିସ ମିଳିତ ଭାବେ ଫ୍ଲାଗମାର୍ଚ୍ଚ କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now