Advertisment

୧୦ ବର୍ଷ ବିତିଗଲା, ସରକାର ଶୁଣିଲେନି : ନିଜେ ପାହାଡ଼ କାଟି ଚାଷ ଜମିକୁ ପାଣି ମଡ଼ାଇଲେ ଚାଷୀ

ମୁଣ୍ଡ ଝାଳ ତୁଣ୍ଡରେ ମାରି ପାହାଡକୁ ଚିରି ନାଳ ଖୋଳିଛନ୍ତି । ଆଉ ତା‘ପରେ ନିଜ ଜମି ପାଖରେ ପାଣି ପହଞ୍ଚାଇବା ପାଇଁ ହାଡ ଭଙ୍ଗା ପରିଶ୍ରମ କରିଛନ୍ତି ଗାଁ ଲୋକ।

author-image
Prangyan Parimita
ଅଦ୍ୟତନ ହୋଇଛି
Odisha’s mountain man

Odisha’s mountain man

୧୦ ବର୍ଷ ବିତିଗଲା ସରକାର ଶୁଣିଲେନି । ବହୁ ନେତାମନ୍ତ୍ରୀ ପ୍ରତିଶ୍ରୁତି ଦେଲେ, ନିର୍ବାଚନ ସରିଲା ପରେ ସମସ୍ତେ ଭୁଲିଗଲେ । ଶେଷରେ ନିଜେ ପାହାଡ଼ କାଟି ଚାଷ ଜମିକୁ ପାଣି ମଡ଼ାଇଲେ ଚାଷୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ ନୂଆଗାଁର ଚାଷୀମାନେ ପାହାଡ଼ ଚିରି ଜମିକୁ ପାଣି କାଟିଛନ୍ତି ।

Advertisment

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଗୋଡିବାଲି ପଞ୍ଚାୟତ ନୂଆଗାଁ ଗାଁର ଲୋକେ ବାରମ୍ବାର ସରକାରଙ୍କୁ ହାରି ଗୁହାରି କଲା ପରେ ଯେତେବେଳେ ସୁଫଳ ମିଳିଲାନି, ସେତେବେଳେ ଗାଁ ଲୋକେ ହିଁ ଅଣ୍ଟା ଭିଡିଲେ । ହାତରେ ଶାବଳ ଓ କୋଦାଳ ଧରି କିଏ ପାହାଡ଼ ଖୋଳିଲା, ତ କିଏ ମାଟି ବୁହା କାମରେ ଲାଗିଲା । ପୁଣି କିଏ ତଳଉପର କରି ପଥର ସଜାଇଲା । ବଡ଼ ଲୋକଙ୍କ ସହ ଛୋଟ ପିଲାମାନେ ମଧ୍ୟ କାମରେ ସାହାଯ୍ୟ କଲେ ।

ମୁଣ୍ଡ ଝାଳ ତୁଣ୍ଡରେ ମାରି ପାହାଡକୁ ଚିରି ନାଳ ଖୋଳିଛନ୍ତି । ଆଉ ତା‘ପରେ ନିଜ ଜମି ପାଖରେ ପାଣି ପହଞ୍ଚାଇବା ପାଇଁ ହାଡ ଭଙ୍ଗା ପରିଶ୍ରମ କରିଛନ୍ତି ଗାଁ ଲୋକ। ପାହାଡିଆ ଜାଗାରେ ବଡବଡ ପଥରକୁ ଫଟାଇବା ଯେଉଁଠି ସହଜ ନୁହେଁ,  ସେଠି ସେମାନେ ହାର୍ ମାନି ନଥିଲେ । ବରଂ ଆଗେଇ ଚାଲିଥିଲେ।

Advertisment

ଅଧିକ ପଢ଼ନ୍ତୁ: ସରକାର ଶୁଣିଲେନି, ଦେଢ଼ କିଲୋମିଟରର କେନାଲ ତିଆରି କଲେ ଗାଁ ଲୋକେ

ଆଉ ଏ ଭିତରେ ଏ ଚାଷୀ ଭାଇମାନେ ପ୍ରାୟ ୫୦୦ ମିଟର ନାଳ ଖୋଳି ସାରିଲେଣି। ୬୦ ଏକର ଜମିରେ ଏଇ ପାଣି ପହଞ୍ଚି ସାରିଲାଣି । ଲୋକେ ବେଶ୍ ସୁନ୍ଦର ଫସଲ ଫନ୍ଦା କରି ଛନଛନିଆ ପନିପରିବା ଫଳେଇ ପାରିଲେଣି ।

କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ୨୦୧୨ ମସିହାରେ ୩୦ ଲକ୍ଷ ଟଙ୍କା ବ୍ୟୟରେ ନୂଆଗାଁ ଗାଁର ଉପର ମୁଣ୍ଡ ଖଦିଆକାଚ ଘାଟ ବାଲିଗୁଡା ନିକଟରେ ଆଡ଼ିବନ୍ଧ ନିର୍ମାଣ କରାଗଲା । ହେଲେ ଏ ଭିତରେ ୧୦ ବର୍ଷ ବିତିଯାଇଥିଲେ ବି ନୂଆଗାଁକୁ ସରକାର ପାଣି ବ୍ୟବସ୍ଥା କରିପାରିଲେନି। ନୂଆଗାଁ ବାସିନ୍ଦା ଅନେକ ଥର ନେତା, ମନ୍ତ୍ରୀ ଓ ପ୍ରଶାସନ ନିକଟର ଗୁହାରି ବି କରିଥିଲେ । ହେଲେ କେହି କିଛି ଶୁଣିଲେନି ।

ଫଳରେ ବାଧ୍ୟ ହୋଇ ଚାଷୀମାନେ ନିଜେ ନିଜ ପାଇଁ ପାଣି କାଟିଲେ। କୃଷକ ମାନେ ନିଜେ ବୈଠକ କରି କେନାଲ ଖୋଳିବା ନିଷ୍ପତ୍ତି ନେଲେ । ପ୍ରତିଦିନ ପରିବାରର ଜଣେ ଲେଖାଏଁ ନାଳ ଖୋଳା କାମରେ ସାମିଲ୍ ହେଲେ । ନିଜ କାମ ନିଜେ କଲା ପରେ, ଏବେ ସେମାନେ ନିଷ୍ପତ୍ତି ନେଇଛନ୍ତି, ୨୦୨୪ ନିର୍ବାଚନରେ ଯଦି କୋଉ ନେତା ମନ୍ତ୍ରୀ ଆସନ୍ତି ତେବେ ଗାଁରେ ପୂରେଇ ଦେବେନି।

ଏଣେ ନୂତନ ଭାବେ ଯୋଗଦେଇଥିବା ଅଧିକ୍ଷଣ ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରି ଅଧିକ କଣ କରିହେବ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Odisha's Mountain Man
Advertisment
Advertisment