• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାୟଗଡ଼ା CRPF ଚତୁର୍ଥ ବାଟାଲିୟନର ସେକେଣ୍ଡ-ଇନ୍-କମାଣ୍ଡ ସୁନୀଲ କୁମାର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସେ ନିଜ ସର୍ଭିସ୍ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ତାଙ୍କ ନିଜ ଘର ବିହାରରେ । ସେ ରାୟଗଡ଼ା ଇନ୍ଦ୍ରାନଗରସ୍ଥିତ ସିଆରପିଏଫ୍ କ୍ୟାମ୍ପରେ ଗତ ଦୁଇବର୍ଷ ହେଲା ରହିଆସୁଥିଲେ ।

ରାୟଗଡ଼ା SP ବିବେକାନନ୍ଦ ଶର୍ମା ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ସିଆରପିଏଫ୍ କ୍ୟାମ୍ପଭିତରକୁ ଏବେ କାହାରିକୁ ଯିବାକୁ ଅନୁମତି ନଥିବାରୁ ସେଠାରୁ କାହାର ପ୍ରତିକ୍ରିୟା ମିଳିପାରି ନାହିଁ । ସେହିପରି ପୋଲିସ୍ ପକ୍ଷରୁ ମଧ୍ୟ ଏ ସଂପର୍କରେ କିଛି ପ୍ରତିକ୍ରିୟା ମିଳିନାହିଁ ।

ସବୁଦିନ ପରି ଆଜି ମଧ୍ୟ ସୁନୀଲ ନିଜ କାର୍ଯ୍ୟରେ ଯୋଗଦେଇଥିଲେ । ସାଢ଼େ ୯ଟାରେ ଅଫିସରେ ପହଞ୍ଚିବା ସହ ନିଜ ଚାମ୍ବରରେ କାମ କରିଥିଲେ । ହେଲେ ହଠାତ୍‌ ତାଙ୍କ ଚାମ୍ବରରେ ଗୁଳିଶବ୍ଦ ଶୁଭିଥିଲା । ଗୁଳିଶବ୍ଦ ଶୁଭିବା ମାତ୍ରେ ତାଙ୍କର ସହକର୍ମୀମାନେ ସୁନୀଲଙ୍କ ଚାମ୍ବରକୁ ଯାଇଥିଲେ ।

ସେଠାରେ ସହକର୍ମୀମାନେ ଦେଖିବାବେଳକୁ ସେ ତାଙ୍କ ସର୍ଭିସ୍ ରିଭଲଭରରୁ ଗୁଳି ଫୁଟାଇ ସେ ଆତ୍ମହତ୍ୟା କରିଛନ୍ତି । ଏସବୁ ଦେଖିବାପରେ ସହକର୍ମୀମାନେ ଉପରସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ପରେ ଏହି ଖବର ପାଇବାପରେ ଘଟଣାସ୍ଥଳରେ ପୋଲିସ ସହ ସାଇର୍ଟିଫିକ୍‌ ଟିମ୍‌ ପହଞ୍ଚିଥିଲା । ବର୍ତ୍ତମାନ ସୁନୀଲଙ୍କ ଆତ୍ମହତ୍ୟାକୁ ନେଇ ତଦନ୍ତ କରାଯାଉଛି । ହେଲେ ଏହି ସମ୍ପର୍ମରେ ସିଆରପିଏଫ୍‌ର କୌଣସି କର୍ମଚାରୀ କିଛି ପ୍ରତିକ୍ରିୟା ରଖିନାହାନ୍ତି ।