Advertisment

ହସ୍ପିଟାଲ ବେଡରୁ IAS ସ୍ୱପ୍ନ; ପ୍ଲାଷ୍ଟିକ୍‌ ସର୍ଜରୀ ୱାର୍ଡରେ ବସି ପାଠ ପଢୁଛନ୍ତି ରଶ୍ମିତା

ଦେହର ୬୦ ରୁ ୭୦ ଭାଗ ପୋଡ଼ି ହୋଇଯାଇଥିଲେ ବି ସେ ନିଜ ମନୋବଳ ମାରି ଦେଇନାହାନ୍ତି । ହସ୍ପିଟାଲ୍ ବେଡରେ ବସି ଅହରହ ପଢାରେ ବ୍ୟସ୍ତ ଅଛନ୍ତି ।

author-image
Tanmay Kumar Mahalik
undefined

Meet Rashmita Panigrahi, victim of dowry torture who aspires to become an IAS

ହସ୍ପିଟାଲ ବେଡରେ ଥାଇ ଆଇଏଏସ୍ ଅଫିସର ହେବାର ସ୍ୱପ୍ନ ଦେଖୁଛନ୍ତି ରାୟଗଡ଼ା ଜିଲ୍ଲା ଗୁଣପୁରର ଉଚ୍ଚଶିକ୍ଷିତା ଯୁବତୀ ରଶ୍ମିତା ପାଣିଗ୍ରାହୀ । ଦେହର ପ୍ରାୟ ୭୦ ପ୍ରତିଶତ ପୋଡ଼ି ହୋଇଯାଇଥିଲେ ବି ମନୋବଳ ମାରି ନାହାନ୍ତି କି ପରିସ୍ଥିତିକୁ ଦ୍ୱାହି ଦେଇ ହାର୍ ମାନି ନାହାନ୍ତି । ଶାଶୂଘର ଲୋକଙ୍କ ଯୌତୁକ ନିର୍ଯାତନା ତାଙ୍କୁ ଆଜି ଯନ୍ତ୍ରଣା ଦେଉଥିଲେ ବି ସେ ଏ ଚ୍ୟାଲେଞ୍ଜ୍ ଉଠାଇବାକୁ ଅଣ୍ଟା ଭିଡ଼ିଛନ୍ତି ।

Advertisment

ଏ ହସହସ ଚେହେରା ଭିତରେ ଦିନେ ଗୋଟେ ସ୍ୱପ୍ନ ଥିଲା । BSC ପାସ୍ କରି ସାରିଲା ପରେ ୟୁପିଏସସି ପରୀକ୍ଷା ଦେବି, ଆଉ ଦିନେ ଆଇଏଏସ୍ ଅଫିସର ହୋଇ ବାପା ମାଆଙ୍କ ନାଁ ରଖିବି । ଏମିତି ସ୍ୱପ୍ନ ଦେଖିଥିବା ଏଇ ଉଚ୍ଚଶିକ୍ଷିତା ଯୁବତୀ ଜଣକ ହେଉଛନ୍ତି ରାୟଗଡ଼ା ଜିଲ୍ଲା ଗୁଣୁପୁରର ରଶ୍ମିତା ପାଣିଗ୍ରାହୀ । କିନ୍ତୁ ସମୟ ଚକ୍ରରେ ଆଜି ରଶ୍ମିତା କଟକ ବଡ଼ ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଛଟପଟ ହେଉଛନ୍ତି । ଗତ ଅକ୍ଟୋବର ୨୮ରୁ ସେ ଏ ଯନ୍ତ୍ରଣା ଜର୍ଜରିତ ଜୀବନ ବଞ୍ଚୁଛନ୍ତି ।

ଦେହର ୬୦ ରୁ ୭୦ ଭାଗ ପୋଡ଼ି ହୋଇଯାଇଥିଲେ ବି ସେ ନିଜ ମନୋବଳ ମାରି ଦେଇନାହାନ୍ତି । ହସ୍ପିଟାଲ୍ ବେଡରେ ବସି ଅହରହ ପଢାରେ ବ୍ୟସ୍ତ ଅଛନ୍ତି । ନିଜେ ଲେଖି ପାରୁ ନଥିଲେ ବି ଗତ ମେ ମାସରେ ହୋଇଥିବା UPSC ପ୍ରିଲମ୍ ପରୀକ୍ଷା ସେ ଦେଇଛନ୍ତି। ଅଳ୍ପ କେଇଟା ମାର୍କ ସକାଶେ ପ୍ରିଲିମ୍ କ୍ଲିୟର କରି ପାରି ନାହାନ୍ତି ସିନା ଆଶା ରଖିଛନ୍ତି ଆରଥରକୁ ସେ ପୁଣି ପରୀକ୍ଷା ଦେବେ, ସେତେବେଳେ ନିଜ ହାତରେ ନିଜେ ଲେଖିବେ ।

Advertisment

କେମିଷ୍ଟ୍ରିରେ ପୋଷ୍ଟଗ୍ରାଜୁଏଟ୍, OTET କ୍ୱାଲିଫାଏଡ୍ ରଶ୍ମିତାଙ୍କ ଏ ଦୁର୍ଦ୍ଦଶା ପଛରେ ଲୁଚି ରହିଛି ଯୌତୁକ ନିର୍ଯାତନାର କରୁଣ କାହାଣୀ । ରଶ୍ମିତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ଶ୍ୱଶୁର ଘର ଲୋକେ ଗତବର୍ଷ ଅକ୍ଟୋବର ୨୮ରେ କିରୋସିନ୍ ପକାଇ ତାଙ୍କ ଝିଅକୁ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ । ଯେଉଁଥି ପାଇଁ ଆଜି ରଶ୍ମିତାଙ୍କ ଜୀବନ, ଯନ୍ତ୍ରଣାରେ ପରିଣତ ହୋଇଯାଇଛି। ତଥାପି ରଶ୍ମିତାଙ୍କ ଜିଦ୍, ଯେଉଁ ଯୌତୁକ ପାଇଁ ତାଙ୍କୁ ଏତେ ଦଶା ଭୋଗିବାକୁ ପଡ଼ିଛି, ଆଇଏଏସ୍ ହେଲା ପରେ ସମାଜରୁ ଏ କୁତ୍ସିତ ପ୍ରଥା ପଦଳାଇବାକୁ ସେ ପ୍ରୟାସ ଜାରି ରଖିବେ ।

IAS
Advertisment
Advertisment