• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଉପରସାଜା ନିକଟରେ ବଡ଼ ଧରଣର ଅଘଟଣ ଘଟିଛି । ନିର୍ମାଣାଧୀନ କଲଭର୍ଟ ଭୁଶୁଡ଼ିପଡ଼ିବା ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ୫ଜଣଙ୍କ ମଧ୍ୟରେ ୪ଜଣ ଶିଶୁ ରହିଥିବାବେଳେ ଘଟଣାସ୍ଥଳରେ ସମସ୍ତ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ କଲଭର୍ଟ ତଳେ ଗାଧୋଉ ଥିବାବେଳେ ଏହି ଅଘଟଣ ଘଟିଛି ।

ଅନେକ ଲୋକ ସେଠାରେ ଗାଧୋଉଥିଲେ । ହେଲେ କଲଭର୍ଟର ଛାତଟି ୫ଜଣଙ୍କ ଉପରେ ହଠାତ୍‌ ଖସିପଡ଼ିଥିଲା । ତେଣୁ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ କେହି ଆହତ ହୋଇଛନ୍ତି କି ନାହିଁ ତାହା ଜଣାପଡ଼ିନାହିଁ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେଠାରେ ଯାତାୟାତ ପାଇଁ ରାସ୍ତା ନଥିଲା । ତେଣୁ ସେଠାରେ ଏକ କଲଭର୍ଟ ନିର୍ମାଣ କରାଯାଉଥିଲା ।

ନିକଟରେ କଲଭର୍ଟଟିର ଛାତ ପଡ଼ିଥିବା ବେଳେ ବର୍ଷା ଲାଗି ରହିଛି । ତେଣୁ କଲଭର୍ଟଟିର ଛାତ ମଧ୍ୟ ଖୋଲାଯାଇନଥିଲା । ହେଲେ ଏପରି ସମୟରେ ଲୋକମାନେ ସେଠାରେ ଗାଧୋଉ ଥିବାରୁ ଏପରି ଅଘଟଣ ଘଟିଥିବା କୁହାଯାଉଛି । ଏଯାଏଁ ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ସୂଚନା ମିଳିଛି ।

  • Reported by:
  • Maudi Barik