• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପୋଲିଂ ପାର୍ଟି ବୁଥ୍ ମୁହାଁ । ସ୍କ୍ୱାଡ୍ ଜଗିବ ଅନ୍ଧାରୀ ବିଜେ । ଏଥର ସର୍ବାଧିକ ୧୨୧ କଂପାନୀ CAPF ମୁତୟନ ହେବେ । ସେପଟେ ଦୁଇଦିନ ତଳେ ବୁଥ୍ ରିଗିଂକୁ ନେଇ ଶାହ ଦେଇଥିବା ଚେତାବନୀକୁ ନେଇ ରାଜ୍ୟ ରାଜନୀତି ସରଗରମ । ସରିଲା ପ୍ରଚାର । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହେଲା ସାଇଲେଣ୍ଟ ପିରିୟଡ୍ ।

କଡା ନଜରରେ ମତଦାନ ପ୍ରକ୍ରିୟା । ଏହି ପର୍ଯ୍ୟାୟରେ ୬୪ ଜଣ ସାଂସଦ ପ୍ରାର୍ଥୀ ଏବଂ ୩୮୩ ବିଧାୟକ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସମେତ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ମତଦାନ । ମୋଟ୍ ୯୪ ଲକ୍ଷ ୪୮ ହଜାର ଭୋଟର୍ ଭୋଟ ଦେବେ । ଯେଉଁଥିରୁ ୨୧% ହେଉଛନ୍ତି ଯୁବ ଭୋଟର୍ ।

ଅଧିକ ପଢ଼ନ୍ତୁ: 'ଟଙ୍କା ବାଣ୍ଟୁଛନ୍ତି ପ୍ରଣବ ପ୍ରକାଶ ଦାସ'

୩ ହଜାର ଜଣ ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର୍ ଘରୁ ମତଦାନ କରିଛନ୍ତି । ମତଦାନ ଲାଗି କରାଯାଇଛି ୧୦ ହଜାର ୫୫୧ଟି ବୁଥ୍ । ତା ମଧ୍ୟରୁ ୨୦ ପ୍ରତିଶତ ହେଉଛି ସମ୍ବେଦନଶୀଳ । ଏହି ପର୍ଯ୍ୟାୟରେ ସର୍ବାଧିକ ୧୨୧ କମ୍ପାନୀ CAPF ମୁତୟନ ହୋଇଛନ୍ତି । ସେପଟେ ୬ ସଂସଦୀୟ କ୍ଷେତ୍ରରେ ମୋଟ୍ ୨୬୩ କୋଟି ୫୫ ଲକ୍ଷ ଟଙ୍କା ମୂଲ୍ୟର କ୍ୟାସ୍, ମଦ, ମୂଲ୍ୟବାନ ଅଳଙ୍କାର ସିଜ୍ ହୋଇଛି ।

ଆଜିଠାରୁ ଅନ୍ଧାରୀ ବିଜେ ଆରମ୍ଭ ହେଉଥିବାରୁ ବିଭିନ୍ନ ସ୍କ୍ୱାଡ୍ ର ନଜର ରାଜନୈତିକ ଗତିବିଧି ଉପରେ ରହିଛି । ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଥ୍ ରିଗିଂକୁ ନେଇ ଦୁଇଦିନ ତଳେ ନୟାଗଡ଼ ମଞ୍ଚରେ ଖୋଲା ଚେତାବନୀ ଦେଇସାରିଛନ୍ତି । ରାଜ୍ୟରେ ବୁଥ୍ ରିଗିଂ କରି ପୂର୍ବରୁ ଯେପରି ନିର୍ବାଚନ ଜିତା ଯାଉଥିଲା ଏଥର ଆଉ ସମ୍ଭବ ନୁହେଁ ।

ଅଧିକ ପଢ଼ନ୍ତୁ: ମୋଦି ଆସିଲେ ଜନସମୁଦ୍ର, ନବୀନ ଆସିଲେ ଜମାରୁ ଜମୁନି ଗହଳି

କାରଣ ନିର୍ବାଚନ କମିଶନ ସଜାଗ ଥିବାବେଳେ କେନ୍ଦ୍ରୀୟ ଫୋର୍ସ ବି ତୟାର ଅଛନ୍ତି । ବୁଥ୍ ଲୁଟିବାକୁ ଚେଷ୍ଟା କଲେ ଫସିବ ବୋଲି କହି ଚେତାବନୀ ଦେଇଯାଇଛନ୍ତି ଶାହ । ଆଜିଠାରୁ ପୋଲିଂ ପାର୍ଟିଗୁଡିକ ବୁଥ୍ ଅଭିମୁଖେ ଗସ୍ତ କରିଛନ୍ତି । ଇଭିଏମ୍, ଭିଭିପ୍ୟାଟ୍ ଓ ଆବଶ୍ୟକୀୟ ସାମଗ୍ରୀ ଧରି ବୁଥ୍ କୁ ଯାଉଛନ୍ତି ।

ଯଦିଓ ଏହି ପର୍ଯ୍ୟାୟ ନିର୍ବାଚନ ଲାଗି ଏୟାର ଡ୍ରପ୍ ଆବଶ୍ୟକତା ନାହିଁ ତଥାପି ଭୌଗୋଳିକ ଦୃଷ୍ଟି କୋଣରୁ ପୋଲିଂ ପାର୍ଟିଗୁଡିକ ଗସ୍ତ କରିଛନ୍ତି । ୨୫ ତାରିଖ ସକାଳ ସାତଟାରୁ ନିର୍ବାଚନ ଆରମ୍ଭ ହେବ । କିଛି ସ୍ଥାନରେ ଅପରାହ୍ନ ୪ଟା ଆଉ କିଛି ସ୍ଥାନରେ ଅପରାହ୍ନ ୫ଟା ଯାଏ ମତଦାନ ସଂଗ୍ରହ କରିବାକୁ ସମୟ ଧାର୍ଯ୍ୟ ହୋଇଛି । କିନ୍ତୁ ଅଧିକାଂଶ ସ୍ଥାନରେ ସଂଧ୍ୟା ୬ଟା ଯାଏ ଭୋଟ୍ ଗ୍ରହଣ କରାଯିବ ।

  • Reported by:
  • SANJAY JENA , JAGDISH DAS , Bidyadhar Baral

OTV is now on Whatsapp

Join and get latest news update delivered to you via whatsapp

Join Now