• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ହାରିବା ଭୟରେ ଟଙ୍କା ବାଣ୍ଟୁଛନ୍ତି ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଏଭଳି ଅଭିଯୋଗ ନେଇ ସିଇଓଙ୍କୁ ଫେରାଦ ହୋଇଛି ବିଜେପି । ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । ସମ୍ବଲପୁରରେ ବିଜେଡି ହାରିବା ଭୟରେ ଟଙ୍କା ବଣ୍ଟା ଆରମ୍ଭ କରିଛି ।

ଗାଁ ମନ୍ଦିରକୁ ସାଉଣ୍ଡ ସିଷ୍ଟମ, ପିଲାଙ୍କ ପାଇଁ କ୍ରିକେଟ କିଟ୍ ସହ ଭଳିକି ଭଳିକି ଗିପ୍ଟ ଦେଇ ଭୋଟରଙ୍କୁ ପ୍ରଲୋଭିତ କରାଯାଉଛି । ଯାହାକି ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲଂଘନ । ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କ ନିକଟରେ ଦାବି କରିଛି ବିଜେପି ପ୍ରତିନିଧି ମଣ୍ଡଳୀ । ସେହିପରି ବିଭିନ୍ନ ସ୍ଥାନରେ ବିଜେପି କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବା ଲାଗି ମଧ୍ୟ ସିଇଓଙ୍କୁ ଜଣାଇଛି ବିଜେପି ଟିମ୍।

ଅଧିକ ପଢ଼ନ୍ତୁ: ଭୋଟ୍ ପାଇଁ ନୋଟ୍: ଟଙ୍କା ବାଣ୍ଟିବାକୁ ନେଇ ଅଡୁଆରେ ଅଙ୍ଗନବାଡ଼ି କର୍ମୀ

ସୂଚନାଯୋଗ୍ୟ ଆଗରୁ ମଧ୍ୟ ଟଙ୍କା ବଣ୍ଟାରୁ ନେଇ ବିଜେଡି ଉପରେ ଅଭିଯୋଗ ହୋଇଥିଲା । ଗାଁରେ ଗାଁରେ ପଶି ଦଳୀୟ କର୍ମୀ ଓ ନେତା ଟଙ୍କା ବାଣ୍ଟୁଥିବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ପ୍ରଚାର ମୈଦାନରେ ବି ଭୋଟରଙ୍କ ହାତକୁ ବଢ଼ାଇ ଦିଆଯାଉଛି...ଭୋଟରଙ୍କୁ ଭୋଟ୍ ପାଇଁ ଟଙ୍କା ଦେଇ ପ୍ରଲୋଭିତ କରୁଛନ୍ତି ନେତା ଓ କର୍ମୀ । ରାୟଗଡ଼ା ଜିଲ୍ଲା ବିଷମକଟକ ଅଞ୍ଚଳରେ ବିଜେଡି ରାଜ୍ୟ ସମ୍ପାଦକ ସୁଧିର ଦାସ ନୋଟ୍ ବାଣ୍ଟୁଛନ୍ତି ।

ଖାଲି ବାଣ୍ଟୁ ନାହାଁନ୍ତି, ସାହିର ସମସ୍ତେ ଯେପରି ବିଜେଡିକୁ ଭୋଟ୍ ଦେବେ, ସେଥିପାଇଁ ତାଗିଦ୍ ବି କରୁଛନ୍ତି । ଗତକାଲିଠୁ ବିଷମକଟକ ଅଞ୍ଚଳରେ ମୋବାଇଲକୁ ମୋବାଇଲ୍ ଏହି ଭିଡ଼ିଓ ଘୁରିବୁଲିବା ପରେ ଏହା ବିରୋଧରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେପି ପ୍ରାର୍ଥୀ ଜଗନ୍ନାଥ ନୁଣ୍ଡ୍ରୁକା । ଏ ସଂପର୍କରେ ପ୍ରତିକ୍ରିୟା ପାଇଁ ସୁଧିର ଦାସଙ୍କୁ ବାରମ୍ବାର ଫୋନ୍ କରାଯାଇଥିଲେ ମଧ୍ୟ ସେ ଫୋନ୍ ରିସିଭ୍ କରୁନାହାନ୍ତି ।

ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଛନ୍ତି ବିଜେଡିର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ତାଙ୍କ ପାଖରେ ଛିଡ଼ା ହୋଇ ନୋଟ୍ ବାଣ୍ଟୁଛନ୍ତି ଜଣେ ବ୍ୟକ୍ତି । ଯାହାଙ୍କ ନାଁ ତ୍ରିନାଥ ଭଟ୍ଟ । ଘର ନନ୍ଦାହାଣ୍ଡି କେଶରୀଗୁଡା ଗାଁରେ । କୁହାଯାଉଛି, ଏହା ଗତ ୯ ତାରିଖର ଘଟଣା । ଯେଉଁଦିନ ପ୍ରଦୀପ ମାଝୀଙ୍କ ସହ ପ୍ରଚାର କରୁଥିଲେ ବିଧାୟକ ପ୍ରାର୍ଥିନୀ କୌଶଲ୍ୟା ପ୍ରଧାନୀ।

ଅଧିକ ପଢ଼ନ୍ତୁ: ଘଷିପୁରାରେ ନିର୍ବାଚନୀ ହିଂସା; ସୌମ୍ୟଙ୍କ ସମର୍ଥକଙ୍କୁ ମାଡ଼ ଅଭିଯୋଗ...

କିଛିଦିନ ତଳେ ଆସିକା ବରଗାଁରେ ବିଜେଡି ବିରୋଧରେ SHG ମହିଳାଙ୍କୁ ଶାଢ଼ି ବଣ୍ଟନର ଅଭିଯୋଗ ବି ଆଣିଥିଲା ବିଜେପି । SHG ସଦସ୍ୟାଙ୍କ ପାଇଁ ଶାଢ଼ି ସହ ୧୦ ହଜାର ଟଙ୍କା ବଣ୍ଟନର ବିଜେପି ଅଭିଯୋଗ କରିଥିଲା । ଏହା ପୂର୍ବରୁ ବିଜେଡି ବିରୋଧରେ ଭୋଟ୍ ପୂର୍ବରୁ ଅନ୍ଧାରି ବିଜେ, ଅର୍ଥାତ ଲୁଚାଛପାରେ ଟଙ୍କା ବଣ୍ଟା ଅଭିଯୋଗ ଆଣିଥିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଗତ ନିର୍ବାଚନରେ ଭୋଟର୍ ପିଛା ୬୦୦ ଟଙ୍କା ଦେଇଥିବା ବେଳେ ଏଥର କୁଆଡେ ଏହି ପରିମାଣ ହଜାରେ ଟଙ୍କା ହୋଇଥିବା ସେ ଅଭିଯୋଗ ଆଣିଥିଲେ । ଅଭିଯୋଗ ଯଦି ସତହୁଏ, ତାହେଲେ ଶାସନରେ ଥାଇ ବି ବିଜେଡିର ଏଭଳି ନୋଟ୍ ଫଣ୍ଡା କାହିଁକି ? ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଦିନଟିଏ ଥିବାବେଳେ ଆଜିଠୁ ନେତାଙ୍କ ଅନ୍ଧାରି ବିଜେ ପ୍ରକ୍ରିୟାକୁ କେମିତି ରୋକିବେ ନିର୍ବାଚନ କମିଶନ ? ଏବେଠୁଁ ଯଦି ଏଭଳି ନୋଟ୍ ବଣ୍ଟନର ପର୍ବ ଚାଲେ, ତେବେ ରାଜ୍ୟରେ ସ୍ୱଚ୍ଛ ଓ ଅବାଧ ହୋଇପାରିବ ତ ନିର୍ବାଚନ ?

OTV is now on Whatsapp

Join and get latest news update delivered to you via whatsapp

Join Now