Advertisment

ମୋଦି ଆସିଲେ ଜନସମୁଦ୍ର, ନବୀନ ଆସିଲେ ଜମାରୁ ଜମୁନି ଗହଳି

ଗଲା କିଛି ଦିନ ଭିତରେ ନବୀନ, ରାଜଧାନୀରେ ତିନି ତିନିଟି ରୋଡ୍ ସୋ କରିଥିବା ବେଳେ କେଉଁ ଗୋଟିଏ ରୋଡ୍ ସୋ'ରେ ବି ସେମିତି ଭିଡ଼ ଦେଖିବାକୁ ମିଳିନଥିଲା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Naveen Patnaik Road show

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଉ ଆଗ ଭଳି ସେ କ୍ରେଜ୍ ନାହିଁ କି ? ଗଲା କିଛି ଦିନ ଭିତରେ ନବୀନ, ରାଜଧାନୀରେ ତିନି ତିନିଟି ରୋଡ୍ ସୋ କରିଥିବା ବେଳେ କେଉଁ ଗୋଟିଏ ରୋଡ୍ ସୋ'ରେ ବି ସେମିତି ଭିଡ଼ ଦେଖିବାକୁ ମିଳିନଥିଲା । ଆଉ ଏପଟେ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ବେଳେ ରାଜଧାନୀ ରାଜରାସ୍ତାରେ ସୃଷ୍ଟି ହୋଇଥିଲା ଜନସମୁଦ୍ର। ଯାହାକୁ ନେଇ ରାଜନୀତି ଜୋର୍ ଧରିଛି ।

Advertisment

ମୋଦି ଆସିଲେ ଜନସମୁଦ୍ର, ନବୀନ ଆସିଲେ ଜମାରୁ ଜମୁନି ଗହଳି । ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ବେଳେ ଛିଡ଼ା ହେବାକୁ ଯାଗା ନାହିଁ । ଆଉ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ ବେଳେ ଏମିତିକା ସ୍ଥିତି । ଗଲା କିଛି ଦିନ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱରରେ କରିଛନ୍ତି ତିନି-ତିନିଟି ରୋଡ୍ ସୋ । ହେଲେ ନବୀନଙ୍କ ରୋଡ୍ ସୋ’ର ଏହି ଚିତ୍ର ଦେଖିଲେ, ସ୍ପଷ୍ଟ ବାରି ହେଉଛି, ଯେ ନବୀନଙ୍କୁ ଦେଖିବାକୁ ସତେ ଯେମିତି ଲୋକଙ୍କ ଭିତରେ ଆଗଭଳି ଆଉ ଆଗ୍ରହ ନାହିଁ ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ସେ ଶବ୍ଦ ବ୍ୟବହାର କରନ୍ତିନି, ପୁଣି ଭିଡିଓରେ କେମିତି କହିଲେ: ସମୀର ମହାନ୍ତି

Advertisment

ସେପଟେ ରାଜଧାନୀରେ ମୋଦିଙ୍କ ରୋଡ୍‌ ସୋ’ କିଛି ଭିନ୍ନ ସୂଚନା ଦେଉଛି । ସ୍ପଷ୍ଟ କରୁଛି ଯେ, ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା କେତେ । ତେବେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’ରେ ଲୋକ ନ ହେବାର ଟ୍ରେଣ୍ଡ ବଢୁଥିବାରୁ ଏହାକୁ ନେଇ ଖାଲି ବିଜେପିର ନେତା ନୁହଁନ୍ତି ବଂର ସାଧାରଣ ଲୋକେ ବି ପ୍ରଶ୍ନ ଉଠାଇଲେଣି ।

ସେପଟେ ଏ ପ୍ରସଙ୍ଗରେ ସୋସିଆଲ ମିଡିଆରେ ମନ୍ତବ୍ୟ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସେ ଲେଖିଛନ୍ତି, ଏବେ ଆଉ ସେ ମ୍ୟାଜିକ୍ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ରାଲି ଏବଂ ରୋଡ୍ ସୋ’ରେ ବହୁତ କମ୍ ଲୋକଙ୍କୁ ଦେଖିବାକୁ ମିଳୁଛି । ଜଣେ ଅଣଓଡ଼ିଆ ଯେଭଳି ଭାବେ ମାଇକ୍ ଧରି ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ କହୁଛନ୍ତି, ଲୋକେ ତାକୁ ନାପସନ୍ଦ କରୁଥିବା କହି ସେ ତୀବ୍ର ସମାଲୋଚନା କରିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋରେ କାହିଁକି ଭିଡ଼ ଦେଖିବାକୁ ମିଳୁନି ଏବଂ ଭଡ଼ାରେ ଜନତାଙ୍କୁ ଆଣି ରାସ୍ତାରେ ଠିଆ କରାଯାଉଥିବା ପ୍ରଶ୍ନକୁ ନେଇ ସଂକ୍ଷେପରେ ଜବାବ ରଖିଛି ବିଜେଡି।

ଅଧିକ ପଢ଼ନ୍ତୁ: ୨୪ ମହାସଂଗ୍ରାମରେ ଯୋଗୀଙ୍କ ହୁଙ୍କାର; କହିଲେ, ଓଡ଼ିଶାର ଅସ୍ମିତା ସହ ଖେଳୁଛନ୍ତି ତାମିଲବାବୁ

ଗୋଟେପଟେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭା କିମ୍ବା ରୋଡ୍ ସୋ' ବେଳେ ଖଚାଖଚ ଭିଡ଼ ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’ରେ ସେତେଟା ଜନଗହଳି ନହେବା, ୨୦୨୪ରେ କିଛି ପରିବର୍ତ୍ତନ ଆଡ଼କୁ ଇଙ୍ଗିତ କରୁନି ତ ?

Naveen Patnaik General Elections 2024 BJD Narendra Modi
Advertisment
Advertisment