Advertisment

ବିଧାୟକଙ୍କ ଏ କି ବ୍ୟବହାର! ମହିଳାଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ, ଭିଡିଓ ଭାଇରାଲ୍

ମହିଳା ୱାର୍ଡମେମ୍ବର ପ୍ରତି ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଅଶାଳୀନ ଶବ୍ଦ ପ୍ରୟୋଗ ଅଭିଯୋଗ । ଯାହାର ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଅଶାଳୀନ ଶବ୍ଦ ବ୍ୟବହାର କରୁଥିବା ବ୍ୟକ୍ତି ପ୍ରତାପ ଜେନା ବୋଲି କୁହାଯାଉଛି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
BJD MLA Pratap Jena uses abusive language against women

BJD MLA Pratap Jena

ମହିଳା ୱାର୍ଡମେମ୍ବର ପ୍ରତି ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଅଶାଳୀନ ଶବ୍ଦ ପ୍ରୟୋଗ ଅଭିଯୋଗ । ଯାହାର ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଅଶାଳୀନ ଶବ୍ଦ ବ୍ୟବହାର କରୁଥିବା ବ୍ୟକ୍ତି ପ୍ରତାପ ଜେନା ବୋଲି କୁହାଯାଉଛି ।

Advertisment

ଅଭିଯୋଗ ଅନୁସାରେ ଦୁଇ ଦିନ ତଳେ ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତର ୧୧ ନମ୍ବର ୱାର୍ଡର ମହିଳା ସଭ୍ୟ ସ୍ୱର୍ଣ୍ଣଲକ୍ଷ୍ମୀ ନାୟକଙ୍କ ଘରକୁ ବିଧାୟକ ପ୍ରତାପ ଜେନା ନିଜ ପୁଅ ଅଙ୍କିତଙ୍କ ପାଇଁ ଭୋଟ୍ ମାଗିବାକୁ ଯାଇଥିଲେ । ଏହି ସମୟରେ ବିଧାୟକ ହଠାତ୍ ଉକ୍ତ ମହିଳା ୱାର୍ଡସଭ୍ୟଙ୍କ ପ୍ରତି କିଛି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ।

ଅଧିକ ପଢ଼ନ୍ତୁ: ସାଇଲେଣ୍ଟ ଆୱାର ପରେ ଗୁଣ୍ଡାଗର୍ଦ୍ଦି; ଖଣ୍ଡା ଓ ମାରଣାସ୍ତ୍ର ଧରି ଆତଙ୍କରାଜ, ଏକାଧିକ ଆହତ

Advertisment

ସେତେବେଳେ ଘଟଣା ସମୟରେ ଉପସ୍ଥିତ ଥିବା କୁଣ୍ଡି ସେବା ସମବାୟ ସମିତିର ସଭାପତି କହିଛନ୍ତି, ବିଧାୟକ କେଉଁ ଉଦ୍ଦେଶ୍ୟରେ ଏଭଳି ଅଶାଳୀନ ଶବ୍ଦ ପ୍ରୟୋଗ କଲେ ତାର କାରଣ ଜଣାପଡ଼ିନାହିଁ । ତେବେ ଜଣେ ମହିଳା ୱାର୍ଡ ମେମ୍ବରଙ୍କ ପ୍ରତି ଏଭଳି ଆଚରଣ ଆଦୌ ଠିକ୍ ନୁହେଁ । ସେପଟେ ଏ ଘଟଣାରେ ମହିଳା ୱାର୍ଡମେମ୍ବର କିମ୍ବା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ମିଳିନାହି ।

ସେପଟେ ଆସନ୍ତାକାଲି ରାଜ୍ୟରେ ଭୋଟ୍ । ଏଥି ନିମନ୍ତେ ସରିଛି ସମସ୍ତ ପ୍ରସ୍ତୁତି । ଆସନ୍ତାକାଲି ରାଜ୍ୟରେ ୬ ଲୋକସଭା କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ଏଥିପାଇଁ ବୁଥ୍ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି ।

ଇଭିଏମ୍, ଭିଭିପାଟ୍ ଓ ଭୋଟିଂ ପାଇଁ ଆବଶ୍ୟକ ଅନ୍ୟାନ୍ୟ ସାମଗ୍ରୀ ଧରି ବୁଥ୍ ଅଭିମୁଖେ ଯାଉଛନ୍ତି । କାଲି ବିଭିନ୍ନ ସ୍ଥାନରେ ପୋଲିଂ ଅଧିକାରୀ ଓ କର୍ମଚାରୀ ପହଞ୍ଚି ସାରିଥିବା ବେଳେ ବାକି ଆଜି ପହଞ୍ଚିବେ । ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ରାଜ୍ୟରେ ମୋଟ୍ ୧୦ହଜାର ୫୫୧ ବୁଥ୍ କରାଯାଇଛି । ଏଥିରୁ ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ।

ଅଧିକ ପଢ଼ନ୍ତୁ: ଭୋଟ୍ ପାଇଁ ନୋଟ୍: ଟଙ୍କା ବାଣ୍ଟିବାକୁ ନେଇ ଅଡୁଆରେ ଅଙ୍ଗନବାଡ଼ି କର୍ମୀ

ମତାଧିକାର ସାବ୍ୟସ୍ତ କରିବେ ୯୪ ଲକ୍ଷରୁ ଅଧିକ ଭୋଟର । ଏମାନଙ୍କ ଭିତରେ ୪୮ ଲକ୍ଷରୁ ଅଧିକ ପୁରୁଷ ଓ ୪୬ ଲକ୍ଷରୁ ଅଧିକ ମହିଳା ମତଦାତା ରହିଛନ୍ତି । ୬ ସଂସଦୀୟ କ୍ଷେତ୍ର ପାଇଁ ରଣାଙ୍ଗନାରେ ୬୪ ପ୍ରାର୍ଥୀ ଅଛନ୍ତି। ୪୨ ବିଧାନସଭା ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୩୮୩ ପ୍ରାର୍ଥୀ ।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସର୍ବାଧିକ ୧୨୧ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ବା ସିଏପିଏଫ ମୁତୟନ ହେବେ । ଶୃଙ୍ଖଳିତ ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସାଇଲେଣ୍ଟ ଆୱାର ଆରମ୍ଭ ହେବା କ୍ଷଣି ସବୁ ହୋଟେଲ୍, ଗେଷ୍ଟ ହାଉସରେ ଯାଞ୍ଚ କଡାକଡି କରାଯାଇଛି ।

Pratap Jena Odisha Elections General Elections 2024
Advertisment
Advertisment