/odishatv-khabar/media/post_attachments/uploadimage/library/16_9/16_9_0/BJD_leader_1716525176.jpg)
BJD leader
ତାତିଲେ ଜନତା, ବିଦା ହେଲେ ନେତା। ପ୍ରଚାର ବେଳେ ହଟହଟା ହେଲେ ବିଜେଡି ବିଧାୟକ ପ୍ରାର୍ଥୀ ଦେବୀପ୍ରସାଦ ମିଶ୍ର। ପାଣି ସମସ୍ୟାର ସମାଧାନ ନହେବାରୁ ଘେରିବା ସହ ପ୍ରତିବାଦ କରିଥିଲେ ଗ୍ରାମବାସୀ। ଏହି ଘଟଣା ଘଟିଛି, ନରସିଂହପୁର ବ୍ଲକ କମଳାଡିହ ପଞ୍ଚାୟତରେ। ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ ପ୍ରଚାରରେ ଯାଇଥିଲେ ବଡ଼ମ୍ବା ବିଜେଡି ବିଧାୟକ ପ୍ରାର୍ଥୀ ଦେବୀ ପ୍ରସାଦ ମିଶ୍ର। ଏହି ସମୟରେ ପାଣି ସମସ୍ୟାର ସମାଧାନ ପାଇଁ ଗରା, ବାଲ୍ଟି, ଡେକ୍ଚି ଧରି ରାସ୍ତାରେ ରଖି ପ୍ରତିବାଦ କରିବା ସହ ବିଧାୟକ ଦେବୀ ମିଶ୍ରଙ୍କୁ ବିରୋଧ କରିଥିଲେ ଗ୍ରାମବାସୀ।
ଅଧିକ ପଢ଼ନ୍ତୁ: ଭୋଟ୍ ପାଇଁ ନୋଟ୍: ଟଙ୍କା ବାଣ୍ଟିବାକୁ ନେଇ ଅଡୁଆରେ ଅଙ୍ଗନବାଡ଼ି କର୍ମୀ
ତେବେ ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଦାବୀ କରିଥିଲେ। ପାଣି ନାହିଁ ତ ଭୋଟ୍ ଦିଆଯିବନି ବୋଲି ରୋକଠୋକ ଶୁଣାଇଥିଲେ ଗ୍ରାମବାସୀ। ତେବେ ଏନେଇ ଦେବୀ ମିଶ୍ରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ସେହିପରି ପ୍ରଚାର ବେଳେ ହଟହଟା ହୋଇଛନ୍ତି ବିଜେଡ଼ି ବିଧାୟକ ପ୍ରାର୍ଥୀ ବିଦୁସ୍ମିତା ମହାଳିକ। ବାଲେଶ୍ୱର ରେମୁଣା NAC ୧୧ ନମ୍ବର ୱାର୍ଡରେ ପ୍ରଚାର ବେଳେ ତାଙ୍କୁ ବିରୋଧ ହୋଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ତାଙ୍କୁ ବିରୋଧ କରିବା ସହ ତାଙ୍କୁ ଘଉଡାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି।
ଗତ ନିର୍ବାଚନ ଠାରୁ ୱାର୍ଡର ରାସ୍ତା ସମସ୍ୟା ସମାଧାନ ନ ହେବାରୁ ସ୍ଥାନୀୟ ଲୋକେ ଏଭଳି ବିରୋଧ କରିଥିବା ଜଣାପଡିଛି। ତେବେ ଏନେଇ ବିଜେଡ଼ି ବିଧାୟକ ପ୍ରାର୍ଥୀ ବିଦୁସ୍ମିତା ମହାଳିକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)