/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716481143.jpg)
Naveen Patnaik
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧକ ରଖାଯାଇଛି । ପ୍ରେସମିଟରେ ଭିଡିଓ ଦେଖାଇ ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ବିଜେପି ନେତା ସମୀର ମହାନ୍ତି । ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ‘ଏଆଇ’ ବୋଲି ସନ୍ଦେହ କରିଛନ୍ତି । ଗୋଟିଏ ଭିଡିଓରେ ଚୋର ଶବ୍ଦ ବ୍ୟବହାରକୁ ନେଇ ସମୀର ମହାନ୍ତି ସନ୍ଦେହ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ପାଟିରୁ କେବେହେଲେ ବି ଚୋର ଶବ୍ଦ ବାହାରିବ ନାହିଁ ବୋଲି କହିଛନ୍ତି ।
ଆମେ ଯେତିକି ତାଙ୍କୁ ଜାଣିଛୁ, ସେ କେବେ ଏଭଳି ଶବ୍ଦ କହିବେନି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଭିଡିଓରେ ଯେଉଁଭଳି ଭାବେ ମ୍ୟୁଜିକ ଲଗାଯାଇଛି, ତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟ ସଚିବ ଏବଂ ଡିଜିପି କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟୁନାହାନ୍ତି ସେନେଇ ବିଜେପି ପ୍ରଶ୍ନ କରିଛି । ସେବା କରିବାକୁ ଆସି ବାବୁମାନେ ଶାସନତନ୍ତ୍ରକୁ ମାଡ଼ି ବସିଲେଣି ବୋଲି ଅଭିଯୋଗ କରିଛନ୍ତି ସମୀର ମହାନ୍ତି।
ଅଧିକ ପଢ଼ନ୍ତୁ: ମୋଦି ଆସିଲେ ଜନସମୁଦ୍ର, ନବୀନ ଆସିଲେ ଜମାରୁ ଜମୁନି ଗହଳି
ଗତ କିଛିଦିନ ତଳେ ମଧ୍ୟ ଏପରି ଅଭିଯୋଗ ଆଣିଥିଲେ ସମୀର । ସର୍ଟ ଭିଡିଓରେ ନବୀନ ବାବୁ ନିଜେ କହୁଛନ୍ତି ନା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI, ପଚାରିଥିଲେ ବରିଷ୍ଠ ବିଜେପି ନେତା ସମୀର ମହାନ୍ତି । ଯଦି ନବୀନ ବାବୁ କହୁଥାନ୍ତେ, ତାହେଲେ ସଭା ସମିତିରେ ବି କୁହନ୍ତେ । କିନ୍ତୁ ସଭାରେ ଗୋଟିଏ ମିନିଟରେ ସ୍କ୍ରିପ୍ଟେଡ୍ ଲେଖା ପଢ଼ି ଦେଉଛନ୍ତି ।
ନବୀନ ବାବୁଙ୍କ ଶାରୀରିକ ଅସୁସ୍ଥତା ଯୋଗୁଁ ଏକଥା ସମ୍ଭବ ହୋଇ ପାରୁନି ବୋଲି କହିଛନ୍ତି ସମୀର ମହାନ୍ତି । ତାଙ୍କୁ ଯିଏ ରିମୋଟ୍ ଧରି ଚଳାଉଛନ୍ତି, ଏକଥା ସବୁ ଜାଣିଛନ୍ତି । ତେବେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ନବୀନ କାହିଁକି ଚୁପ୍ ? ତଦନ୍ତ କମିଶନ ରିପୋର୍ଟ କୁଆଡ଼େ ଗଲା ? ଧାନ MSP ନେଇ କାହିଁକି ନିରବ ବୋଲି ପ୍ରଶ୍ନ କରିଛନ୍ତି ସମୀର ମହାନ୍ତି ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓକୁ ନେଇ ପ୍ରଶ୍ନ ଉଠାଇଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଭିଡିଓର ସତ୍ୟତା ଉପରେ ପ୍ରଶ୍ନ ଉଠାଇ ବୈଜୟନ୍ତ କହିଛନ୍ତି- ତାମିଲ କଣ୍ଢେଇନଚାଳି ପୁଣି ଏକ ମିଛ ଭିଡିଓ ପ୍ରସ୍ତୁତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଡିପ୍ ଫେକ୍ ଭିଡିଓ କରି ମିଛ ଅଭିଯୋଗ କରିଛନ୍ତି । ସତ ମୁଖ୍ୟମନ୍ତ୍ରୀ ତାଙ୍କ ଭର୍ଚୁଆଲ ଅବତାର କଥା ଜାଣୁଛନ୍ତି କି ନାହିଁ ସନ୍ଦେହ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)