Advertisment

ଭୋଟ୍ ପାଇଁ ନୋଟ୍: ଟଙ୍କା ବାଣ୍ଟିବାକୁ ନେଇ ଅଡୁଆରେ ଅଙ୍ଗନବାଡ଼ି କର୍ମୀ

ଟଙ୍କା ବାଣ୍ଟିବାକୁ ଯାଇ ଅଡୁଆରେ ଅଙ୍ଗନବାଡ଼ି ଦିଦି। ପୋଲିସ ସଂପୃକ୍ତ ଅଙ୍ଗନବାଡ଼ି ଦିଦି ଓ ତାଙ୍କ ସ୍ବାମୀଙ୍କୁ ଧରି ଥାନାରେ ଅଟକ ରଖିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Cuttack Election 2024: Anganwadi Worker Distributing Money To Voters

Anganwadi Worker

ଭୋଟ୍ ଦେବା ପାଇଁ ଲୋକଙ୍କୁ ଟଙ୍କା ବାଣ୍ଟିବାକୁ ଯାଇ ଅଡୁଆରେ ଅଙ୍ଗନବାଡ଼ି ଦିଦି। ପୋଲିସ ସଂପୃକ୍ତ ଅଙ୍ଗନବାଡ଼ି ଦିଦି ଓ ତାଙ୍କ ସ୍ବାମୀଙ୍କୁ ଧରି ଥାନାରେ ଅଟକ ରଖିଛି। ଅଭିଯୋଗ ଆସିଛି, କଟକ ମହାନଗର ନିଗମ ୬ ନମ୍ବର ୱାର୍ଡ ସତୀଚଉରା ସ୍ଥିତ ଇମାମପଡ଼ା ବସ୍ତିରୁ। ବସ୍ତି ବାସିନ୍ଦାଙ୍କ ଅଭିଯୋଗ, ବିଜେଡିକୁ ଭୋଟ ଦେବା ପାଇଁ ସଂଯୁକ୍ତା ମହାନ୍ତି ନାମକ ଜଣେ ଅଙ୍ଗନବାଡ଼ି କର୍ମୀ ସ୍ବାମୀ ଡାନିଏଲ ନାୟକଙ୍କ ସହ ଆସି ଟଙ୍କା ବାଣ୍ଟୁଥିଲେ।

Advertisment

ବିଜେଡିକୁ ଭୋଟ ଦେବାକୁ ୫୦୦ ଟଙ୍କା ଦେବା ସହ ଛୁଆ ଓ ଧର୍ମଗ୍ରନ୍ଥ ଧରି ରାଣ ପକେଇବା ପାଇଁ ବାଧ୍ୟ କରୁଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ମର୍କତନଗର ପୋଲିସ ପହଞ୍ଚି ଉଭୟଙ୍କୁ ଥାନାରେ ଅଟକ ରଖିଛି। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଅଧିକ ପଢ଼ନ୍ତୁ: ପ୍ରଚାର ବେଳେ ହଟହଟା ହେଲେ BJD ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ର

ତେବେ କାଲି ରାଜ୍ୟରେ ଭୋଟ୍ । ସରିଛି ସମସ୍ତ ପ୍ରସ୍ତୁତି । ଆସନ୍ତାକାଲି ରାଜ୍ୟରେ ୬ ଲୋକସଭା କଟକ, ଭୁବନେଶ୍ବର, ପୁରୀ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ବୁଥ୍ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି। ଇଭିଏମ୍, ଭିଭିପାଟ୍ ଓ ଭୋଟିଂ ପାଇଁ ଆବଶ୍ୟକ ଅନ୍ୟାନ୍ୟ ସାମଗ୍ରୀ ଧରି ବୁଥ୍ ଅଭିମୁଖେ ଯାଉଛନ୍ତି। କାଲି ବିଭିନ୍ନ ସ୍ଥାନରେ ପୋଲିଂ ଅଧିକାରୀ ଓ କର୍ମଚାରୀ ପହଞ୍ଚି ସାରିଥିବା ବେଳେ ବାକି ଆଜି ପହଞ୍ଚିବେ। 

Advertisment

ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ରାଜ୍ୟରେ ମୋଟ୍ ୧୦ହଜାର ୫୫୧ ବୁଥ୍ କରାଯାଇଛି। ଏଥିରୁ ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ। ମତାଧିକାର ସାବ୍ୟସ୍ତ କରିବେ ୯୪ ଲକ୍ଷରୁ ଅଧିକ ଭୋଟର। ଏମାନଙ୍କ ଭିତରେ ୪୮ ଲକ୍ଷରୁ ଅଧିକ ପୁରୁଷ ଓ ୪୬ ଲକ୍ଷରୁ ଅଧିକ ମହିଳା ମତଦାତା ରହିଛନ୍ତି। 

ଦେଖନ୍ତୁ ଭିଡିଓ | ପ୍ରଚାର ବେଳେ ହଟହଟ୍ଟା ହେଉଛନ୍ତି ବିଜେଡି ନେତା । ୫ ବର୍ଷରେ କଣ କରିଛ? ଯାହା କହିଥିଲ କାହିଁକି କଲନି?

Odisha Election Anganwadi Worker Election Code Of Conduct Model Code Of Conduct General Elections 2024
Advertisment
Advertisment