• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପ୍ରଥମ ଓ ଦ୍ୱିତୀୟ ଦଫା ଭଳି ତୃତୀୟ ଓ ଚତୁର୍ଥ ପାଳି ଭୋଟ୍ ପୂର୍ବରୁ ଶାସକ ବିଜେଡି ଉପରେ କେନ୍ଦ୍ରୀୟ ନେତାଙ୍କ ପ୍ରଚଣ୍ଡ ପ୍ରହାର । ମୟୁରଭଞ୍ଜ, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତ ସେପଟେ ସମ୍ବଲପୁର ଓ କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନବୀନ ଏବଂ ପାଣ୍ଡିଆନଙ୍କୁ ଧୂଲେଇ କରିଛନ୍ତି ।

କହିଛନ୍ତି, ନବୀନ ବାବୁଙ୍କୁ ଏଠି ବନ୍ଦୀ କରି ରଖାଯାଇଛି । ଆଉଟସୋର୍ସିଂରେ ଚାଲିଥିବା ନବୀନ ସରକାରଙ୍କୁ ଲୋକେ ଏଥର ବିଶ୍ରାମ ଦେବେ । ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ଓଡ଼ିଶାବାସୀଙ୍କ ଏଥର ନିଷ୍ପତ୍ତି, ନବୀନଙ୍କୁ ଆରାମ୍, ଆଉ ବିଜେପିକୁ କାମ୍ । ସଫା ଦିଶୁଛି, ଓଡ଼ିଶାରେ ୨୧ରୁ ୨୧ ସଂସଦୀୟ କ୍ଷେତ୍ରରେ ବାଜିମାରିବ ବିଜେପି ।

ଅଧିକ ପଢ଼ନ୍ତୁ: ମୋଦି ଆସିଲେ ଜନସମୁଦ୍ର, ନବୀନ ଆସିଲେ ଜମାରୁ ଜମୁନି ଗହଳି

ରାଜ୍ୟରେ ଗୋଟିଏ ଦିନରେ ଚାରି ଚାରିଟି ସ୍ଥାନରେ ସଂକଳ୍ପ ସମାବେଶ କରିବା ସହ ଏଭଳି ଢଙ୍ଗରେ ହମଲା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା । ମୟୁରଭଞ୍ଜ କରଞ୍ଜିଆ ମୈଦାନରୁ ଆଜି ନଡ୍ଡାଙ୍କ ପ୍ରଚାର ଆରମ୍ଭ ହୋଇଥିଲା । ଯେଉଁଠି ଶାସକ ବିଜେଡିକୁ ନିଶାନା କରିବା ସହ ନଡ୍ଡା କହିଛନ୍ତି, ଗରିବ ଏବଂ ଆଦିବାସୀଙ୍କୁ ବହୁତ କଷ୍ଟ ଦେଇଛନ୍ତି ନବୀନ ସରକାର ।

ଆଦିବାସୀ ଯୁବକ ଦୁଇ ଓଳି ଖାଇବାକୁ ନପାଇବାରୁ ବାହାରକୁ ପଳାଉଛନ୍ତି । ଏଠି ଓଡ଼ିଶା ପ୍ରଶାସନକୁ ଆଉଟସୋର୍ସ କରି ଦିଆଯାଇଛି । ବିଜେପି ସରକାର ଆସିଲେ ଏଠି ଓଡ଼ିଆ ପୁଅ ବା କିମ୍ବା ଝିଅ ହିଁ ହେବେ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ନଡ୍ଡା । ଆଦିବାସୀ ଯୁବକ ଖାଇବାକୁ ନପାଇ ବାହାରକୁ ପଳାଉଛନ୍ତି । ବାହାରୁ ଆସୁଛନ୍ତି ଠିକାଦାର । ଏଇଠି MP, MLAଙ୍କ କହିବା ଶକ୍ତି ନାହିଁ । ଓଡ଼ିଶାରେ କ’ଣ ଆଉ କେହି ନେତା ନାହାଁନ୍ତି ।

କରଞ୍ଜିଆ ସଭା ପରେ ପରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ଭଦ୍ରକ ଧାମନଗର, ବଡ଼ଚଣା ଏବଂ ଶେଷରେ ବାଲିକୁଦା-ଏରସମାରେ ଆୟୋଜିତ ସଂକଳ୍ପ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ନିବେଦନ କରିଥିଲେ । କେବଳ ଏତିକି ନୁହେଁ, ସଂକଳ୍ପ ସମାବେଶରେ ବିରୋଧୀ ତୁଷ୍ଟୀକରଣ ରାଜନୀତି କରୁଛନ୍ତି ।

 

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ସେ ଶବ୍ଦ ବ୍ୟବହାର କରନ୍ତିନି, ପୁଣି ଭିଡିଓରେ କେମିତି କହିଲେ: ସମୀର ମହାନ୍ତି

ମୋଦି କିନ୍ତୁ ‘ସବ୍ କା ସାଥ୍, ସବ୍ କା ବିକାଶ’ରେ ସମସ୍ତଙ୍କୁ ସନ୍ତୁଷ୍ଟ କରୁଛନ୍ତି ବୋଲି କହିଥିଲେ ନଡ୍ଡା । ଅପରପକ୍ଷେ ଆଜି ପୁଣି ଥରେ ଓଡ଼ିଶାରେ ମାରାଥନ୍ ପ୍ରଚାର କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ପ୍ରଥମେ ସମ୍ବଲପୁରରେ ପହଞ୍ଚି ମା’ ସମଲେଇଙ୍କୁ ଦର୍ଶନ କରିଥିଲେ । ପରେ କଚେରୀ ଛକ ଯାଇ ବିଶିଷ୍ଟ ଅହମିୟା କବି ଲକ୍ଷ୍ମୀନାଥ ବେଜବରୁହାଙ୍କ ସାଧନା ପୀଠ ପରିଦର୍ଶନ କରିଥିଲେ ।

ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଠାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ୟାପଚର୍ କରି ରଖାଯାଇଥିବା ଅଭିଯୋଗ ଆଣିଥିଲେ । ଗଣମାଧ୍ୟମରେ ମନ୍ତବ୍ୟ ରଖି ବିଶ୍ୱଶର୍ମା କହିଥିଲେ, ଏଠି ମୁଖ୍ୟମନ୍ତ୍ରୀ କିପରି ଅଛନ୍ତି କେହି ଜାଣି ପାରୁନାହାନ୍ତି । ହାଇକୋର୍ଟ ଜଜ୍ କିମ୍ବା ବରିଷ୍ଠ ନାଗରିକ ଯାଇ ଏକାକୀ କଥା ହେଲେ ସ୍ପଷ୍ଟ ହୋଇଯିବ । ତେବେ ଏନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now