• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 09 July 2021

  • Sarbeswar
  • 3 years ago

ପୁଅକୁ ବଂଚାଇବା ଲାଗି ନିଜ ଜୀବନ ଦେଇଦେଲା ମାଆ

ପୁଅ ପାଇଁ ବଳିଦାନ ପରେ ଚିର ନିଦ୍ରାରେ ଶୋଇଛି ମାଆ। ସେ ଏମିତି ଅଫେରା ରାଇଜକୁ ଯାଇଛି ଯେ, ଆଉ ଫେରିବନି। ଆଉ ଏପଟେ ଏତେ କଅଁଳ ବୟସରୁ ସେ ଘଟଣା କଣ ସିନା ବୁଝିନି, ହେଲେ ମାଆକୁ ଖୋଜି ପାଇବାକୁ ଯେମିତି ଘୁରି ବୁଲୁଛି ତା କୁନି କୁନି ଆଖି। ବୟସ ମାତ୍ର ଦେଢ଼ ବର୍ଷ More
  • Sarbeswar
  • 3 years ago

ପାଖେଇ ଆସୁଛି ଘୋଷଯାତ୍ରା: ଆଜି ନବଯୌବନ ଦର୍ଶନ

ଛଳଛଳ ଭକ୍ତର ଆଖି, ଯୋଡ଼ ହସ୍ତ ନବଯୌବନ ରୂପରେ କାଳିଆକୁ ଟିକେ ଦର୍ଶନର ଅସୁମାରି ଆବେଗ। ହେଲେ ଦୁଆର ବନ୍ଦ, ସିଂହଦ୍ୱାର ଗୁମୁଟରେ ବିରାଜିତ ପତିତପାବନଙ୍କ ସାନିଧ୍ୟରେ ସୀମିତ ଭକ୍ତ ସାମାନ୍ୟ ସାନ୍ତ୍ୱନା ସିନା ମିଳୁଛି ହେଲେ ତୃପ୍ତ ହେଉନି ମନ। ଆଜି ନେତ୍ରୋତ୍ସବ, ଅନବସର ସରିବା ପରେ ଦେଉଳ ଭିତରେ ନବଯୌବନ ରୂପରେ ଝଟକୁଛନ୍ତି ଜଗା, ବଳିଆଙ୍କ ସହ ଚତୁର୍ଦ୍ଧା ମୂରତି More
  • Sarbeswar
  • 3 years ago

ପିଏମ ଆବାସକୁ ନେଇ ବିଜେଡ଼ି-ବିଜେପି ମୁହାଁମୁହିଁ, ପୋଲିସ ମୁତୟନ

ଧାରଣା,ବିକ୍ଷୋଭ,ନାରାବାଜି। ବହୁ ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଂଘାତିକ ଦୁର୍ନୀତି ବିରୋଧରେ ବିଜେପିର ଗର୍ଜନ କରିଛି। ଗ୍ରାଉଣ୍ଡ ଜିରୋରେ ହଙ୍ଗାମା ମଚାଇଛି ଦଳ। ୩ ଦିନିଆ ଆନ୍ଦୋଳନକ୍ରମରେ ଆଜି ରାଜ୍ୟର ସବୁ ବ୍ଲକ ଅଫିସ ଆଗରେ ଦୁର୍ନୀତି ଓ ଅନିୟମିତତା ବିରୋଧରେ ଗର୍ଜିଛି ବିଜେପି। ତାସହ ଚେତାଇ ଦେଇଛି ରାଜ୍ୟ ସରକାରଙ୍କୁ ମଧ୍ୟ। ଆଉ ବଡ଼ମ୍ବା ନରସିଂପୁରର ବ୍ଲକ୍‌ ଘେରାଉ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି-ବିଜେଡି More
  • Sarbeswar
  • 3 years ago

ଲକଡାଉନ୍‌ ଓ ସପ୍ତାହନ୍ତ ସଟଡାଉନ୍‌ ପରେ ବି କାହିଁକି କମୁନାହିଁ ସଂକ୍ରମଣ?

ସାମୟିକ ଆଶ୍ୱସ୍ତୀ ପରେ କରୋନା ସଂକ୍ରମଣକୁ ନେଇ ପୁଣି ଚିନ୍ତା ବଢିଛି। ଜୁନ୍ ମାସ ଶେଷ ଆଡ଼କୁ ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ପରିଲକ୍ଷିତ ହୋଇଥିଲେ ମାତ୍ର ଜୁଲାଇ ଆରମ୍ଭରେ ହଠାତ୍ ବଦଳିଯାଇଛି ଟ୍ରେଣ୍ଡ୍। ଉପକୂଳର ୫ ଜିଲ୍ଲା ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ବାଲେଶ୍ୱରରେ ପୁଣି ବଢିବାରେ ଲାଗିଛି ମହାମାରୀର କୋପ More
  • Sarbeswar
  • 3 years ago

IPS ସ୍ତରରେ ଅଦଳବଦଳ

IPS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।ଅଖିଳେଶ୍ୱର ସିଂହଙ୍କୁ ଜଗତସିଂହପୁର ଏସପି ଭାବେ ନିଯୁକ୍ତ କରାଯାଇଥିବାବେଳେ ନବରଙ୍ଗପୁର ଏସପି ହୋଇଛନ୍ତି ପି.ଏସ୍. ପରଶୋତ୍ତମ ଦାସ। ସେହିପରି ରାହୁଲ ଜୈନ୍ ହୋଇଛନ୍ତି ବରଗଡ଼ ଜିଲ୍ଲାର ନୂଆ ଏସପି More
  • Sarbeswar
  • 3 years ago

ବର୍ଷା ନାହିଁ, ଜମି ଫାଟି ଆଁ କଲାଣି: ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

ଆଷାଢ ସରିବାକୁ ବସିଲାଣି, ଆଗକୁ ଶ୍ରାବଣ ହେଲେ ଚାଷ ଜମି ଫାଟି ଆଁ କଲାଣି, ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷ ଜମରେ। ଜିଲ୍ଲାରେ ଜୁନ ମାସରେ ସ୍ୱାଭାବିକଠାରୁ ଆଧା ପରିମାଣରେ ବର୍ଷା ହୋଇଛି। ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ କୂଳ ହତାଶ। କୃଷି ବିଭାଗର ସୂଚନା ଅନୁଯାୟୀ ୧୯୮ ମିଲିମିଟର ବର୍ଷା ହେବା କଥା , ହେଲେ ହୋଇଛି ୧୦୨ ମିଲିମିଟର ବର୍ଷା More
  • Sarbeswar
  • 3 years ago

ଶିଶୁକୁ ନିର୍ଯାତନା ଅଭିଯୋଗରେ ୨ ଗିରଫ

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ୭ବର୍ଷର ଶିଶୁକୁ ନିର୍ଯାତନା ଘଟଣାରେ ୨ ଗିରଫ ହୋଇଛନ୍ତି। ପିଲାର ବାପା ବିଲାଲ ଖାଁ ଓ ସାବତ ମାଆକୁ ବାଲିପାଟଣା ପୋଲିସ ଥାନା ଗିରଫ କରିଛି। ଦୁହିଁଙ୍କ ବିରୋଧରେ ୩୦୭ ଭଳି ସଂଗୀନ ଦଫା ଲଗା ଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି More
  • Sarbeswar
  • 3 years ago

ଫ୍ୟାମିଲି କୋର୍ଟରେ ହାଜର ହେଲେ ଅନୁଭବ ଓ ବର୍ଷା

ପୁଣି ଫ୍ୟାମିଲି କୋର୍ଟରେ ଅନୁଭବ ଓ ବର୍ଷା ହାଜର ହୋଇଛନ୍ତି। କଟକ ଫ୍ୟାମିଲି କୋର୍ଟରେ ଆଜି ହାଜର ହୋଇଥିଲେ ସାଂସଦ ଅନୁଭବ ମହାନ୍ତି, ତାଙ୍କ ସହ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ହାଜର ହୋଇଥିଲେ। କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଥିଲେ। More
  • Minati Mishra
  • 3 years ago

ମହାପ୍ରଭୁଙ୍କ ସୁନା ବେଶରେ ସବୁ ସୁନା, ହେଲେ ଗୋଟିଏ ରୂପା

ରଥଉପରେ ତିନି ଠାକୁରଙ୍କ ସୁନବେଶ ଭାରି ସୁନ୍ଦର, ଆକର୍ଷଣୀୟ । ମହଣ ମହଣ ସୁନାରେ ବିମଣ୍ଡିତ ହୋଇ ଠାକୁର ଦିଶିବେ ରାଜା ପରି। ଭକ୍ତ କହିବେ ସେ ପରା ଆମ କାଳିଆ ରାଜା.. More
  • Minati Mishra
  • 3 years ago

ଟୋକିଓରେ ଅଲମ୍ପିକ୍ସରେ ଦର୍ଶକଙ୍କୁ ବାରଣ

ଟୋକିଓରେ ହେବାକୁ ଥିବା ଅଲମ୍ପିକ୍ସରେ ଦର୍ଶକଙ୍କୁ ବାରଣ। କାରୋନା ମହାମାରୀ ପାଇଁ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଥିବାରୁ ଅଲମ୍ପିକ୍ସ ସ୍ଥାନକୁ ଦର୍ଶକଙ୍କୁ ବାରଣ କରାଯିବ ବୋଲି କହିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ। ଅଲମ୍ପିକ୍ସ କମିଟି, ଅନ୍ତର୍ଜାତୀୟ ପାରା ଅଲିମ୍ପିକ୍ସ କମିଟି, ଟୋକିଓ ନଗରପାଳିକା, ଅଲମ୍ପିକ ଆୟୋଜନ କମିଟି ସହ ଜାପାନ ସରକାରଙ୍କ ପରବର୍ତ୍ତୀ ବୈଠକ ବସିବା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି। ଆସନ୍ତା ୨୩ ତାରିଖରୁ ଅଲିମ୍ପିକ୍ସ ଆରମ୍ଭ ହେଉଥିବା ବେଳେ ଏହା ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ।

  • Rajalaxmi Sahoo
  • 3 years ago

୧୫ରେ ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ

ଆସନ୍ତା ୧୫ ତାରିଖରେ ବାମଦଳ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିବ, ହେଲେ ଦଳ ରାସ୍ତାକୁ ଓହ୍ଲାଇବ ନାହିଁ କି ପିକେଟିଂ କରିବ ନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।  More

  • Rajalaxmi Sahoo
  • 3 years ago

ପୁଅକୁ ବଞ୍ଚାଇବାକୁ ଯାଇ ଗଲା ମା’ର ଜୀବନ

ଛୁଆ ଉପରକୁ ବିପଦ ଆସିଲେ ବାପାମା’ ପାଚେରି ଭଳି ଛିଡ଼ା ହୋଇଥାନ୍ତି। ଛୁଆକୁ ମୃତ୍ୟୁ ମୁଖରୁ ବଞ୍ଚାଇବାକୁ ଯାଇ ଜଣେ ମା’ର ଜୀବନ ଚାଲି ଯାଇଛି। More

  • Rajalaxmi Sahoo
  • 3 years ago

କେବେ ପ୍ରକାଶ ପାଇବ +୨ ରେଜଲ୍ଟ ?

ଜୁଲାଇ ୩୧ ଭିତରେ ପ୍ରକାଶ ପାଇପାରେ +୨ ରେଜଲ୍ଟ। ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ଚେଷ୍ଟା କରୁଛୁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।  More

  • Minati Mishra
  • 3 years ago

ଆଜି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ମହାପ୍ରଭୁଙ୍କର ଏହି ଅନନ୍ୟ ବେଶ ଦର୍ଶନ କରି ଭକ୍ତ କୋଟି ପୁଣ୍ୟ ପାଇଥାଏ ବୋଲି ବିଶ୍ୱାସ ରହିଛ। ହେଲେ କରୋନା କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ବନ୍ଦ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ। More

  • Rajalaxmi Sahoo
  • 3 years ago

ଅନ୍ଧବିଶ୍ୱାସର କୁପରିଣତି: ଚେଙ୍କ ନେଲା ଯୁବକଙ୍କ ଜୀବନ !

ବିଜ୍ଞାନ ଯୁଗରେ ବି ଲୋକମାନେ ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ବଞ୍ଚିବା ପାଇଁ କେଉଁଠି ଝଡ଼ାଫୁଙ୍ଖା କରୁଛନ୍ତି ତ ଆଉ କେଉଁଠି ଚେଙ୍କ ଚିକିତ୍ସା କରୁଥିବା ଘଟଣା ସାମ୍ନାକୁ ଆସୁଛି। More

  • Minati Mishra
  • 3 years ago

ଗୋପୀନାଥ ମହାନ୍ତିଙ୍କ ସରକାରୀ ବାସଭବନକୁ କରାଯିବ ମେମୋରିଆଲ ହାଉସ

କୋରାପୁଟ: କୋରାପୁଟ ସହରରେ ରହୁଥିବା ସାହିତ୍ୟିକ ସ୍ୱର୍ଗତ ଗୋପୀନାଥ ମହାନ୍ତିଙ୍କ ସରକାରୀ ବାସଭବନକୁ କରାଯିବ ମେମୋରିଆଲ ହାଉସ।  ପୁରୁଣା ଘରକୁ ସଂଗ୍ରହାଳୟରେ ରୂପାନ୍ତର ପାଇଁ ସଂସ୍କୃତି ବିଭାଗକୁ ଏକ ପ୍ରସ୍ତାବ ପଠାଇଛି ଜିଲା ପ୍ରଶାସନ ।  କଟକଠାରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ମହାନ୍ତି କୋରାପୁଟରେ ଚାକିରି କରିବା ସମୟରେ ଏହି ଜିଲ୍ଲାରେ ରହୁଥିବା ପରଜା ଏବଂ  ଆଦିବାସୀଙ୍କୁ  ଆଧାର କରି ଦାଦା ବୁଢା, ପରଜା ଏବଂ ଅମୃତର ସନ୍ତାନ ଭଳି ଉପନ୍ୟାସ ଲେଖିଥିଲେ । 

୧୯୪୦ ମସିହାରେ କୋରାପୁଟ ଜିଲ୍ଲାରେ ଓଡିଶା ପ୍ରଶାସନିକ ଅଧିକାରୀ ଭାବେ ଗୋପୀନାଥ ମହାନ୍ତି ଏହି ସରକାରୀ କ୍ୱାର୍ଟରରେ ରହୁଥିଲେ । ଏହି ଘର ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ଏହାକୁ ସ୍ମାରକୀ କରାଯିବ ବୋଲି ଶୁଣିବା ପରେ ଗବେଷକ, ସାହିତ୍ୟକଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି ।

  • Minati Mishra
  • 3 years ago

ଭୁବନେଶ୍ୱରକୁ ଅଳିଆ ମୁକ୍ତ ସହର କରିବ ବିଏମସି

ଭୁବନେଶ୍ୱର: ଭୁବନେଶ୍ୱରକୁ ଅଳିଆ ମୁକ୍ତ ସହରରେ ପରିଣତ ପାଇଁ ବିଏମସି ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ।  ଘରକୁ ଘର ବୁଲି ଉଭୟ ଓଦା ଓ ଶୁଖିଲା ଅଳିଆ ସଂଗ୍ରହ କରାଯାଇ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ଜରିଆରେ ପୃଥକୀକରଣ ଓ ପ୍ରକ୍ରୀୟା କରଣ କରାଯାଇ ସେଥିରୁ ଖତ ପ୍ରସ୍ତୁତ କରାଯାଉଛି॥ ଏନେଇ ଲୋକଙ୍କୁ ସଚେତନ କରାଯାଇଥିବା ବେଳା ବିଏମସି ଅଞ୍ଚଳରେ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ବା ଏମସିସି ସ୍ଥାପନ କରାଯାଉଛି।  ଏକାମ୍ର ବିଧାନସଭା ମଣ୍ଡଳୀର ୩ଟି ୱାର୍ଡ ପାଇଁ ସୁନ୍ଦରପଦା ଛକରେ ଗୋଟିଏ ଏମସିସିକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଛନ୍ତି।

  • Minati Mishra
  • 3 years ago

ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଗିର‍ଫ

କେନ୍ଦ୍ରାପଡା: ଲୋକଙ୍କ ନାଁରେ ଋଣ କରି ଅଗ୍ରୀମ ଚେକ୍‌ରୁ ଲକ୍ଷାଧିକ ଟଙ୍କା ଉଠାଇ ହଡପ କରିଥିବା ଅଭିଯୋଗରେ ଏକ ଘରୋଇ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ମନମୋହନ ମହାନ୍ତି ଗିରଫ ହୋଇଛନ୍ତି। କେନ୍ଦ୍ରାପଡା ଟାଉନ ଥାନା ଶାନ୍ତସାହିର ଜଗନ୍ନାଥ ଟ୍ରେଡର୍ସର ଅଭିଯୋଗ କ୍ରମେ ତାଙ୍କ ଅଗ୍ରୀମ ଚେକ୍‌ରୁ  ୧୩ ଲକ୍ଷ ଟଙ୍କା ହଡପ କରି ଫେରାର ଥିଲେ ମନମୋହନ। ଟାଉନ ଥାନା ପୋଲିସ ଅଭିଯୋଗକୁ ଭିତ୍ତି କରି ତାଙ୍କୁ ଭୁବନେଶ୍ୱରରୁ ଗିରଫ କରି କୋର୍ଟଚାଲଣ କରିଛି। ଅନେକ ଗ୍ରାହକଙ୍କ ଠାରୁ ଏଭଳି କୌଶଳ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ବୋଲି ଟାଉନ ଥାନା ପୋଲିସ ସୂଚନା ଦେଇଛନ୍ତି।

  • Minati Mishra
  • 3 years ago

କୋଟିଆ ପରେ ଏବେ ରାଲେଗଡ଼, ସୁଙ୍କୀ ଉପରେ ଆନ୍ଧ୍ରର ନଜର

କୋରାପୁଟ: କୋରାପୁଟ କୋଟିଆ ପରେ ଏବେ ରାଲେଗଡ଼, ସୁଙ୍କୀ ଉପରେ ଆନ୍ଧ୍ରର ନଜର।  ରାଲେଗଡ଼ ଓ ସୁଙ୍କୀ ପଞ୍ଚାୟତର ୧୨ ଖଣ୍ଡ ଗାଁର ଲୋକଙ୍କୁ ଆନ୍ଧ୍ର  ପ୍ରଲୋଭନ ଦେଖାଉଥିବା ଅଭିଯୋଗ ଆସିଛି।  ୧୨ଟିି ଗାଁର ପ୍ରାୟ ୩ ଶହ ଲୋକଙ୍କୁ  ନେଇ କୋନବାଲଚାରେ ଆନ୍ଧ୍ର ପକ୍ଷରୁ ବୈଠକ କରାଯାଇଥିବା ସୂଚନା ମିଳିଛି । ତେଲଗୁରେ ଲେଖା ଜମି ପଟ୍ଟା ଦେଖାଇବା ସହ ଲୋକଙ୍କୁ କମ୍ବଳ ବଣ୍ଟାଯାଇଥିବା ନେଇ ମଧ୍ୟ ସୂଚନା ରହିଛି । ସାଲୁର ବିଧାୟକ ରାଜାନା ଦୋରା ପ୍ରଲୋଭନ ଦେଖାଇଥିବା ଅଭିଯୋଗ ହୋଇଛି। ବୈଠକରେ ସାଲୁର ବିଧାୟକଙ୍କ ସହ ଆନ୍ଧ୍ରର ପ୍ରାଶାସନିକ ଅଧିକାରୀ ବି ଥିଲ॥

  • Rajalaxmi Sahoo
  • 3 years ago

କଟକ ଚୌଦ୍ୱାରରେ ଇମ୍ଫା ପକ୍ଷରୁ ଟିକାକରଣ ଶିବିର

କଟକ ଚୌଦ୍ୱାରରେ ଇମ୍ଫା ପକ୍ଷରୁ ଟିକାକରଣ ଶିବିର ଆୟୋଜନ କରାଯାଇଛି। ଇମ୍ଫା ଚୌଦ୍ୱାର ତ୍ରିନାଥ ପଲ୍ଲୀରେ ବାସ କରୁଥିବା ଦୂରାରୋଗୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକାକରଣ କରାଯାଇଛି। ସ୍ଥାନୀୟ ଇମ୍ଫା କାରଖାନାର ଡିଜିଏମ୍ ଜି. ଶାରଦା ପ୍ରସାଦ ରାଓ ଉପସ୍ଥିତ ରହି ଟିକାକରଣର ତଦାରଖ କରିଥିଲେ। ଶିବିରରେ ମୋଟ ୧୨୦ ଜଣଙ୍କୁ ଟିକା ଦିଆଯାଇଛି। ଏଥିଲାଗି ସ୍ଥାନୀୟ ବାସିନ୍ଦାମାନେ ଇମ୍ଫାକୁ ଧନ୍ୟବାଦ ଜଣାଇଛନ୍ତି। ଗତ କିଛିଦିନ ଭିତରେ ଇମ୍ଫା ପକ୍ଷରୁ ୪ ହଜାରରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିବା ଇମ୍ଫା କାରଖାନାର ଡିଜିଏମ୍ ଜି. ଶାରଦା ପ୍ରସାଦ ରାଓ କହିଛନ୍ତି ।

  • Rajalaxmi Sahoo
  • 3 years ago

୧୧ରେ ଛଡ଼ାଯିବ ହୀରାକୁଦ ଜଳ ଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ହୀରାକୁଦ ଜଳ ଭଣ୍ଡାରରୁ ଆସନ୍ତା ୧୧ ତାରିଖ ଦିନ ଜଳ ନିଷ୍କାସନ କରାଯିବ। ସକାଳ ୧୧ଟା ବେଳେ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି। ସେହିଦିନ ଜଳଭଣ୍ଡାରର ଜଳ ପତ୍ତନ ଓ ଉପର ମୁଣ୍ଡରେ ବର୍ଷାର ସ୍ଥିତିକୁ ଦେଖି କେତୋଟି ଗେଟ୍ ଖୋଲାଯିବ ସେନେଇ ନିଷ୍ପତ୍ତି ନିଆଯିବ। ତେବେ ଗେଟ୍ ଖୋଲାଯିବା ନେଇ ତଳ ମୁଣ୍ଡରେ ଥିବା ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଜଣାଇ ଦିଆଯାଇଛି। ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣା କ୍ଷମତା ୬୩୦ ଫୁଟ୍ ଥିବାବେଳେ ଆଜି ସକାଳ ସୁଦ୍ଧା ଜଳ ପତ୍ତନ ୬୦୭.୮୭ ଫୁଟ୍ ରହିଛି।  

  • Rajalaxmi Sahoo
  • 3 years ago

ପୋଲିସ୍‌ ହାତରେ ଧରାପଡ଼ିଲେ ନିଶା ବେପାରୀ

ରାଉରକେଲା ପ୍ଳାଣ୍ଟ ସାଇଟ୍ ପୋଲିସ୍‌ ହାତରେ ଧରାପଡ଼ିଲେ ନିଶା କାରବାର କରୁଥିବା ୩ ବେପାରୀ। ସେମାନଙ୍କ ନିକଟରୁ ପ୍ରାୟ ୧ ଲକ୍ଷ ଟଙ୍କା ମୂଲ୍ୟର ୧୯ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ୩ ଜଣ ଯାକ ପ୍ଲାଣ୍ଟ ସାଇଟ୍ ଥାନା ଅଞ୍ଚଳ ଗାନ୍ଧି ରୋଡ଼ରେ ବ୍ରାଉନସୁଗର ବେପାର କରୁଥିବାବେଳେ ପୋଲିସ ସେମାନଙ୍କୁ ଧରିଥିଲା। ସେହିପରି ବେଆଇନ୍ ଭାବେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ପାଓ୍ୱାର ହାଉସ୍ ରୋଡରୁ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ୧୭ କିଲୋ ଗଞ୍ଜେଇ ଜବତ ହୋଇଛି। ଏମାନଙ୍କ ନାଁରେ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି। 

  • Rajalaxmi Sahoo
  • 3 years ago

ବାରିପଦା ରେଡକ୍ରସ ରକ୍ତ ଭଣ୍ଡାରରେ ଅଗ୍ନିକାଣ୍ଡ

ବାରିପଦା ରେଡକ୍ରସ ରକ୍ତ ଭଣ୍ଡାରରେ ଅଗ୍ନିକାଣ୍ଡ। ଆଜି ସକାଳୁ ଟେକ୍ନିକାଲ ରୁମ୍‌ରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ କମ୍ପ୍ୟୁଟର ଓ ଅନ୍ୟ ଆସବାବପତ୍ର ଜଳି ଯାଇଛି। ଖବର ପାଇ ୩ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ। 

  • Rajalaxmi Sahoo
  • 3 years ago

କାଲି ସଟ୍‌ଡାଉନ୍‌ ହେବନି ପୁରୀ

ଆସନ୍ତାକାଲି ଅର୍ଥାତ୍‌ ଶନିବାର ଦିନ ପୁରୀ ସହର ପାଇଁ ସଟ୍‌ଡାଉନ୍‌ ନିୟମ ଲାଗୁ ହେବନି। ଏଭଳି ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। More

  • Minati Mishra
  • 3 years ago

ଚିନ୍ତା ବଢାଇଲା କରୋନା ମୃତ୍ୟୁ; ପୁଣି ଆଖି ବୁଜିଲେ ୬୧

ରାଜ୍ୟରେ ଚିନ୍ତା ବଢାଇଛି କରୋନା ମୃତ୍ୟୁ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ମୃତ୍ୟୁ ସଂଖ୍ୟା ପ୍ରତିଦିନ ବଢି ବଢି ଚାଲିଛି। ଆଜି କରୋନା ଜନିତ ମୃତ୍ୟୁ ସଂଖ୍ୟା ରେକର୍ଡ ଭାଙ୍ଗିଛି। More

  • Rajalaxmi Sahoo
  • 3 years ago

ପୁଣି ଥାନାକୁ ଗଲା ଅନୁଭବ-ବର୍ଷା କଳି

ପୁଣି ଥାନାକୁ ଗଲା ଅନୁଭବ-ବର୍ଷା କଳି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣିଥରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଅନୁଭବ ମଧ୍ୟ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି।  More

  • Sarbeswar
  • 3 years ago

ଅଶ୍ୱିନୀଙ୍କୁ ରେଳ ବିଭାଗ ଦାୟିତ୍ୱ ମିଳିବା ପରେ ସାରା ଦେଶର ଜୋରଦାର ଚାଲିଛି ଚର୍ଚ୍ଚା, ହେଲେ କାହିଁକି?

ସେହିପରି ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ସେ ପିଏମ୍ଓରେ ଉପସଚିବ ଏବଂ ପରେ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ରହି ବିଜେପି ଟପ୍ ବ୍ରିଗେଡଙ୍କ ଦୃଷ୍ଟିକୁ ଆସିଥିଲେ। ପ୍ରଶାସନିକ ସେବାରୁ ଅବ୍ୟାବହତି ପରେ ସେ ଜି.ଇ. ଟ୍ରାନ୍ପୋର୍ଟସେନରେ ଏମଡ଼ି ଓ ସିମେନ୍ସର ଭାଇସ୍ ପ୍ରେସିଡେଣ୍ଟ ଭାରେ କାର୍ଯ୍ୟ କରିଥିଲେ। ୨୦୧୨ରେ ଗୁଜରାଟରେ ୨ଟି ଯାନବାହାନ ଯନ୍ତ୍ରାଂଶ ଉତ୍ପାଦନ କଂପାନୀ ଖୋଲିଥିଲେ More

  • Satyendu Shekher Mishra
  • 3 years ago

ରସିକିଆ ବିଲ୍‌ଡରଙ୍କ ରୋଚକ ପ୍ରେମ କାହାଣୀ, ଯୌତୁକରେ ଆଣୁଛନ୍ତି ମର୍ସିଡିଜ୍ ! ତା’ପରେ..

ରାଜଧାନୀର ଜଣେ ରସିକିଆ ବିଲ୍‌ଡରଙ୍କ ରୋଚକ କାହାଣୀ । ଯାହାଙ୍କ ପାଇଁ ବିବାହ ଏକ ବେପାର । ସୁଖ ସଂସାରର ସ୍ୱପ୍ନ ଦେଖୁଥିବା ଯୁବତୀଙ୍କୁ ବିବାହ ବନ୍ଧନରେ ଛନ୍ଦୁଥିଲେ ଜାଣିଶୁଣି । More

  • Satyendu Shekher Mishra
  • 3 years ago

ଓଡ଼ିଶାରେ ବି ତଳ-ଉପର ଦୋଳି ଖେଳୁଛି ସଂକ୍ରମଣ, ମୃତ୍ୟୂ ସଂଖ୍ୟା ବି ନିୟନ୍ତ୍ରଣ ବାହାରେ

କରୋନାର ଦ୍ୱିତୀୟ ଲହରର କୋପ ନ ଯାଉଣୁ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବଢ଼ିଲାଣି ଚିନ୍ତା । ତେଣୁ ସ୍ଥିତିର ମୁକାବିଲା ଲାଗି ଆଗୁଆ ପଦକ୍ଷେପ ସ୍ୱରୂପ ଟିକାକରଣ, ତିନି ମାସିଆ ସର୍ଭେଲାନ୍ସ ଓ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଏବେ ରାଜ୍ୟ ସରକାରଙ୍କ ଜୋର୍ । More

  • Sarbeswar
  • 3 years ago

ପଖାଳ ଖାଇଲେ କରୋନା ଭାଇରସ୍‌ରୁ ମିଳିବ ନିସ୍ତାର?

କରୋନା କାଳରେ ଚାରିଆଡ଼େ ଖୋଜା ପଡ଼ିଛି ଇମ୍ୟୁନିଟି, ହେଲେ ଦେଖିଲା ବେଳକୁ ଆମରି ରୋଷେଇ ଘରେ ଥିବା ବାସି ପଖାଳରେ ଇମ୍ୟୁନିଟିର ପୂରା ଗନ୍ତାଘର। ହଁ... ଗାଲୁଗପ ନୁହେଁ, ଇଏ ଗବେଷଣାର କଥା ଜଣାପଡ଼ିଛି, ବାସି ପଖାଳ ଓ ତୋରାଣିରେ ଶରୀରକୁ ଏତେ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ଯୋଗାଏ ଯେ, ଏହା କରୋନାରୁ ବର୍ତ୍ତିବାକୁ ବି ସାହାଯ୍ୟ କରିପାରେ More

  • Sarbeswar
  • 3 years ago

ଦାୟିତ୍ୱ ମିଳିଲା: କିଏ କେତେ କାମ କରୁଛି ତାହା ଦେଖିବେ ଦେଶବାସୀ...

ଶିଳ୍ପ ବିକାଶକୁ ତ୍ୱରାନ୍ୱିତ ଲାଗି ଏହି କ୍ଷେତ୍ରର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାକୁ ସଂକଟମୁକ୍ତ କରିବା ପାଇଁ ରାଣେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବା କଥା। ତେଣେ ନିଜ ବାପା ମାଧବରାଓ ସିନ୍ଧିଆଙ୍କ ଭଳି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ More