Advertisment

ପୁଣି ଥାନାକୁ ଗଲା ଅନୁଭବ-ବର୍ଷା କଳି

ପୁଣି ଥାନାକୁ ଗଲା ଅନୁଭବ-ବର୍ଷା କଳି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣିଥରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଅନୁଭବ ମଧ୍ୟ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ପୁଣି ଥାନାକୁ ଗଲା ଅନୁଭବ-ବର୍ଷା କଳି

Anubhav- Varsha

କଟକ: ପୁଣି ଥାନାକୁ ଗଲା ଅନୁଭବ-ବର୍ଷା କଳି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣିଥରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଅନୁଭବ ମଧ୍ୟ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସେ ରହୁଥିବା ଘର ଆଡ଼କୁ ମନ୍ଦ ଉଦ୍ଦେଶ୍ୟରେ ସିସିଟିଭି ଲଗାଯାଇଛି ବୋଲି ବର୍ଷା ଅଭିଯୋଗ କରିଥିବା ବେଳେ ଘରେ ଅଜଣା ଲୋକ ପଶୁଥିବା ନେଇ ଅନୁଭବ ଅଭିଯୋଗ କରିଛନ୍ତି। 

Advertisment

ଗତକାଲି  ସାଂସଦ ଅନୁଭବ ମହାନ୍ତି ପୁଣିଥରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଥିଲେ। ଘରେ ଅଜଣା ଲୋକ ପଶୁଥିବା ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେମାନଙ୍କୁ ସେ ଚିହ୍ନି ନଥିବା ମଧ୍ୟ ଅଭିଯୋଗପତ୍ରରେ ଉଲ୍ଲେଖ କରିଥିଲେ ଅନୁଭବ। ଅନୁଭବଙ୍କ ଏହି ଅଭିଯୋଗକୁ ପୋଲିସ୍‌ ଗୁରୁତ୍ୱର ସହ ନେଇଥିବା ଜଣାପଡ଼ିଛି। 

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ ପାରିବାରିକ ବିବାଦ ମାମଲାକୁ ନେଇ ଅନୁଭବ-ବର୍ଷା ମୁହାଁମୁହିଁ ହୋଇଥିଲେ। ଅନୁଭବ ଅଭିଯୋଗ କରିଥିଲେ ଯେ, ଦୁହିଙ୍କ ମଧ୍ୟରେ ଚାଲିଥିବା ମାମଲା ସରୁ ବୋଲି ବର୍ଷା ଚାହୁଁ ନାହାନ୍ତି ଏବଂ ଜାଣିଶୁଣି ଶୁଣାଣି ପ୍ରକ୍ରିୟାକୁ ବିଳମ୍ବ କରୁଛନ୍ତି। ଏଥିପାଇଁ ସେ ଶୁଣାଣି ବେଳେ କୋର୍ଟକୁ ଆସୁ ନାହାନ୍ତି। ତେବେ ଅନୁଭବଙ୍କ ଏଭଳି ଅଭିଯୋଗର ଜବାବ ରଖିଛନ୍ତି ବର୍ଷାଙ୍କ ଓକିଲ ଆରକେ ରଥ। ସେ କହିଛନ୍ତି, ବର୍ଷା ଆଗରୁ ସମସ୍ତ ଡେଟ୍‌ରେ କୋର୍ଟକୁ ଯାଇଛନ୍ତି। ହେଲେ ଅନୁଭବ ଆସୁନଥିଲେ। ଏଥିପାଇଁ ଏସଡିଜେଏମ୍ କୋର୍ଟରେ ବର୍ଷାଙ୍କ ଅପିଲ ପଡ଼ି ରହିଛି। ବର୍ଷା କୋର୍ଟଙ୍କୁ ସହଯୋଗ କରୁନଥିବା କଥା ଅନୁଭବ ଯେଉଁ ଅଭିଯୋଗ କରୁଛନ୍ତି, ତାହା ସମ୍ପୂର୍ଣ୍ଣ ମିଛ ଓ ମନଗଢ଼ା ବୋଲି ବର୍ଷାଙ୍କ ଓକିଲ କହିଥିଲେ।

MP Anubhav Mohanty Varsha Priyadarshini Anubhav- Varsha Marital Discord
Advertisment
Advertisment