/odishatv-khabar/media/post_attachments/uploadimage/library/16_9/16_9_0/BUS_Stand_1625754658.jpg)
BUS Stand
ଭୁବନେଶ୍ୱର: ରାଜ୍ୟ ବସ ମାଲିକ ସଙ୍ଘର ଏକଜ୍ୟୁଟିଭ ବଡି ବୈଠକରେ ନିଷ୍ପତ୍ତି l ସରକାରଙ୍କ ନିକଟରେ ରଖିବା ବଡ଼ ଦାବି । ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ଟିକସ ଛାଡ଼, ବସ ଗୁଡିକୁ ଚଳନ କ୍ଷମା କରିବା ପାଇଁ ପ୍ରତି ବସ ପିଛା ଏକ ଲକ୍ଷ ଟଙ୍କା ଲେଖାଏଁ ବର୍ଷକ ପାଇଁ ସୁଧ ବିହୀନ ରୁଣ ଯୋଗାଇ ଦେବା, ବସ ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ମାନଙ୍କୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ସହିତ ଏକ ମାସ ପାଇଁ ରାସନ ପ୍ରଦାନ ଓ IRDA ସହିତ ସରକାର ଆଲୋଚନା କରି ବୀମା ଅବଧି ବୃଦ୍ଧି ଦାବି କରିଛି ସଂଘ l
Advertisment
ଏହିସବୁ ଦାବି ପୂରଣ ନହେଲେ ରାଜ୍ୟରେ ବସ ଚଳାଇବା ଅସମ୍ଭବ l ଏବେ ୨୦ଟି ଜିଲ୍ଲାରେ ବସ ଚଳାଚଳ ପାଇଁ ଅନୁମତି ଥିଲେ ମଧ୍ୟ ସମ୍ପୂର୍ଣ ବସ ଚାଲିପାରୁନାହିଁ l ତେଣୁ ଦାବି ପୂରଣ ନ ହେଲେ, ବସ୍ ଗଡ଼ିବା ଅସମ୍ଭବ । ଯଦି ୧୬ ତାରିଖରୁ ଲକଡାଉନ ଖୋଲିଲେ ମଧ୍ୟ ରାଜ୍ୟରେ ଚାଲୁଥିବା ୧୪ ହଜାର ବସ ବନ୍ଦ ରହିବ l
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)