Advertisment

ଖୁଡ଼ିକୁ ଖଣ୍ଡା ଓ ଭୁଜାଲି ହାଣିଲା ପୁତୁରା

ପୁତୁରାର ଖଣ୍ଡା, ଭୁଜାଲି ଆକ୍ରମଣରେ ଖୁଡ଼ିର ମୃତ୍ୟୁ ହୋଇଥିବା ବେଳେ ଦାଦା ଓ ଦାଦା ପୁଅ ଭାଇ ଗୁରୁତର ଆହତ ହୋଇଛନ୍ତି। ଠିକାଦାରୀ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟିଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଖୁଡ଼ିକୁ ଖଣ୍ଡା ଓ ଭୁଜାଲି ହାଣିଲା ପୁତୁରା

clash over past enmity

ଆଠଗଡ଼: ପୁତୁରାର ଖଣ୍ଡା, ଭୁଜାଲି ଆକ୍ରମଣରେ ଖୁଡ଼ିର ମୃତ୍ୟୁ ହୋଇଥିବା ବେଳେ ଦାଦା ଓ ଦାଦା ପୁଅ ଭାଇ ଗୁରୁତର ଆହତ ହୋଇଛନ୍ତି। ଠିକାଦାରୀ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟିଥିବା ଜଣାପଡ଼ିଛି। କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ବିଭତ୍ସ କାଣ୍ଡ ଘଟିଛି। ମୃତକ ହେଲେ ହେଲେ ବିଲି ମହାଳିକ। ଗୁରୁତର ଦ୍ୱୟ ହେଲେ ବିଲିଙ୍କ ସ୍ୱାମୀ ଶିବ ମହାଳିକ ଓ ପୁଅ ଆଲୋକ ମହାଳିକ। 

Advertisment

ମିଳିଥିବା ସୂଚନା ଅନୁସାରେ, କାଠଖୁଣ୍ଟ ଗାଁରେ ଆଲୋକ ମହାଳିକ ଓ ବାଦଲ ମହାଳିକଙ୍କ ପରିବାର ରୁହନ୍ତି। ଉଭୟ ସମ୍ପର୍କରେ ଦାଦା ପୁଅ ଓ ବଡ଼ବାପା ପୁଅ ଭାଇ।  ଠିକାଦାରୀ କାମକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଲାଗି ରହିଥିଲା।  ଗାଁକୁ ଆସୁଥିବା ସରକାରୀ କାମ ପ୍ରାୟତଃ ଆଲୋକ ପାଉଥିବା ବେଳେ ଏହାକୁ ନେଇ ଇର୍ଷାନ୍ୱିତ ହୋଇ ପଡ଼ିଥିଲେ ବାଦଲ। 

ବାଦଲ ଏକ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ କାମ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ଏହି ସମୟରେ ଆଲୋକ ନିଜ ଘର ବାହାରେ ଛିଡ଼ା ହୋଇଥିବା ବେଳେ ବାଦଲ ତାଙ୍କୁ ଗାଳିଗୁଲଜ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଗଲା। ହଠାତ୍‌ ବାଦଲ ଓ ତାଙ୍କ ପରିବାର ଲୋକ ଘରୁ ଖଣ୍ଡା, ଭୁଜାଲି ଆଣି ଆଲୋକଙ୍କୁ ଆକ୍ରମଣ କରିଥିଲେ। ପୁଅର ଚିତ୍କାର ଶୁଣି ଆଲୋକଙ୍କ ବାପା,ମା’ ଘରୁ ବାହାରକୁ ଆସିଥିଲେ। ଏହାପରେ ଉଭୟ ପରିବାର ମଧ୍ୟରେ ଆକ୍ରମଣ ଆରମ୍ଭ ହୋଇଥିଲା।

Advertisment

ବାଦଲଙ୍କ ପରିବାର ଲୋକଙ୍କ ଆକ୍ରମଣରେ ଘଟଣାସ୍ଥଳରେ ଆଲୋକଙ୍କ ମା’ ବିଲିଙ୍କ ମୃତ୍ୟୁ ହୋଇଥିବା ବେଳେ ଆଲୋକ ଓ ତାଙ୍କ ବାପା ଗୁରୁତର ହୋଇ ପଡ଼ିଛନ୍ତି।  ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଆଠଗଡ଼ ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବାଦଲଙ୍କ ପରିବାର ଗାଁରୁ ଫେରାର ହୋଇ ଯାଇଛନ୍ତି। ଅନ୍ୟପକ୍ଷେ, ଘଟଣାକୁ ନେଇ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି।

Crimes In Odisha Athagarh
Advertisment
Advertisment