• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ପେଟପାଟଣା ପାଇଁ ରାଜଧାନୀରେ ବିକ୍ଷୋଭ । ଟେଣ୍ଟ, କ୍ୟାଟରିଂ, ଫୁଲ, ଲାଇଟ୍ ଆଣ୍ଡ ସାଉଣ୍ଡ ଆସୋସିଏସନଅର ସଦସ୍ୟ ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ କରିଛନ୍ତି । ବିବାହ, ବ୍ରତଘର ଭଳି ସାମାଜିକ କାର୍ଯ୍ୟକ୍ରମରେ କଟକଣା କୋହଳ କରିବା ପାଇଁ ଦାବି କରିଛନ୍ତି । ଜୀବିକା ଦିଅ ନହେଲେ ଜିନିଷ କିଣି ନିଅ ବୋଲି କହି ନାରାବାଜି କରିଛନ୍ତି । କରୋନାରେ ସେମାନଙ୍କ ଜୀବିକା ପ୍ରଭାବିତ ହୋଇଥିବାରୁ ବିଭିନ୍ନ ଦାବି ନେଇ ଧାରଣା ଦେଇଛନ୍ତି । ଅଗଷ୍ଟ ଗାଇଡ୍ଲାଇନରେ ସରକାର କଟକଣା କୋହଳ କରି ଜିମ୍ ଖୋଲିବା ଏବଂ ଯାତ୍ରା ପାଇଁ ଅନୁମତି ଦେଇଥିଲେ ମଧ୍ୟ କଟକଣା ଆହୁରି କୋହଳ କରିବାକୁ ଦାବି ହୋଇଛି ।

ସେହିପରି କେନ୍ଦୁଝରରେ ମଧ୍ୟ ଜିମ୍ ମାଲିକ, ଟେଣ୍ଟ ହାଉସ ଏବଂ ଲାଇଟ ଆଣ୍ଡ ସାଉଣ୍ଡ ସଂଘର ସଦସ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିବାହ, ବ୍ରତ ଏବଂ ଶୁଦ୍ଧିକ୍ରିୟା କାଯର୍ୟରେ ୩ଶହ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦେବାକୁ ସଂଘ ଦାବି କରିଛି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ବାପିପଦାରେ ମଧ୍ୟ ଟେଣ୍ଟ ହାଉସ୍ ମାଲିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଟେଣ୍ଟ କାମରେ ନିୟୋଜିତ ଥିବା ଲୋକଙ୍କ ସଂଖ୍ୟା ବଢାଇବାକୁ ଦାବି କରିଛନ୍ତି । ବିଭିନ୍ନ ଦାବି ନେଇ ମୟୁରଭଞ୍ଜ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ସେହିପରି ଭଦ୍ରକ ଗାନ୍ଧୀପଡିଆରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ନବର୍ନିମାଣ କୃଷକ ସଂଗଠନ ସହଅନ୍ୟ ସଂଘର ସଦସ୍ୟ । ଜଗତସିଂହପୁରରେ ମଧ୍ୟ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଳାକାର ।

ସେହିପରି ପୁନଃ ନିଯୁକ୍ତି ଦାବିରେ କମ୍ପ୍ୟୁଟର ଶିକ୍ଷକଙ୍କ ଆନ୍ଦୋଳନ । ଓସେପା ଅଫିସ ଆଗରେ ଧାରଣା ଦେଇଥିଲେ କମ୍ପ୍ୟୁଟର ଶିକ୍ଷକ ୪ ହଜାର ଶିକ୍ଷକଙ୍କୁ ଛଟେଇର ପ୍ରତିବାଦ କରି କମ୍ପୁଟର ଶିକ୍ଷକମାନେ ଆନ୍ଦୋଳନ ଚଳାଇଥିଲେ । ସ୍ଲୋଗାନ ସହ ଓସେପା ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ତେବେ ଧାରଣା ଲାଗି ଅନୁମତି ନଥିବାରୁ ଧାରଣାରତ ଶିକ୍ଷକଙ୍କୁ ଉଠାଇ ନେଥିଲା ପୋଲିସ॥ ପୁନଃ ନିଯୁକ୍ତି ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କର୍ତ୍ତୃପକ୍ଷ ଶୁଣୁନଥିବାରୁ ସାମୁହିକ ଭାବେ ଅାତ୍ମହତ୍ୟା କରିବାକୁ ଚେତାବନୀ ଦେଇଥିଲେ କମ୍ପ୍ୟୁଟର ଶିକ୍ଷକ ।