Advertisment

ଭଲ କାମ କରୁଛି ଭ୍ୟାକ୍ସିନ୍ କକଟେଲ

ଜଣେ ବ୍ୟକ୍ତି ଭିନ୍ନ ଭିନ୍ନ ଭ୍ୟାକ୍ସିନ୍‌ର ଦୁଇଟି ଡୋଜ୍ ନେଲେ ଏହାର ପରିଣାମ କିଭଳି ରହୁଛି ଜାଣିବା ପାଇଁ ଆଇସିଏମ୍ଆର୍ ପକ୍ଷରୁ ଏଭଳି ଗବେଷଣା କରାଯାଇଥିଲା ଏହି ଗବେଷଣାରେ ୯୮ ଜଣଙ୍କୁ ସାମିଲ କରାଯାଇଥିଲା ସେଭିତରୁ ୪୦ ଜଣଙ୍କୁ କୋଭିସିଲ୍ଡର ଦୁଇଟି ଡୋଜ୍, ୪୦ ଜଣଙ୍କୁ କୋଭାକ୍ସିନର ଦୁଇଟି ଡୋଜ୍ ଏବଂ ଅନ୍ୟ ୧୮ ଜଣଙ୍କୁ ପ୍ରଥମେ କୋଭିସିଲ୍ଡ ଓ ପରେ କୋଭାକ୍ସିନ୍ ଟିକା ଦିଆଯାଇଥିଲା।

author-image
Chandan Shishu
ଭଲ କାମ କରୁଛି ଭ୍ୟାକ୍ସିନ୍ କକଟେଲ

covid vaccine

ଭଲ କାମ କରୁଛି ଭ୍ୟାକ୍ସିନ୍ କକଟେଲ। କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ମିଶ୍ରଣରୁ ମିଳୁଛି ସକରାତ୍ମକ ପରିଣାମ। କୋଭିଡ୍ ବିରୋଧୀ ଲଢ଼େଇର ପ୍ରମୁଖ ଅସ୍ତ୍ର ଟିକାକୁ ନେଇ ଆଜି ଏଭଳି ଉତ୍ସାହପ୍ରଦ ଦାବି ରଖିଛି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ ବା ଆଇସିଏମ୍ଆର୍ ସଂସ୍ଥା କହିଛି। କୋଭାକ୍ସିନ୍ ଓ କୋଭିସିଲ୍ଡର ଅଲଗା ଅଲଗା ଡୋଜ୍ ଦିଆଯିବା ଦ୍ୱାରା ଏହା କରୋନା ବିରୋଧରେ ଶରୀରରେ କେବଳ ଅଧିକ ପ୍ରତିରୋଧୀ କ୍ଷମତା ସୃଷ୍ଟି କରୁନି, କୋଭିଡ୍‌ର ବିଭିନ୍ନ ଭ୍ୟାରିଏଣ୍ଟକୁ ମଧ୍ୟ ପ୍ରଭାବୀ ଢଙ୍ଗରେ ପ୍ରତିରୋଧ କରୁଛି।

Advertisment

ଜଣେ ବ୍ୟକ୍ତି ଭିନ୍ନ ଭିନ୍ନ ଭ୍ୟାକ୍ସିନ୍‌ର ଦୁଇଟି ଡୋଜ୍ ନେଲେ ଏହାର ପରିଣାମ କିଭଳି ରହୁଛି ଜାଣିବା ପାଇଁ ଆଇସିଏମ୍ଆର୍ ପକ୍ଷରୁ ଏଭଳି ଗବେଷଣା କରାଯାଇଥିଲା ଏହି ଗବେଷଣାରେ ୯୮ ଜଣଙ୍କୁ ସାମିଲ କରାଯାଇଥିଲା ସେଭିତରୁ ୪୦ ଜଣଙ୍କୁ କୋଭିସିଲ୍ଡର ଦୁଇଟି ଡୋଜ୍, ୪୦ ଜଣଙ୍କୁ କୋଭାକ୍ସିନର ଦୁଇଟି ଡୋଜ୍ ଏବଂ ଅନ୍ୟ ୧୮ ଜଣଙ୍କୁ ପ୍ରଥମେ କୋଭିସିଲ୍ଡ ଓ ପରେ କୋଭାକ୍ସିନ୍ ଟିକା ଦିଆଯାଇଥିଲା।

ତେବେ ଯେଉଁମାନଙ୍କୁ ଦୁଇଟି ଅଲଗା ଅଲଗା ଡୋଜ୍ ଦିଆଯାଇଥିଲା, ସେମାନଙ୍କ ଠାରେ ଅନ୍ୟମାନଙ୍କ ତୁଳନାରେ କରୋନାର ଆଲଫା, ବିଟା ଓ ଡେଲ୍ଟା ଭ୍ୟାରିଏଣ୍ଟ ବିରୋଧୀ ଇମ୍ୟୁନୋଜେନେସିଟି ପ୍ରୋଫାଇଲ୍ ବେଶ୍ ପ୍ରଭାବୀ ରହିଥିଲା। ଖାଲି ସେତିକି ନୁହେଁ ଏହା ନିରାପଦ ବୋଲି ବି ICMR ଦାବି କରିଛି। ତେବେ ICMR ଏ ଷ୍ଟଡି ଭାରତରେ କରୋନା ବିରୋଧୀ ଲଢ଼େଇକୁ ବଳ ଦେବ ବୋଲି କୁହାଯାଉଛି।

Advertisment

ହେଲେ ଆମେରିକା ଭଳି ଦେଶରେ ୫୦ ପ୍ରତିଶତ ସଂପୂର୍ଣ୍ଣ ଟିକାକରଣ ସତ୍ତ୍ୱେ କରୋନାର ଡେଲ୍ଟା ଭ୍ୟାରିୟାଣ୍ଟ ଏଠି ଆତଙ୍କ ଖେଳାଇଛି। ପୁଣି ଉଦବେଗଜନକ ଭାବେ ବଢ଼ିଚାଲିଛି ସଂକ୍ରମଣ। ଗତ ଜୁଲାଇ ମାସରେ ଏକଦା ଦେଶରେ ଦୈନିକ ସଂକ୍ରମଣ ୨ ହଜାରକୁ ଖସି ଆସିଥିଲା ବେଳେ ଗଲା କିଛି ଦିନ ଧରି ହାରାହାରି ଦୈନିକ ସଂକ୍ରମଣ ଏଠି ଲକ୍ଷେ ଉପରେ ରହୁଛି। ଏପରିକି ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଥିବାରୁ ଚିନ୍ତାରେ ପ୍ରବାସୀ ଭାରତୀୟ।

ତେବେ ଟିକା ନେବା ସତ୍ତ୍ୱେ ଆମେରିକାରେ କାହିଁକି ଏଭଳି ସ୍ଥିତି? ବିଶେଷଜ୍ଞଙ୍କ କହିବା କଥା ୟା ପଛରେ ରହିଛି ଆମେରିକାରେ ଟିକାକରଣ ଅଭିଯାନରେ ମନ୍ଥରତା, ଲୋକଙ୍କ ବେପରୁଓ୍ୱା ଭାବ ଟିକା ନେଲେ ଯେ ସଂକ୍ରମଣ ହେବନି ତା ନୁହେଁ, ଏହାଦ୍ୱାରା ଫାଟାଲିଟି ରେଟ୍ ବା ମୃତ୍ୟୁ ସଂଖ୍ୟା କମିବ। ତେଣୁ ଟିକା ନେଲା ପରେ ମଧ୍ୟ ମାସ୍କ ପିନ୍ଧିବା ସହ କୋଭିଡ୍ ନିୟମ ଅନୁପାଳନ କରିବା ଜରୁରୀ ବୋଲି ବିଶେଷଜ୍ଞ କହିଛନ୍ତି।

ରିପୋର୍ଟ: କପିଳେନ୍ଦ୍ର ପ୍ରଧାନ

Odisha News Coronavirus COVID19
Advertisment
Advertisment