• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଚା’ ସହ ସଂଧ୍ୟାରେ ଖାଆନ୍ତୁ ସୋୟାବିନ କବାବ୍

  • ସହଜ ଓ କମ୍ ଖର୍ଟ୍ଟରେ ବନାନ୍ତୁ ସୋୟାବିନ କବାବ୍

ବର୍ଷାଦିନରେ ସାଧାରଣତଃ ଘରେ ଘରେ ସକାଳ ଓ ସଂଧ୍ୟା ସମୟରେ ଘରେ ଘରେ ସ୍ନାକ୍ସ ତିଆରି କରାଯାଏ । ସଂଧ୍ୟା ସମୟରେ ‘ଚା’ ସହ କିଛି ସ୍ନାକ୍ସ ହୋଇଗଲେ ଖାଇବାର ମଜା ଦୁଇ ଦୁଣ ବଢିଯାଏ । ଘରେ ଛୋଟପିଲାମାନେ ମଧ୍ୟ ସ୍ନାକ୍ସ ଖାଇବା ପାଇଁ ବେଶୀ ପସନ୍ଦ କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ସୋୟାବିନର ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ସୋୟାବିନ୍ କବାବ’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

ସୋୟାବିନ୍ କବାବ୍ ବନେଇବା ପାଇଁ ସାମଗ୍ରୀ: ସୋୟାବିନ୍‌, ଭିଜା ବୁଟ ଡାଲି, ପିଆଜ, ଧନିଆ ପତ୍ର, ଅଦା ରସୁଣ ପେଷ୍ଟ୍‌, ଲଙ୍କା ଗୁଣ୍ଡ, ଜିରା ପାଉଡର୍‌, କଞ୍ଚା ଲଙ୍କା, ଶୁଖିଲା ଲଙ୍କା, ୧ ଚାମଚ ଲେମ୍ବୁ ରସ, ଗରମ ମସଲା, ଅଳ୍ପ ଲୁଣ, ତେଲ ଏବଂ ଅଳ୍ପ କିଛି ତେଜ ପତ୍ର ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ କଡେଇରେ କିଛି ପାଣିକୁ ଗରମ କରି ସୋୟାବିନକୁ ଭିଜାଇ ଦିଅନ୍ତୁ ଓ କିଛି ସମୟ ପରେ ସୋୟବିନକୁ ଚିପୁଡି ଏକ ପାତ୍ରରେ ରଖି ଦିଅନ୍ତୁ ।
  • ଏହାପରେ ପ୍ରେସର କୁକରରେ ଆଗରୁ ଭିଜା ହୋଇଥିବା ବୁଟ ଡାଲି, ସୋୟାବିନ, ଅଦା ରସୁଣ ପେଷ୍ଟ, ଜିରା ପାଉଡର, ଲୁଣ, ତେଜପତ୍ର ଓ କିଛି କଟା ପିଆଜ ପକାନ୍ତୁ ।
  • ଏହାପରେ ସେଥିରେ ୪ କପ୍ ପାଣି ଦେଇ କୁକରକୁ ଚୁଲିରେ ବସାନ୍ତୁ ଓ ଗୋଟିଏ ହ୍ୱିସିଲ ହୋଇଗଲେ ଚୁଲିକୁ ବନ୍ଦ କରି ଦିଅନ୍ତୁ।
  • ସବୁ ମିଶ୍ରଣ ସିଝି ଗଲା ପରେ ମିଶ୍ରଣ ଗୁଡିକରୁ ପାଣି କାଢି ଦିଅନ୍ତୁ । ଅଳ୍ପ ଲେମ୍ବୁ ରସ ପକାଇ ସୋୟାବିନ୍‌ ଓ ବୁଟ ସିଝାକୁ ଗ୍ରାଇଣ୍ଡ କରି ଦିଅନ୍ତୁ ।
  • ତାପରେ ସେଥିରେ ଧନିଆ ପତ୍ର,କଟା କଞ୍ଚା ଲଙ୍କା ଓ ପିଆଜ ପକାଇ ଭଲ ଭାବେ ଗୋଳେଇ ଦିଅନ୍ତୁ।
  • ଏହାପରେ ଏହାକୁ ହାତରେ କବାବ ଭଳି ଆକାର ଦେଇ ଏକ ପ୍ଲେଟରେ ରଖନ୍ତୁ ।
  • ଚୁଲିରେ କଡେଇ ବସେଇ ତେଲ ଗରମ କରି କବାବ ଗୁଡିକ ଭାଜି ଦିଅନ୍ତି । କବାବର ଦୁଇ ପଟ ଲାଲ ହୋଇଗଲେ କବାବକୁ ବାହାର କରି ଆଣନ୍ତୁ।
  • ଏବେ ତିଆରି ହୋଇଗଲା ଚଟପଟା ସୋୟାବିନ୍ କବାବ । ଏହି ସୋୟାବିନ କବାବକୁ ଆପଣ ପୋଦିନା ଚଟଣୀ କିମ୍ବା ସସ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ।