• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କଳକାରଖାନା ଗୁଡିକ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ବଢ଼ୁଛି

  • ପ୍ରଦୂଷଣ ଯୋଗୁଁ ଲୋକେ କିଡନି ଓ ଚର୍ମରୋଗର ଶିକାର ହେଉଛନ୍ତି ଲୋକେ

ଯାଜପୁର(ଅଭୟ ପତି) : ବିଷ ବଳୟରେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ । ବାୟୁ ପ୍ରଦୂଷଣ ଜନ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଏଠାକାର ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥାକୁ ନିକଟରେ ଦେଶର ପ୍ରଥମ ସ୍ଥାନର ମାନ୍ୟତା ମିଳିଛି । କିନ୍ତୁ ପ୍ରଦୂଷଣର ସ୍ଥିତି ଓ ପ୍ରଭାବ ଦେଖିଲେ ନିୟନ୍ତ୍ରଣ ବ୍ୟବସ୍ଥା କେତେ ଉନ୍ନତ ତାହା ଜଣାପଡୁଛି, ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏସିଆ ମହାଦେଶର ଇସ୍ପାତ ରାଜଧାନୀ କୁହାଯାଉଥିବା ଯାଜପୁରର କଳିଙ୍ଗନଗର ଶିଳ୍ପାଞ୍ଚଳ । କଳକାରଖାନା ଯୋଗୁଁ ଆଜି ପ୍ରଦୂଷଣର ବିଷ ବଳୟରେ ଘାଣ୍ଟି ହେଉଛନ୍ତି ଅଞ୍ଚଳବାସୀ । ମାତ୍ରାଧିକ ଜଳ ଓ ବାୟୁ ପ୍ରଦୂଷଣ ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । କାରଣ ସାରା ଅଞ୍ଚଳ ଏବେ ପ୍ରଦୂଷଣର ଶିକାର ହୋଇଛି । ପ୍ରଦୂଷଣ ଯୋଗୁଁ ଲୋକେ ବିଭିନ୍ନ ରୋଗରେ ଘାଣ୍ଟି ହେଉଛନ୍ତି । ଏମିତିକି ଗଣ୍ଡାନାଳରେ ପ୍ରବାହିତ କାରଖାନାର ବିଷାକ୍ତ ଜଳର ପ୍ରଭାବରେ ଫସଲ ମଧ୍ୟ ନଷ୍ଟ ହୋଇଯାଉଛି । ଏବେ ନିକଟରେ ସାରା ଦେଶରେ ସ୍ଥାନୀୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର କାର୍ଯ୍ୟଦକ୍ଷତାକୁ ପ୍ରଥମ ସ୍ଥାନ ଦିଆଯାଇଛି । ଏହାକୁ ନେଇ ଏବେ ପରିବେଶ ପ୍ରେମୀଙ୍କ ଠାରୁ ଆରମ୍ଭ କରି ସୂଚନା ଅଧିକାର କର୍ମୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବାୟୁ ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଲୋକମାନେ କିଡନି ଓ ଚର୍ମରୋଗ ଆଦିର ଶୀକାର ହେଉଛନ୍ତି । ଯଥାଶୀଘ୍ର ସରକାରଙ୍କ ଦ୍ୱାରା ଏଭଳି ପ୍ରଦୂଷଣକୁ ତୁରନ୍ତ ନିୟନ୍ତ୍ରଣ କରାନଗଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ପରିବେଶ ପ୍ରେମୀ ମନ୍ତବ୍ୟ ଦେଇଛନ୍ତି । ମାତ୍ର ସେପଟେ ଜିଲ୍ଲା ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ଏହାକୁ ଅସ୍ବୀକାର କରି କହିଲେ ବିଭିନ୍ନ ସମୟରେ ଅଭିଯୋଗ ଆଧାରରେ ଇ-ଡେସପାଚ୍ କରାଯାଉଛି । ରୀତିମତ ଅନୁସନ୍ଧାନ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଦିନକୁ ଦିନ ପ୍ରଦୂଷଣ ବଢ଼ୁଥିବାରୁ ଏହା ଉପରେ କେବେ ପ୍ରଶାସନ ଦୃଷ୍ଟି ଦେଉଛି ତାହାକୁ ଅପେକ୍ଷା ରହିଲା ।