Advertisment

କରୋନାରେ ପ୍ରାଣ ହରାଇଥିବା ପରିବାରକୁ ମିଳିବ ୫୦ ହଜାର ଟଙ୍କା , ଜାଣନ୍ତୁ କେମିତି ପାଇବେ ସହାୟତା...

କୋଭିଡରେ ମୃତକଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଗୃହ ମନ୍ତ୍ରଣାଳୟର ଚିଠି ପରେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ଜିଲ୍ଲାସ୍ତରରେ କୋଭିଡ ମୃତ୍ୟୁ ଡକ୍ୟୁମେଣ୍ଟ ଦେବା ଲାଗି କମିଟି ଗଠନ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଆସନ୍ତା ୩ ଦିନ ଭିତରେ କମିଟି ଗଠନ କରିବାକୁ କୁହାଯାଇଛି

author-image
Sarbeswar
Corona

Corona

ଭୁବନେଶ୍ୱର: କୋଭିଡରେ ମୃତକଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଗୃହ ମନ୍ତ୍ରଣାଳୟର ଚିଠି ପରେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ଜିଲ୍ଲାସ୍ତରରେ କୋଭିଡ ମୃତ୍ୟୁ ଡକ୍ୟୁମେଣ୍ଟ ଦେବା ଲାଗି କମିଟି ଗଠନ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଆସନ୍ତା ୩ ଦିନ ଭିତରେ କମିଟି ଗଠନ କରିବାକୁ କୁହାଯାଇଛି। କୋଭିଡରେ ଆକ୍ରାନ୍ତ ହୋଇ ମାସେ ଭିତରେ କାହାର ମୃତ୍ୟୁ ହୋଇଥିଲେ ଏସ୍‌ଡ଼ିଆର୍‌ଏଫ୍‌ରେ ୫୦ ହଜାର ଟଙ୍କା ଦେବାକୁ ବ୍ୟବସ୍ଥା ରହିଛି। ହସ୍ପିଟାଲ୍ ବ୍ୟତୀତ ବାହାରେ ମୃତ୍ୟୁ ହୋଇଥିଲ ବି କୋଭିଡ ମୃତ୍ୟୁ ଡକ୍ୟୁମେଣ୍ଟ ପାଇଁ ଆବେଦନ କରିବେ ତାପରେ ଦିଆଯିବ କ୍ଷତିପୂରଣ।

Advertisment

ମହାମାରୀ କୋଭିଡ୍ ନେଇଛି ଅନେକ ଜୀବନ। ସରକାରୀ ଭାବେ ରାଜ୍ୟରେ ଏହି ସଂଖ୍ୟା ୮ହଜାର ୨୨୭ ରହିଛି। ତେବେ ଏହି ସଂଖ୍ୟା ଆହୁରି ଅଧିକ ହୋଇଥାଇପାରେ ବୋଲି କୁହଯାଇଛି। କିନ୍ତୁ କୋଭିଡରେ ପ୍ରାଣ ହରାଇଥିବା ପରିବାରଙ୍କୁ ମିଳିନି କିଛି ବି ସହାୟତା। ଏ ଯେମିତି ଭଦ୍ରକ ଜିଲ୍ଲା ନନ୍ଦପୁର ଗାଁର ଶୁକଦେବ ନାଥ ଓ ବିଜୟା ନାଥଙ୍କ ପରିବାର। ଏକ ମାତ୍ର ରୋଜଗାର କ୍ଷମ ପୁଅ ମନୋଜକୁ ହରାଇ ଭାଙ୍ଗିପଡ଼ିଛନ୍ତି ଦଂପତି। କାରଣ ଅଟୋ ଚଳାଇ ଯାହା ପରିବାର ପ୍ରତିପୋଷଣ କରୁଥିଲେ ମନୋଜ। କିନ୍ତୁ ଗତ ଜୁନ ୩ରେ କୋଭିଡରେ ଆଖି ବୁଜିଲେ । ବର୍ଷେ ପୂର୍ବରୁ ମନୋଜଙ୍କ ପତ୍ନୀ ମଧ୍ୟ ଆରପାରିକୁ ଚାଲିଯାଇଥିଲେ। ଏବେ ମନୋଜଙ୍କ ୩ ସନ୍ତାନଙ୍କୁ ନେଇ ଚିନ୍ତାରେ ଏହି ବୃଦ୍ଧ ଦମ୍ପତି ଅଛନ୍ତି। ଠିକ୍ ସେଭଳି ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ମଧୁପଲ୍ଲୀର ସସ୍ମିତା ନାୟକଙ୍କ ସ୍ୱାମୀ ସନ୍ତୋଷ ପରିଡା କୋଭିଡରେ ଆକ୍ରାନ୍ତ ହୋଇ ମେ ୧୪ରେ ପ୍ରାଣ ହରାଇଥିଲେ। ସସ୍ମିତାଙ୍କ ଏବେ ଦୁଇ ପୁଅ,ଝିଅ । କେମିତି ଏହି ଛୁଆଁଙ୍କୁ ପାଳିବେ ସେ ବି ଚିନ୍ତାରେ ପଡ଼ିଯାଇଛନ୍ତି। ରାଜ୍ୟର ଏଭଳି ଅନେକ ଲୋକଙ୍କ ଜୀବନ ଯାଇଛି କରୋନାରେ, ହେଲେ ସରକାରୀ ସହାୟତା ମିଳୁନଥିବାରୁ ନା ନା ହଇରାଣ ହେଉଛନ୍ତି ସମସ୍ତେ ।

Advertisment

ସେପଟେ କୋଭିଡରେ ମୃତକଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ଦେବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବି ରାଜ୍ୟ ସରକାରଙ୍କୁ ଚିଠି ଲେଖିବା ପରେ ଆରମ୍ଭ ହୋଇଛି ପ୍ରକ୍ରିୟା। କୋଭିଡ ମୃତ୍ୟୁ ଡକ୍ୟୁମେଣ୍ଟ ପ୍ରସ୍ତୁତ ଲାଗି ଜିଲ୍ଲାସ୍ତରରେ ଏକ କମିଟି ଗଠନ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ। ଏଡିଏମ୍, ଚିଫ୍ ଡିଷ୍ଟ୍ରିକ୍ଟ ମେଡିକାଲ ଓ ପବି୍ଲକ ହେଲଥ୍ ଅଫିସର, ମେଡିକାଲ କଲେଜର ପ୍ରିନିସପାଲ୍ କିମ୍ବା ଏଚ୍ଓଡି ଏବଂ ବିଶେଷଜ୍ଞମାନଙ୍କୁ ନେଇ ତିନି ଦିନ ଭିତରେ କମିଟି କରିବାକୁ କୁହାଯାଇଛି। କମିଟି କୋଭିଡ ମୃତ୍ୟୁର ଅଫିସିଆଲ୍ ଡକ୍ୟୁମେଣ୍ଟ ପ୍ରଦାନ କରିବେ । କୋଭିଡ ମୃତ୍ୟୁ ନେଇ ପ୍ରସ୍ତୁତ ଡକ୍ୟୁମେଣ୍ଟର ଉତ୍ତରଦାୟିତ୍ୱ ସଂପୃକ୍ତ କମିଟିର ବୋଲି କୁହାଯାଇଛି। ତେବେ ଏହି ପ୍ରକ୍ରିୟା ସରିଲେ ଏସଡ଼ିଆର୍‌ଏଫରୁ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଦେବାକୁ ବ୍ୟବସ୍ଥା ରହିଛି । ତେବେ କରୋନା ପଜିଟିଭ ହୋଇ ଏକ ମାସ ଭିତରେ ପ୍ରାଣ ହରାଇଥିଲେ ଏହି ସହାୟତା ମିଳିବ। ହସ୍ପିଟାଲ୍ ବ୍ୟତୀତ ବାହାରେ ମୃତ୍ୟୁ ହୋଇଥିଲ ବି କୋଭିଡ ମୃତ୍ୟୁ ଡକ୍ୟୁମେଣ୍ଟ ପାଇଁ ଆବେଦନ କରିବେ ତାପରେ ଦିଆଯିବ କ୍ଷତିପୂରଣ ।

ସରକାରୀ ହିସାବ ଅନୁସାରେ କୋଭିଡରେ ୮ ହଜାର ୨୨୭ ଜଣଙ୍କ ମୃତ୍ୟୁ ହୋଇଛି ପୂରା ରାଜ୍ୟରେ। ତେବେ ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ। ତେଣୁ ଜିଲ୍ଲା ସ୍ତରରେ ଗଠନ ହୋଇଥିବା କମିଟି ସମ୍ମୁଖରେ ଯଦି କୌଣସି ପରିବାର ଚାହିଁବେ ସେମାନେ ଆବେଦନ କରିପାରିବେ। ଏହାଦ୍ୱାରା କୋଭିଡରେ ପ୍ରାଣ ହରାଇଥିବା ପରିବାରଙ୍କୁ ସହାୟତା ମିଳିପାରିବ। ତେବେ କୋଭିଡ ହୋଇ ବି ବିଷପାନ, ଆତ୍ମହତ୍ୟା, ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲେ ତାଙ୍କୁ ସହାୟତା ମିଳିବ ନାହିଁ ସରକାର ସ୍ପଷ୍ଟ କରିଛନ୍ତି।

India COVID19 Corona Virus Corona Death SDRF
Advertisment
Advertisment