Advertisment

ବିଜୁଳି ନେଲା ଜୀବନ, କରେଣ୍ଟ ଲାଗିବାରୁ ଗୋଟିଏ ପରିବାରର ୩ ମୃତ

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ପୂରା ପରିବାର। ଟଳିପଡିଲେ ବାପା, ମାଆ ଓ ଝିଅ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତୋ ଗାଁରେ ସନ୍ଧ୍ୟାରେ ଏହି ଦୁଃଖଦ ଘଟଣା ଘଟିଛି। ଘର ଚାର୍ଜ ହୋଇଯିବାରୁ ଅଘଟଣ ଘଟିଥିଲା

author-image
Sarbeswar
ଅଦ୍ୟତନ ହୋଇଛି
ମାତ୍ର ହଜାରେ ଟଙ୍କା ପାଇଁ ଜୀବନ ନେଇଗଲେ

deadbody5

ଜଗତ୍‌ସିଂହପୁର: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ପୂରା ପରିବାର। ଟଳିପଡିଲେ ବାପା, ମାଆ ଓ ଝିଅ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତୋ ଗାଁରେ ସନ୍ଧ୍ୟାରେ ଏହି ଦୁଃଖଦ ଘଟଣା ଘଟିଛି। ଘର ଚାର୍ଜ ହୋଇଯିବାରୁ ଅଘଟଣ ଘଟିଥିଲା। ଏହି ସମୟରେ ରକ୍ଷା କରିବାକୁ ଆସିଥିବା ପଡ଼ୋଶୀ ମଧ୍ୟ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଆଜି ସଂଧ୍ୟା ସମୟରେ ଗାଁର ପିଣ୍ଟୁ ସ୍ୱାଇଁଙ୍କ ପତ୍ନୀ କାମିନୀ ବିଦ୍ୟୁତ୍ ବୋର୍ଡରେ ସ୍ୱିଚ୍ ମାରିବାବେଳେ କରେଣ୍ଟ ଲାଗିଥିଲା। ଏହି ସମୟରେ ପିଣ୍ଟୁ ଓ ତାଙ୍କ ୮ବର୍ଷର ଝିଅ ପାପାଲି, ହଠାତ୍ କାମିନୀଙ୍କୁ ଧରି ପକାଇବାରୁ ସମସ୍ତେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ।

Advertisment

ଏହି ସମୟରେ ପାଟି ଶୁଣି ପଡ଼ୋଶୀ କୁମରବର ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ମଣିଜଂଘା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ପିଣ୍ଟୁ, ତାଙ୍କ ପତ୍ନୀ କାମିନୀ ଓ ଝିଅ ପାପାଲିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ପଡ଼ୋଶୀ ଭ୍ରମରବରଙ୍କୁ ଜଗତସିଂହପୁର ମେଡିକାଲ ପଠାଯାଇଛି। ପିଣ୍ଟୁଙ୍କ ପୁଅ ଅନ୍ୟ ଏକ ଘରେ ରହି ଯାଇଥିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଛି। ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ତିର୍ତ୍ତୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Advertisment
3 Death Accident
Advertisment
Advertisment