Advertisment

ଲିଫ୍ଟ ଦେବା ବାହାନାରେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ! ନଦୀ କୂଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର

ଲିଫ୍ଟ ଦେବା ବାହାନାରେ ଜଣେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏପରିକି ତାଙ୍କୁ ଆକ୍ରମଣ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ନଦୀ କୂଳରୁ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman Allegedly Gang Raped

Woman Allegedly Gang Raped

କରଞ୍ଜିଆ: ଲିଫ୍ଟ ଦେବା ବାହାନାରେ ଜଣେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏପରିକି ତାଙ୍କୁ ଆକ୍ରମଣ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଶୁକୃଳି ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ, ଗତକାଲି ଶୁକୃଳି ସାପ୍ତାହିକ ହାଟରୁ ସମ୍ପୃକ୍ତ ମହିଳା ଚାଲି ଚାଲି ଘରକୁ ଫେରୁଥିଲେ। ଏହି ସମୟରେ ସେହି ବାଟ ଦେଇ ବାଇକ୍‌ରେ ଯାଉଥିବା ୨ ଯୁବକ ତାଙ୍କୁ ଗାଁରେ ଛାଡି ଦେବେ ବୋଲି କହିଥିଲେ। ଆଉ ଗାଡ଼ିରେ ତାଙ୍କୁ ବସାଇ ଥିଲେ। ଏହାପରେ ମହିଳାଙ୍କୁ ଶୁକୃଳି-ରରୁଆଁ ରାସ୍ତାର ଭଣ୍ଡନ ନଦୀ କୂଳକୁ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହାପରେ ସେମାନେ ମହିଳାଙ୍କ ମୁଣ୍ଡ ଓ ଶରୀରର ଅନ୍ୟ ସ୍ଥାନରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। 

Advertisment

ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀମାନେ ନଦୀ କୂଳରୁ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଶୁକୃଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଉକ୍ତ ମହିଳାଙ୍କ ଘର ଶୁକୃଳି ବ୍ଲକ୍‌ ଅନ୍ତର୍ଗତ ଏକଘରିରେ। 

Woman Gang Raped
Advertisment
Advertisment