Advertisment

ସାମାନ୍ୟ ଲକ୍ଷଣ ଦେଖାଗଲେ ଛାତ୍ରଛାତ୍ରୀଙ୍କ ହେବ ତୁରନ୍ତ ଚିକିତ୍ସା

ପିଲାଙ୍କ ଭିତରେ ସ୍କୁଲ ଯିବାକୁ ଆଗ୍ରହ ଅଛି। କରୋନା ସମ୍ପୂର୍ଣ୍ଣ ଭାବେ ଯାଇନି। ସ୍କୁଲ ଖୋଲିଲେ ସବୁ ଶିକ୍ଷକ ଡବଲ ଡୋଜ ଟିକା ନେଇଥିବେ ତାହା ସୁନିଶ୍ଚିତ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ।

author-image
Chandan Shishu
undefined

Primary School Students

ଭୁବନେଶ୍ୱର: ପୁଜା ଛୁଟି ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏଥିପାଇଁ  SOP ଜାରି ହୋଇଛି। ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବା ନେଇ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ସ୍କୁଲ ଓ ଗଣଶିକ୍ଷା ଏବଂ ପଞ୍ଚାୟତିରାଜ ବିଭାଗ। କୋଭିଡ୍ ଗାଇଡଲାଇନ୍‌ରେ ସବୁ ଶ୍ରେଣୀଗୃହ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଶିକ୍ଷକ ଓ ପିଲାଙ୍କୁ ସାନିଟାଇଜର, ମାସ୍କ ଯୋଗାଇ ଦିଆଯିବ। ସ୍କୁଲ ପରିସରରେ ଟଏଲେଟ୍, ପାନୀୟ ଜଳ ବ୍ୟବସ୍ଥା ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି।

Advertisment

ଗର୍ତ୍ତ, ଖୋଲା ପୋଖରୀ, ଝୁଲୁଥିବା ବିଦ୍ୟୁତ ତାର ସଜାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପଦସଙ୍କୁଳ ଛାତ ମଧ୍ୟ ତୁରନ୍ତ ସଜାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।  ଏସ୍ଓପି ଜାରି ପୂର୍ବରୁ ଆଜି ସବୁ ଜିଲ୍ଲା ଓ ବ୍ଲକ୍  ଶିକ୍ଷା ଅଧିକାରୀଙ୍କ ସହ ଭର୍ଚୁଆଲ ବୈଠକ ହୋଇଥିଲା। 

ଅକ୍ଟୋବର ୨୧ରୁ ଏକାଦଶ ଓ ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ। ପୂର୍ବରୁ ନବମ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ କ୍ଲାସ୍ ଆରମ୍ଭ ହୋଇଥିଲା। ପିଲାଙ୍କ ଭିତରେ ସ୍କୁଲ ଯିବାକୁ ଆଗ୍ରହ ଅଛି। କରୋନା ସମ୍ପୂର୍ଣ୍ଣ ଭାବେ ଯାଇନି। ସ୍କୁଲ ଖୋଲିଲେ ସବୁ ଶିକ୍ଷକ ଡବଲ ଡୋଜ ଟିକା ନେଇଥିବେ ତାହା ସୁନିଶ୍ଚିତ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ।

Advertisment

ଯେଉଁଠି ଛାତ୍ର ଛାତ୍ରୀଙ୍କ ଭିତରେ ସାମାନ୍ୟ ଲକ୍ଷଣ ଦେଖାଯିବ, ତାଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ନେଇ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ।

Sameer Dash School In Odisha SOP For Offline Class
Advertisment
Advertisment