ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍ଡେଟ୍ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍ର ମଜାଦାର ତଥ୍ୟ ।
ଭୁବନେଶ୍ୱର: ନକଲି ସୁନାଚେନ୍ ରାକେଟର ପର୍ଦ୍ଦାଫାସ ହୋଇଛି। ଛତିଶଗଡ଼ର ୨ ଠକଙ୍କୁ ସହିଦନଗର ପୋଲିସ ଧରିଛି। ୨ କେଜି ନକଲି ସୁନାଚେନ୍ ଜବତ ହୋଇଛି। ଠକମାନେ ଅସଲି କହି ନକଲି ଚେନ୍ ଦେଇ ଠକୁଥିଲେ।
ଝିଅର ମୃତ୍ୟୁକୁ ଦୁଇ ସପ୍ତାହ ନ ବିତୁଣୁ ଘରୁ ଚୋରି। ବଲାଙ୍ଗିର ତାଲପାଲିପଡ଼ାର ମୃତ ମେଡିକାଲ ଛାତ୍ରୀ ନିରୁପମା ନନ୍ଦଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର। ଗତ ୬ ତାରିଖ ଦିନ ନିରୁପମାଙ୍କ ମୃତ୍ୟୁ ପରେ ଘର ଲୋକେ ପୁଇଁତଲା ଗାଁକୁ ପଲାଇଥିଲେ। ହେଲେ ଆଜି ଘରକୁ ଫେରି ଦେଖିଲା ବେଳକୁ ସବୁ ଲୁଟି ନେଇଛନ୍ତି ଚୋର। ଘର ତାଲା ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା, ପାଞ୍ଚ ଭରି ସୁନା ଅଳଙ୍କାର ସହ ଅନେକ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଛି। ଟାଉନ୍ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମାମଲାରେ ତଦନ୍ତ କରୁଛି।
ନୀଳ ଆକାଶରେ ବୀରତ୍ୱର ପ୍ରତିଛବି। ଧୂଆଁରେ ଦେଶମାତୃକା ପାଇଁ ବଳିଦାନର ଚିତ୍ର। ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଅବସରରେ ବାୟୁ ସେନା ଦେଖାଇଛି ପରାକାଷ୍ଠା। ପୁଣେ ଏୟାରବେସ୍ରେ ବାୟୁ ସେନା ପକ୍ଷରୁ ପ୍ରଦର୍ଶିତ ହୋଇଛି ବିଭିନ୍ନ ଫରମେସନ୍। ଆକାଶରେ ସୂର୍ଯ୍ୟ କିରଣ ଫରମେସନ୍ ପ୍ରଦର୍ଶିତ କରିଥିଲେ ବାୟୁ ବୀର। ଯାହା ଦେଖିବା ପରେ ପ୍ରତିଟି ଭାରତୀୟଙ୍କ ଛାତି ଗର୍ବରେ ଫୁଲି ଉଟିଥିଲା।
ଗାଁ କୁ ଭଲ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ୨ କିଲୋମିଟର ବାଟ ଚାଲିଲେ ପ୍ରସୂତି । ଜନନୀ ଯନ୍ତ୍ରଣାର ଏଭଳି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରେ । ହରିଚନ୍ଦନପୁର ବ୍ଲକ ଗାଧୁଆଁ ଗାଁର ପଦ୍ମାବତୀ ନାମକ ଜଣେ ମହିଳାଙ୍କର ପ୍ରସବ ବେଦନା ହେବା ପରେ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । କିନ୍ତୁ ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଫଳରେ କିଛି ସାମାଜିକ କର୍ମୀ ପ୍ରଥମେ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେବା ପାଇଁ ଚେଷ୍ଟା କରିଥିଲେ। ହେଲେ ରାସ୍ତା ଆବଡ଼ା ଖାବଡ଼ା ଥିବାରୁ ଖଟିଆରେ ବୋହି ନେବା ମଧ୍ୟ ସମ୍ଭବ ହୋଇନଥିଲା। ଶେଷରେ ସମ୍ପୃକ୍ତ ଗର୍ଭବତୀଙ୍କୁ ୨ କିଲୋମିଟର ଚଲାଇ ଆମ୍ବୁଲାନ୍ସ ପାଖକୁ ନିଆଯିବା ପରେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ଅବସ୍ଥା ଗୁରୁତର ଥିବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଘରୋଇ କଳିର କରୁଣ ପରିଣତି। ଜଣେ ବିଧବା ମହିଳାଙ୍କୁ ତାଙ୍କ ଦେଢ଼ଶୁର ହତ୍ୟା କରି ନଦୀରେ ଭସାଇ ଦେଇଥିବା ବେଳେ, ଅନ୍ୟପକ୍ଷେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା କଳି ଶେଷରେ ଭୟାନକ ରୂପ ଧାରଣ କରିଥିବା ଦେଖିବାକୁ ମିଳିଛି। More
ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ଉଡ଼ିବ ବିମାନ। ଆସନ୍ତା ନଭେମ୍ବର ୨ ତାରିଖରୁ ଏହି ବିମାନ ସେବା ଆରମ୍ଭ ହେବ। ଇଣ୍ଡିଗୋ ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯିବ। More
ମାସେ କି ବର୍ଷେ ନୁହେଁ, ଦୀର୍ଘ ୧୫ ବର୍ଷ ହେଲା ଖବରକାଗଜ ବିକ୍ରି କରି ଆସୁଛନ୍ତି ନିରୁପମା। ବାପାମା’ ଆରପାରିକୁ ଚାଲିଗଲା ପରେ ସେ ଏକା ହୋଇ ଯାଇଛନ୍ତି। ହେଲେ ତାଙ୍କର ମନୋବଳ ଭାଙ୍ଗିନି। ବରଂ ଚଳିବା ପାଇଁ କାହା ପାଖରେ ହାତ ନପତାଇ ପରିବାରର ବୃତ୍ତିକୁ ଆପଣାଇଛନ୍ତି। More
ବୋଝ ଉପରେ ନଳିତା ବିଡ଼ା । ପୁଣି ମହଙ୍ଗାମାଡ଼ରେ କଲବଲ ଜନତା । ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ବଢ଼ିଲା ଯାତ୍ରୀବାହୀ ବସ୍ ଭଡ଼ା । ସାଧାରଣ ବସ୍ ଭଡ଼ା ଏକ କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୯୩ରୁ ୯୬ ପଇସା ବୃଦ୍ଧି ପାଇଛି । More
ସକାଳ କିମ୍ବା ସଂଧ୍ୟା ଜଳଖିଆରେ ଇଡ୍ଲି ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ହୋଇଯାଏ । ଆପଣ ଘରେ ଚାଉଳ ଓ ସୁଜିରେ ପ୍ରସ୍ତୁତ ହୋଇଥିବା ଇଡ୍ଲି ଖାଇଥିବେ । ତେବେ ବ୍ରେଡ୍ରେ ପ୍ରସ୍ତୁତ ଇଡ୍ଲି ଆପଣ କେବେ ଖାଇଛନ୍ତି କି ?ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ବ୍ରେଡ୍ ଇଡ୍ଲି’। ଏହି ରେସିପିଟି ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । More
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ଉପରୁ ପରଦା ହଟିଛି। କେମିତି ହୋଇଥିଲା ମନୀଷଙ୍କ ମୃତ୍ୟୁ ? କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ? ମୃତ୍ୟୁ ପଛର କାରଣ କ’ଣ ? ଏସବୁର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। More
ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଏଠାକାର ବାସିନ୍ଦା । କିଛି ବର୍ଷ ପୂର୍ବରୁ ଛାତି ଥରା, ହୃଦୟରେ ଆଲୋଡନ ସୃଷ୍ଟି କରୁଥିବା ଅଞ୍ଚଳ ଥିଲା କଇଁଆସାହି ଓ ବାଲିସାହି । ମାଓବାଦୀଙ୍କ ଗୁଳିର ଶବ୍ଦରେ ଥର ହର ହେଉଥିଲା ରଞ୍ଜାଗଡ଼ର ଘଞ୍ଚ କିଟି କିଟି ଜଙ୍ଗଲ । କେତେ ଯେ ଘଟଣା ଓ ଅଘଟଣ ଦେଖିଛି ଏହି ଅଂଚଳ । ସରକାରଙ୍କ କଥାରେ ରାଜି ହୋଇ ମାଓ ସଂଗଠନ ଛାଡିଥିଲେ ଅନେକ ନିରୀହ ଆଦିବାସୀ More
ଲିଫ୍ଟ ଦେବା ବାହାନାରେ ଜଣେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏପରିକି ତାଙ୍କୁ ଆକ୍ରମଣ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ନଦୀ କୂଳରୁ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। More
୨୪ ଘଣ୍ଟାରେ ରାଜ୍ୟରେ ୩୫୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୪୭ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୦୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୪୯ ରହିଛି। More
ଢେଙ୍କାନାଳର ବିସ୍ମୟ ଶିଶୁ ପ୍ରତିଭା । ମାତ୍ର ଅଢେଇ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇ ସମସ୍ତଙ୍କୁ ଚକିତ କରିଛନ୍ତି । ୨କ ପଣିକିଆ ଠାରୁ ଆରମ୍ଭ କରି ବିଭିନ୍ନ ରଙ୍ଗର ପଶୁପକ୍ଷୀକୁ ସହଜରେ ଚିହ୍ନି ପାରୁଛନ୍ତି More
ଛତିଶଗଡ଼ ରାୟପୁର ରେଲ୍ୱେ ଷ୍ଟେସନରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଷ୍ଟେସନରେ ଅଟକି ଥିବା ଏକ ଟ୍ରେନ୍ ଭିତରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ସିଆର୍ପିଏଫ୍ ଯବାନମାନେ ଏହି ସ୍ପେଶାଲ ଟ୍ରେନ୍ରେ ଯାତ୍ରା କରୁଥିଲେ। More
ବହୁଚର୍ଚ୍ଚିତ ମନୀଷ ମୃତ୍ୟୁ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଅମ୍ରିତ ବିଶ୍ୱାଳ, ଦିନେଶ ଓ ମୃତ୍ୟୁଞ୍ଜୟଙ୍କୁ ଗିରଫ କରାଯାଇଛି । ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ତିନି ଜଣକୁ ଗିରଫ କରିଛି ପୋଲିସ । More
ସରିଲା ଦଶହରା। ଆଜି ମା’ଙ୍କ ମେଲାଣି। କରୋନା ପାଇଁ ଏଥର ବାଜାବାଣ ମନା। ତେଣୁ ନିରାଡମ୍ବର ଭାବେ ଭସାଣ ଉତ୍ସବ ଲାଗି ସବୁଠି ପ୍ରସ୍ତୁତି ହୋଇଛି। ଭୁବନେଶ୍ୱରରେ ଭସାଣ ପାଇଁ ୫ଟି ଅସ୍ଥାୟୀ ପୋଖରୀ। More
କଟକରେ କମିଶନରେଟ ପୋଲିସ୍ର ଏନ୍କାଉଣ୍ଟର। ବାଲିକୁଦା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସକୁ ପୋଲିସ୍ କାବୁ କରିଛି। ପୋଲିସ ଏନ୍କାଉଣ୍ଟରରେ ରାକେଶ ଆହତ ହୋଇଛି। More
ଏନଜିଟି ଓ ସୁପ୍ରିମକୋର୍ଟର ଗାଇଡଲାଇନ୍ ମାନି ବାଣକୁ ଅନୁମତି ଦିଆଯାଉ ବୋଲି ଓଡ଼ିଶା, ଦିଲ୍ଲୀ, ରାଜସ୍ଥାନ ଓ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଷ୍ଟାଲିନ। ଏହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି। More
ଜଣେ ପୋଲିସ କର୍ମଚାରୀ ଯାହାଙ୍କ ନାଁ ପ୍ରସନ୍ନ ବେହେରା। ହେଲେ ମଦମାଂସର ଆସର ଭିତରେ ବେଶ୍ ଝୁମୁଛନ୍ତି ରଂଗୀଲା ହୋଇ। ବାବୁ କିନ୍ତୁ କୌଣସି ଗ୍ରାହକ ନୁହଁନ୍ତି। କିମ୍ବା ଟଙ୍କା ଦେଇ ବି ଏଠାକୁ ଆସିନାହାଁନ୍ତି। ପ୍ରସନ୍ନ ହେଉଛନ୍ତି ଏହି ହୋଟେଲର ଅନ୍ୟତମ ଲିଜଧାରୀଙ୍କ ଭାଇ। More
ଶରତ ଦାଶ ତାଙ୍କ ପୁଅ କାଳିଆଙ୍କ ସହ ତାଙ୍କ ପରିବାରର ଚାରିଜଣ ସଦସ୍ୟ ମିଳିତ ଭାବେ କନକ ଓ ତାଙ୍କ ସ୍ୱାମୀ ଅକ୍ଷୟ ପୁଅ ଦୀପକଙ୍କୁ ନିକଟସ୍ଥ ଦେବୀ ନଦୀ ପଠାରେ ଠେଙ୍ଗା ଓ ଭୁଜାଲିରେ ଆକ୍ରମଣ କରିଥିଲେ। More
ପାଖରେ ରଖିଥିବା ବନ୍ଧୁକ କାଢି ବିଭୂତିଙ୍କ ଉପରପକୁ ଗୁଳି ଚଳାଇ ପୂର୍ବତନ ସେନା କର୍ମଚାରୀ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। More
୨୧ ତାରିଖରୁ ସ୍କୁଲରେ ଏକାଦଶ ଶ୍ରେଣୀର ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ ବୋଲି ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ। ସ୍କୁଲକୁ ଆସିବା ପାଇଁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି କୁହାଯାଇଛି। More