• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • କାହିଁ କେତେଦୁରୁ ମୁଁ ଆସିଛି ଧାଇଁ

  • ତୋତେ କାଳିଆ ଟିକେ ଦେଖିବା ପାଇଁ

ସେ ଭାବର ଠାକୁର...ଭକ୍ତର ଭକ୍ତିରେ ଦର୍ଶନ ଦେବାର ଭଗବାନ । କାଳିଆର ଲୀଳା କାହାକୁ ବି ଅଛପା ନାହିଁ । ସେ କେତେବେଳେ ଭକ୍ତ ହାତରୁ ନଡ଼ିଆ ନେଇଯାଏ ତ ପୁଣି କେତେବେଳେ ଭକ୍ତକୁ ସୁନା ଥାଳିରେ ଖାଇବାକୁ ଦିଏ । ଯିଏ ଭକ୍ତିରେ ଡାକେ ତାକୁ ସ୍ୱୟଂ ଦର୍ଶନ ଦିଏ କଳାଶ୍ରୀମୁଖ । ଶ୍ରୀକ୍ଷେତ୍ରରେ ଏବେ ଏମିତି ଏକ ଘଟଣା ଘଟିଛି ଯାହାକୁ ନେଇ ଖାଲି ଓଡିଶା ନୁହେଁ ବରଂ ପୂରା ଦେଶରେ ଚାଲିଛି ଚର୍ଚ୍ଚା ।

ଭକ୍ତର ଭକ୍ତିରେ କାଳିଆ ଖୁସି । ଭାବରେ ଡାକିଲେ ସେ ଓ କରେ...ସବୁଦିନ ପରି ସେଦିନ ବି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ଚାଲିଥିଲା ନୀତିକାନ୍ତି । ନୀତିନିର୍ଘଣ୍ଟ ଅନୁସାରେ ପହଡ଼ ପଡିବା ପାଇଁ ପ୍ରସ୍ତୁତି ସରିଥିଲା । ହେଲେ ପହଡ଼ ପଡ଼ିପାରୁନଥିଲା । ସତେ ଯେମିତି ବଡ଼ଦେଉଳରେ କାଳିଆ ଅପେକ୍ଷା କରିଥିଲା ଭକ୍ତକୁ । ସତରେ ବି ସେଇୟା ହିଁ ହେଲା । ଭକ୍ତକୁ ଦର୍ଶନ ଦେବା ପରେ ପଡ଼ିଲା କବାଟ । ଇଏ ହେଉଛନ୍ତି ସେହି ଭାଗ୍ୟବାନ ଭକ୍ତ । ଯାହାଙ୍କୁ ଦର୍ଶନ ଦେବା ଲାଗି ପହଡ ପକାଇବାକୁ ଦେଇନଥିଲେ କାଳିଆ ସାଆନ୍ତେ ।

ଦେଖନ୍ତୁ ଭିଡିଓ | ମହାପ୍ରଭୁଙ୍କ ବାମନ ଭକ୍ତ ଟୁକୁ

ଶ୍ରୀକ୍ଷେତ୍ରରୁ ପ୍ରାୟ ୨ହଜାର କିମି ଦୂରରୁ ଅର୍ଥାତ୍‌ ହରିୟାଣାରୁ ପୁରୀ ଆସି ଥିଲେ ଶ୍ରଦ୍ଧାଳୁ । କାହିଁ କେତେ ଦିନରୁ ମନରେ ଇଚ୍ଛା ଥିଲା ଟିକେ କାଳିଆକୁ ଦର୍ଶନ କରିବେ ବୋଲି । ସେଇଥି ଲାଗି ଏତେ ବାଟରୁ ଆସି ପହଞ୍ଚିଥିଲେ ପୁରୀ । ଜଗା ଦର୍ଶନ ହେବା ପରେ ହୋଟେଲ ଫେରିଥିଲେ । ପରେ ଘର ଲୋକଙ୍କୁ ଫୋନ୍‌ କରିଥିଲେ । ଆଉ କହିଥିଲେ, ଭଲରେ ଭଲରେ ଜଗା ଦର୍ଶନ ହେଲା । ବାସ୍‌ ଏତିକି କଥାପରେ ସେ ଟଳିପଡ଼ିଥିଲେ । ହଠାତ୍‌ ପଡିଯିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ତାଙ୍କର ପ୍ରାଣ ଚାଲିଯାଇଥିଲା ।

ଚାରିଧାମ ଦର୍ଶନ କରିବେ ବୋଲି ଇଚ୍ଛାକରି ପୁଅ ମୋହନ ଓ ସ୍ବାମୀ ଚୂଡିଆରାମଙ୍କ ସାଥିରେ ଶ୍ରୀକ୍ଷେତ୍ର ଆସିଥିଲେ ହରିୟାଣାର ଧନୱନ୍ତି। ହେଲେ ଜଗନ୍ନାଥ ଦର୍ଶନ କରି ହାରିଲେ ଜୀବନ । ଜଗନ୍ନାଥ ଧାମକୁ ଆସି ପ୍ରାଣ ହରାଇବା ପରେ ସେ ସିନା ମୁକ୍ତି ପାଇଗଲେ ହେଲେ ଅଧା ବାଟରେ ଧର୍ମପତ୍ନୀ ଛାଡି ଚାଲିଯାଇଥିବାରୁ ଆଖିରୁ ଲୁହ ଗଡାଉଛନ୍ତି ସ୍ୱାମୀ...ମାଆକୁ ଧରି ବାହୁନି କାନ୍ଦୁଛି ପୁଅ । ଜୀବନ ଯିବା ପରେ ଏବେ ଶବ ନେଇ ଘରକୁ ଫେରିବେ ସ୍ୱାମୀ ଓ ପୁଅ । ତେବେ ଶ୍ରୀକ୍ଷେତ୍ରରେ ଆସି ଜଗାକୁ ଦର୍ଶନ କରିବା ପରେ ପ୍ରାଣ ଚାଲିଯାଇଥିବା କଥାକୁ ନେଇ ସବୁଠି ଚାଲିଛି ଚର୍ଚ୍ଚା । ଲୋକେ କହୁଛନ୍ତି, ଜଗା ଦର୍ଶନ ପରେ ମରଣ ଭାଗ୍ୟରେ ଥିଲେ ମିଳେ ।

 (ରିପୋର୍ଟ- ମଧୁସୂଦନ ମିଶ୍ର, ପୁରୀ)

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ ! ଭକ୍ତଙ୍କ ହାତରୁ ଲଡ଼ୁ ଖାଉଛନ୍ତି ହନୁମାନ

OTV is now on Whatsapp

Join and get latest news update delivered to you via whatsapp

Join Now