• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଣି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ । ପୂର୍ବରୁ ଫିଲ୍ମ ଡାର୍ଟି ପିକ୍ଚରକୁ ନେଇ ବିଦ୍ୟା ବେଶ ଚର୍ଚ୍ଚିତ ହୋଇଥିବା ବେଳେ ପୁଣି ବର୍ତ୍ତମାନ ତାଙ୍କର ଏକ ଫଟୋ ବେଶ୍‌ ଭାଇରାଲ ହେବାର ଲାଗିଛି । ନୂଆ ଲୁକ୍‌ରେ ବିଦ୍ୟା ନଜର ଆସିଛନ୍ତି । ଯେଉଁଥିରେ ତାଙ୍କୁ ହଟ୍‌ ଅନ୍ଦାଜରେ ଦେଖିବାକୁ ମିଳିଛି ।

ଭାଇରାଲ ହେଉଥିବା ଫଟୋଟି ‘ଡାବୁ ରତ୍ନାନୀ’ର ଇନଷ୍ଟାଗ୍ରାମ ପେଜ୍‌ରେ ପୋଷ୍ଟ ହୋଇଛି । ଯେଉଁଥିରେ ବିଦ୍ୟା ଫୁଲ୍‌ ହଟ୍‌ ଅନ୍ଦାଜରେ ନଜର ଆସିଛନ୍ତି । ବୋଲ୍ଡ ଲୁକ୍‌ରେ ବିଦ୍ୟା ଚେୟାରରେ ବସିଥିବା ବେଳେ ଗୋଟିଏ ହାତରେ ନ୍ୟୁଜ୍ ପେପରରେ ଚେହେରାକୁ ଢାଙ୍କି ରଖିଛନ୍ତି । ଖାଲି ସେତିକି ନୁହେଁ, ଅନ୍ୟ ହାତଟିରେ ମଧ୍ୟ ବିଦ୍ୟା କଫି କପ୍‌ ଧରିଥିବା ଦେଖିବାକୁ ମିଳିଛନ୍ତି ।

ବର୍ତ୍ତମାନ ବିଦ୍ୟାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଫଟୋଟିକୁ ୭୨ ହଜାରରୁ ଅଧିକ ଦର୍ଶକ ଦେଖିସାରିଥିବାବେଳେ ୪ଶହରୁ ଅଧିକ କମେଣ୍ଟ ମଧ୍ୟ ମିଳିଛି । ଖାଲି ସେତିକି ନୁହେଁ, କିଛି ଦର୍ଶକ ତାଙ୍କର ମତାମତରେ ପୂର୍ବରୁ ବିଦ୍ୟା ବାଲାନଙ୍କ ଅଭିନୟକୁ ନେଇ ବେଶ୍‌ ପ୍ରଶଂସା କରିଛନ୍ତି ।

କିଛି ଦର୍ଶକ ଏହି ଫଟୋରେ ମଜାଦାର କମେଣ୍ଟ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି । ଅନେକ ୟୁଜର୍ସ ଫଟୋଟିକୁ ଫେକ୍‌ ଏଡିଟିଂ କରାଯାଇଥିବା କହିଛନ୍ତି । ସୂଚନା ମୁତାବକ ଆଗକୁ ଅଭିନେତ୍ରୀ ବିଦ୍ୟା ବାଲାନ୍‌ଙ୍କ ଦୁଇଟି ଫିଲ୍ମ ଆସିବାକୁ ଯାଉଛି । ଖୁବ୍‌ଶୀଘ୍ର ଫିଲ୍ମ Neeyatରେ ନଜର ଆସିବେ ବିଦ୍ୟା ।

ପୂର୍ବରୁ ଡାର୍ଟି ପିକ୍ଚର ଓ ହମାରୀ ଅଧୁରୀ କାହାନୀ ପରି ଅନେକ ଫିଲ୍ମରେ ଖୁବ୍‌ ସୁନ୍ଦର ଅଭିନୟ କରି ବିଦ୍ୟା ଦର୍ଶକଙ୍କ ମନ ଜିଣିଛନ୍ତି । ଆଗକୁ ଆସିବାକୁ ଯାଉଥିବା ବିଦ୍ୟାଙ୍କ ଫିଲ୍ମକୁ ନେଇ ଦର୍ଶକ ଖୁବ୍‌ ଆଶାବାଦୀ ରହିଛନ୍ତି ।