Advertisment

ପରଲୋକରେ ମିଷ୍ଟର ଇଣ୍ଡିଆର ‘କ୍ୟାଲେଣ୍ଡର’

ବଲିଉଡର ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ସତୀଶ କୌଶିକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Satish Kaushik Death News

Bollywood Actor Satish Kaushik Passes Away

ପରଲୋକରେ ମିଷ୍ଟର ଇଣ୍ଡିଆର ‘କ୍ୟାଲେଣ୍ଡର’। ବଲିଉଡ ର ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ସତୀଶ କୌଶିକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସତୀଶଙ୍କ ପରଲୋକ ନେଇ ସାଥି କଳାକାର ଅନୁପମ ଖେର ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି । ଦୀର୍ଘ ୪୫ ବର୍ଷର ବନ୍ଧୁତ୍ୱରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ବୋଲି ଅନୁପମ କହିଛନ୍ତି। ଏହାସହ ସତୀଶଙ୍କ ଦେହାନ୍ତରେ ବଲିଉଡ୍‌ର ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ‘କୁଲି’ ସେଟ୍‌ରେ ପରିସ୍ଥିତି ଏମିତି ହେଲା ଯେ ଅମିତାଭଙ୍କୁ ‘କ୍ଲିନିକାଲି ଡେଡ୍’ ଘୋଷଣା କରାଗଲା

Advertisment

ସତୀଶ ୧୦ରୁ ଉର୍ଦ୍ଧ୍ୱ ଫିଲ୍ମର ନିର୍ଦ୍ଦେଶନା ସହ ଶତାଧିକ ଫିଲ୍ମରେ ଅଭିନୟର ଛାପ ଛାଡି ଯାଇଛନ୍ତି । ୧୯୫୬ ମସିହାରେ ହରିୟାଣାରେ ସତୀଶ ଜନ୍ମଗ୍ରହଣ କରିଥିଲେ। ୧୯୮୨ ମସିହାରେ ଫିଲ୍ମ ‘ମାସୁମ୍’ ଜରିଆରେ ସତୀଶ ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଛାତ୍ର ଥିଲେ।

ହିଟ୍  ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ରେ କ୍ୟାଲେଣ୍ଡର ଚରିତ୍ର ଭୂମିକାରେ ସତୀଶ ଅଭିନୟ କରିଥିଲେ। ଫିଲ୍ମ ‘ରାମ ଲଖନ’, ‘ଦିୱାନା ମସ୍ତାନା’, ‘ସାଜନ ଚଲେ ସସୁରାଲ’, ‘ହଦ୍‌ କର ଦି ଆପନେ’ରେ ତାଙ୍କର ଅଭିନୟକୁ ଦର୍ଶକ ଅନେକ ପ୍ରଶଂସା କରିଛନ୍ତି । ୧୯୮୩ର ଫିଲ୍ମ ‘ଜାନେ ଭି ଦୋ ୟାରୋ’ରେ ସେ ସଂଳାପ ଲେଖକ ଥିଲେ। ‘ହମ୍‌ ଆପ୍‌ କେ ଦିଲ୍  ମେ ରେହତେ ହେଁ’ ଥିଲା ତାଙ୍କର ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ଥିଲା।

ସଲମାନ ଖାନ ଙ୍କ ‘ତେରେ ନାମ’ ଭଳି ଫିଲ୍ମର ନିର୍ଦ୍ଦେଶନାରୁ ବେଶ୍‌ ପ୍ରଶଂସା ସାଉଁଟିଥିଲେ ସତୀଶ କୌଶିକ। ତାଙ୍କର ଶେଷ ଫିଲ୍ମ ଥିଲା ‘ଛତ୍ରିୱାଲି’। ‘ରାମ ଲଖନ’ ଏବଂ ‘ସାଜନ ଚଲେ ସସୁରାଲ’ ଫିଲ୍ମରେ ଅଭିନୟ ଲାଗି ତାଙ୍କୁ ଫିଲ୍ମ ଫେୟାର ଶ୍ରେଷ୍ଠ କମେଡିଆନ ପୁରସ୍କାର ମିଳିଥିଲା।

Bollywood
Advertisment
Advertisment