Advertisment

ସ୍ୱାବଲମ୍ବୀ ପଦ୍ମା ଲକେଇ : ଏକାକୀ ଧରିଛନ୍ତି କୃଷି ଅର୍ଥନୀତିର ମଙ୍ଗ

ନିପଟ ମଫସଲ ଗାଁରେ ରହି ବି ହାର ମାନି ନାହାନ୍ତି

author-image
Prangyan Parimita
ଅଦ୍ୟତନ ହୋଇଛି
International Women’s Day

International Women’s Day

କଥାରେ ଅଛି ଇଚ୍ଛାଥିଲେ ଉପାୟ ଆପେ ଆପେ ଆସେ... ପରିଶ୍ରମର ଫଳ କେବେ ବୃଥା ଯାଏନା.... ଆଉ ଏ କଥାକୁ ବାସ୍ତବ କରି ଦେଖାଇଛନ୍ତି କୋରାପୁଟ ଜିଲ୍ଲାର ନିପଟ ମଫସଲ ଗାଁରେ ରହୁଥିବା ୫୫ ବର୍ଷୀୟା ମହିଳା ପଦ୍ମା.... ଆଜି ବିଶ୍ୱ ମହିଳା ଦିବସରେ ଜାଣିବା ପଦ୍ମାଙ୍କ ସଫଳତାର କାହାଣୀ... ।

Advertisment

କୃଷି ଅର୍ଥନୀତିକୁ ବେଶ ଭଲଭାବରେ ଆଗେଇ ନେଉଛନ୍ତି ପଦ୍ମା ଲକେଇ । ଏଠି ଯେତେ ସବୁ କାମ ସମ୍ଭବ ହୋଇଛି ସବୁ ପଦ୍ମାଙ୍କ ଉଦ୍ୟମରେ ହିଁ ହୋଇଛି । ପାଣିରେ ପହଁରୁଛନ୍ତି ହଜାର ହଜାର ବତକ... ଏଇ ପୋଖରୀରେ ମାଛ ଚାଷ ହୋଇଛି, ବତକ ପାଳନ ମଧ୍ୟ ହେଉଛି। ଗୋଟିଏ ଯୋଜନାରେ ଦୁଇଟି ସୁବିଧା.... ଖାଲି ସେତିକି ନୁହେଁ ଏଠିଦେଶୀ କୁକୁଡା ସାଙ୍ଗକୁ ଗୋପାଳନ ଓ ମେଣ୍ଢା ପାଳନ ସବୁ କିଛି କରାଯାଉଛି... ।

ପିଲାଟି ଦିନରୁ ପଶୁପକ୍ଷୀ ଜୀବଯନ୍ତୁ ପାଳିବାକୁ ମନ ବଳାଇଥିବା ପଦ୍ମା ବାହାଘର ପରେ ନିଜ ସ୍ୱାମୀ ଓ ପିଲାମାନଙ୍କୁ ଧରି ଏହି କୃଷି ଅର୍ଥନୀତିକୁ ସମ୍ଭାଳିଛନ୍ତି । ଲୋକେ ଗାଁ ଗହଳିରେ ରହି କାମ ଧନ୍ଦା ମିଳୁନି ବୋଲି କହୁଥିବା ବେଳେ ପଦ୍ମାଙ୍କ ପାଖରେ କିନ୍ତୁ ଫୁରସତ ନାହିଁ । ୪୦ ୫୦ ଗାଈ, ୩୦ ୪୦ ଛେଳି ମେଣ୍ଢା, ଏକାଧିକ ପ୍ରଜାତିର ଦେଶୀ କୁକୁଡା ସାଙ୍ଗକୁ ସରକାରୀ ଯୋଜନାରେ ମିଳିଛି ୧୦୦୦ ବତକ... ।

Advertisment

ଜଣେ ମହିଳା ହୋଇ ଏକା ଏକା ଏକାଧିକ କାମ ହାତକୁ ନେଇଛନ୍ତି ପଦ୍ମା। ପଦ୍ମାଙ୍କୁ ସରକାରୀ ଯୋଜନାରେ ପୋଖରୀ ଖୋଳିବାକୁ ଆର୍ଥିକ ସହାୟତା ମିଳିଛି। ବତକ ଚାଷ କରିବା ପାଇଁ ୧୦୦୦ ବତକ ଚିଆଁ ଦିଆଯାଇଛି । ଆଉ ଦିନ କେଇଟା ଗଲେ  ବତକ ସବୁ ଅଣ୍ଡାଦେବା ଆରମ୍ଭ କରିବେ । ଗୋପାଳନରୁ ଦୁଗ୍ଧ ଉତ୍ପାଦନ, କମ୍ପୋଷ୍ଟ ଖତ, ପୋଖରୀରୁ ମାଛ, ବତକରୁ ଅଣ୍ଡା ଆଉ କୁକୁଡାରୁ ମାଂସ...ସବୁ ବେଉସାରୁ ଅର୍ଥ ଉପର୍ଜାନ କରୁଛନ୍ତି ପଦ୍ମା... ପଦ୍ମା ନନ୍ଦପୁର ଅଞ୍ଚଳରେ ମହିଳାମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା....

ଆଜି ବିଶ୍ୱ ମହିଳା ଦିବସ। ଆଜିକାଲି ମହିଳାମାନେ ଦେଶଦୁନିଆରେ ନାଁ କରୁଥିବା ବେଳେ କେହି କେହି ବିଭିନ୍ନ କାରଣରୁ ଘର କାମରେ ଛନ୍ଦି ହୋଇପଡ଼ୁଛନ୍ତି । କିନ୍ତୁ ପଦ୍ମା ନିପଟ ମଫସଲ ଗାଁରେ ଥାଇ ବି ସେଇଠି ତିଆରି କରିଦେଇଛନ୍ତି ନିଜ ଦୁନିଆ । ଅର୍ଥନୀତିରେ ଲେଖାଥିବା ଏଗ୍ରୋ ଇକୋନୋମିକୁ ସେ ବାସ୍ତବ ରୂପ ଦେବାରେ ସଫଳ ହୋଇଛନ୍ତି ।

International Womens Day
Advertisment
Advertisment