• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ରଙ୍ଗର ପର୍ବ ହୋଲି । ଗାଁଠୁ ସହର ଯାଏଁ ସବୁଠି ରଙ୍ଗର ଉତ୍ସବ । ସାଧାରଣ ଲୋକଙ୍କ ଠାରୁ ସେଲିବ୍ରଟି ଯାଏଁ ସମସ୍ତେ ରଙ୍ଗର ଉତ୍ସବକୁ ଧୁମଧାମରେ ପାଳନ କରିଛନ୍ତି । ଏହାରି ଭିତରେ ଭାରତୀୟ କ୍ରିକେଟରମାନେ ହୋଲି ଖେଳିବାର ଏକ ଭିଡିଓ ସାମ୍ନାକୁ ଆସିଛି । ବିସିସିଆଇ ପକ୍ଷରୁ ଭିଡିଓଟିକୁ ଟ୍ୱିଟ୍‌ କରାଯାଛି । ଯେଉଁଥିରେ କ୍ରିକେଟରମାନେ ହୋଲି ପାଳିବା ସହ ଖୁବ୍‌ ମସ୍ତି କରୁଛନ୍ତି ।

ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ଭିଡିଓଟିରେ ସମସ୍ତ କ୍ରିକେଟ୍‌ ଖେଳାଳି ହୋଲି ଖେଳିଛନ୍ତି । ପୂର୍ବରୁ କିଛି କ୍ରିକେଟର ମଧ୍ୟ ହୋଲି ଖେଳିବାର ଭିଡିଓ ସେୟାର କରିଥିଲେ । ଭିଡିଓଟିରେ ବିରାଟ କୋହଲି, ଇଶାନ କିଶନ ଏବଂ ସୂର୍ଯ୍ୟକୁମାର ଯାଦବ ବହୁତ ମସ୍ତି କରୁଥିବା ଦେଖିବାକୁ ମିଳିଥିଲା ।

ବିସିସିଆଇ ଟ୍ୱିଟ୍‌ କରିଥିବା ଭିଡିଓରେ କ୍ୟାପଟେନ ରୋହିତ ଶର୍ମା ସପୋର୍ଟ ଷ୍ଟାଫ୍ ସଦସ୍ୟମାନଙ୍କ ଦେହରେ ରଙ୍ଗ ଲଗାଇଛନ୍ତି । ଏହା ପରେ ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜାଙ୍କ ସମେତ ଦଳର ସମସ୍ତ ଖେଳାଳି ରଙ୍ଗ ଲଗାଇ ହୋଲି ମନାଇଛନ୍ତି ।

ଟିମ୍ ଇଣ୍ଡିଆର ସମସ୍ତ ସଦସ୍ୟ ମଧ୍ୟ ରୋହିତଙ୍କୁ ରଙ୍ଗ ଲଗାଇଥିବା ଭିଡିଓରେ ଦେଖିବାକୁ ମିଳିଛି । ହୋଟେଲରୁ ରଙ୍ଗ ଖେଳ ଆରମ୍ଭ ହୋଇ ବସରେ ମଧ୍ୟ ସମସ୍ତ କ୍ରିକେଟର ହୋଲି ଖେଳି ମସ୍ତି କରୁଛନ୍ତି । ବିସିସିଆଇ ପକ୍ଷରୁ ଏହି ଭିଡିଓଟିକୁ ପୋଷ୍ଟ କରାଯାଇଥିବା ବେଳେ ଅନେକ ଦର୍ଶକ ଏହି ଭିଡିଓଟିକୁ ପସନ୍ଦ କରିଛନ୍ତି ।

ଭିଡିଓଟିକୁ ପାଖାପାଖି ୧ ମିଲିୟନ ଲୋକ ଦେଖିସାରିଥିବା ବେଳେ ୩୫ ହଜାରରୁ ଅଧିକ ଲାଇକ୍‌ ଓ ୩ହଜାର ୯ଶହରୁ ଅଧିକ ରିଟ୍ୱିଟ୍‌ ହୋଇଛି । କିଛି କ୍ରିକେଟ୍‌ ପ୍ରେମୀ ଭିଡିଓରେ କମେଣ୍ଟ ମଧ୍ୟ କରିଛନ୍ତି ।